ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ

NEWS7
jollywood-actor-nka-dehanta

କଣ୍ଟାବାଞ୍ଜି: ସଡ଼କ ଦୁର୍ଘଟଣା ନେଲା ଜୀବନ। ଚାଲିଗଲା ଗୋଟିଏ ପରିବାରର ୪ ଜଣକ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ଅଜା- ଆଈ- ନାତି ଓ ଜ୍ବାଇଁ। ରବିବାର ତୁରେକେଲା- ମହଖଣ୍ଡ ରାସ୍ତାର ପଣ୍ଡରେନ - ଗୋଦରାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ସୂଚନା ଅନୁସାରେ, ତୁରେକେଲା ଗ୍ରାମର କ୍ଷୀର ପୁଟେଲ, ଫୁଲମତୀ ପୁଟେଲ ଓ ନାତି ଦେବାଶିଷ ପୁଟେଲ ଏବଂ ଜ୍ବାଇଁ ଧଅରାଖମନ ଗ୍ରାମର ମହନ ପୁଟେଲ ଏକ ବାଇକ ଯୋଗେ ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗ୍ରାମକୁ ବାଇକ ଯୋଗେ ଯାଉଥିଲେ। ହେଲେ ପଣ୍ଡରେନ ନିକଟରେ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିଲା।

ଏଥିରେ ଘଟଣାସ୍ଥଳରେ ଅଜା- ନାତି ଏବଂ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଫୁଲମତୀଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ଦିନର ଗୋଟିଏ ପରିବାରର ୪ ଜଣକ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି। ତୁରେକେଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।