ଚାଲାଣ ବେଳେ ଧରାପଡ଼ିଲା ନକଲି ଜର୍ଦ୍ଦା, ଯାଞ୍ଚରୁ ଜଣାପଡ଼ିଲା ଘରେ ଚାଲିଥିଲା କାରଖାନା

NEWS7
journalist-sabnam-sirin-passed-away-in-covid-19

ଭଦ୍ରକ: ସ୍କୁଟିରେ ବିକିବାକୁ ନେଉଥିଲା ନକଲି ଜର୍ଦ୍ଦା। ମାଡ଼ି ବସିଲା ପୋଲିସ। କଥା ଏତିକିରେ ସରିନି । ଏହି ନକଲି ଜର୍ଦ୍ଦା ବେପାରୀର ଘରେ ରେଡ୍ ବେଳେ ଯାହା ମିଳିଲା ତାହା ପୋଲିସକୁ ଚକିତ କରିଛି।ଭଦ୍ରକ ସହରାଞ୍ଚଳ ପୋଲିସ ଶୁକ୍ରବାର ଏଭଳି ଜଣେ ନକଲି ଜର୍ଦ୍ଦା ବେପାରୀକୁ ଗିରଫ କରିଛି।

ସୂଚନା ଅନୁସାରେ, ଭଦ୍ରକ ସହରାଞ୍ଚଳ ପୋଲିସ କୌଣସି ସୂତ୍ରରୁ ଖବର ପାଇ ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ଏକ ସ୍କୁଟିକୁ ଅଟକାଇଥିଲା। ଏହାର ଯାଞ୍ଚ ବେଳେ ଅଭିଯୁକ୍ତ ଠାରୁ ନକଲି ଜର୍ଦ୍ଦା ଜବତ ହୋଇଥିଲା। ଏହା ପରେ ଅଭିଯୁକ୍ତର ଘରେ ଚଢ଼ାଉ ହୋଇଥିଲା। ମାତ୍ର ଅଭିଯୁକ୍ତରେ ଘରେ ଏହି ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ପୋଲିସ। ସେଠାରୁ ବ୍ୟାପକ ସାମଗ୍ରୀ ସହ ୫ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଜବତ ହୋଇଛି। ତେବେ ବର୍ତ୍ତମାନ ଅଭିଯୁକ୍ତ ରାଜାଉଲ ହକକୁ ଗିରଫ କରି ତଦନ୍ତ କରୁଛି ପୋଲିସ।