ପ୍ରେମ ରାସ୍ତାର କଣ୍ଟାକୁ ହଟାଇଦେଲା ଝିଅ ; ମା’-ଭାଇଙ୍କ ଗଳାକାଟିଲା, ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିଲା କେନାଲରେ

NEWS7
jp-nadda-announce-bjp-central-officials-name

ବୋରିଗୁମ୍ମା ୨୫।୨: ବୋରିଗୁମ୍ମା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା କୋରାପୁଟ ପୋଲିସ । ପ୍ରେସମିଟ୍ ଜରିଆରେ ହତ୍ୟା ଘଟଣାର ଖୁଲାସା କଲେ କୋରାପୁଟ ଏସ୍ପି । ପ୍ରେମିକ ସହ ମିଶି ହତ୍ୟା ନାଟକ ରଚିଥିଲା ନାବାଳିକା ଝିଅ । ପ୍ରେମିକ ଓ ତିନି ଜଣ ସହଯୋଗୀ ମିଳିତ ଭାବେ ମା’ ଏବଂ ପୁଅଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଥିଲେ । ମୃତଦେହ ବସ୍ତାରେ ଭର୍ତ୍ତି କରି ତାଙ୍କ ସ୍କୁଟିରେ ନେଇ କେନାଲରେ ଫିଙ୍ଗି ଦେଇଥିଲେ ।

ଏ ଖବର ବି ପଢ଼ନ୍ତୁ:-ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ

ସୂଚନାଯୋଗ୍ୟ ଯେ, ବୋରିଗୁମ୍ମା ସ୍ଥିତ ଅନୁଷ୍କା ପରିଡ଼ା ନିଜ ଝିଅ ଏବଂ ପୁଅକୁ ନେଇ ଏକ ଭଡ଼ା ଘରେ ରହୁଥିଲେ । ଅନୁଷ୍କାଙ୍କ ନାବାଳିକା ଝିଅଙ୍କ ସହ ସ୍ଥାନୀୟ ଯୁବକ ପି. ଆଦିତ୍ୟ ନାରାୟଣ ରାଓଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଝିଅ ନାବାଳିକା ଥିବା ହେତୁ ମା’ ଅନୁଷ୍କା ପରିଡ଼ା ପ୍ରେମକୁ ବିରୋଧ କରି ଆସୁଥିଲେ । ସେଥିରେ ଉତ୍ତ୍ୟକ୍ତ ହୋଇ ନିଜ ନାବାଳିକା ଝିଅ କିଭଳି ପ୍ରେମ ରାସ୍ତାରେ କଣ୍ଟା ସାଜିଥିବା ମା’କୁ ରାସ୍ତାରୁ ହଟାଇବେ ସେ ନେଇ ଚିନ୍ତା କରି ନିଷ୍ପତ୍ତି ନେଇଥିଲା କି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ । ନିଜ ପ୍ରେମିକ ଏବଂ ତିନି ଜଣ ସହଯୋଗୀଙ୍କ ସହ ମିଶି ନିଜ ମା’ ଏବଂ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରି ଏକ ବସ୍ତାରେ ଭର୍ତ୍ତି କରି ନିକଟରେ ଥିବା ଜୟନ୍ତଗିରି କେନାଲରେ ଫିଙ୍ଗି ଦେଇଥିଲେ । ଗତ ୧୮ ତାରିଖ ଦିନ ମା’ ଅନୁଷ୍କା ପରିଡା ଏବଂ ଭାଇ ନିଖୋଜ ଥିବା ନେଇ ସମ୍ପର୍କୀୟ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ୨୨ ତାରିଖ ଦିନ କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରାମୁଣ୍ଡା କେନାଲରୁ ପୁଅଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୨୪ ତାରିଖ ଦିନ ମା’ ଅନୁଷ୍କା ପରିଡାଙ୍କ ଗଳିତ ମୃତଦେହ ଜୟନ୍ତଗିରି କେନାଲରୁ ଉଦ୍ଧାର ହୋଇଥିଲା । ଏସ୍ପିଙ୍କ ସୂଚନା ଅନୁଯାୟୀ ଝିଅର ପ୍ରେମିକ ସମେତ ୩ ଜଣ ସହଯୋଗୀ ମିଳିତ ଭାବେ ମା’ ଅନୁଷ୍କା ଏବଂ ପୁଅକୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରି ଏକ ବସ୍ତାରେ ଭର୍ତ୍ତି କରି ଅନୁଷ୍କାଙ୍କ ସ୍କୁଟିରେ ମୃତଦେହ ନେଇ କେନାଲରେ ଫିଙ୍ଗି ଦେଇଥିଲେ । ନାବାଳିକା ସମେତ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୋଲିସ ।