LIVE TV

ହେ ଜଗନ୍ନାଥ.. ମୋ ସ୍ୱାମୀଙ୍କୁ ସୁସ୍ଥ କରିଦିଅ... ପୁରୀ ବଡ଼ଦାଣ୍ଡରେ ଭାବବିହ୍ୱଳ ଦୃଶ୍ୟ

NEWS7
joint-secretary-level-discussion-between-india-and-china

ପୁରୀ ୨୫।୧୧ : ଶ୍ରୀମନ୍ଦିର ସିଂହଦ୍ୱାରରେ ପୁଣି ଦେଖିବାକୁ ମିଳିଛି ଭାବବିହ୍ୱଳ ଦୃଶ୍ୟ । ଅସୁସ୍ଥ ସ୍ୱାମୀର ସୁସ୍ଥତା କାମନା ନେଇ ମହାପ୍ରଭୁଙ୍କ ଶରଣରେ ପଶିଛନ୍ତି ଦମ୍ପତି। ମଙ୍ଗଳବାର ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଅସୁସ୍ଥ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାରିପଦା ର ରାଜପ୍ରସାଦ ସାହା। କୌଣସି ବଡ଼ ରୋଗରେ ଆକ୍ରାନ୍ତ ହୋଇ ରାଜପ୍ରସାଦ ଅସୁସ୍ଥ ଥିବା ବେଳେ ତାଙ୍କ ନାକରେ ନଳୀ ଲାଗିଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ରାଜୁ ଏବଂ ତାଙ୍କ ପତ୍ନୀ ପ୍ରଥମେ ଅରୁଣ ସ୍ତମ୍ଭକୁ ପ୍ରଣିପାତ କରି ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଚତୁର୍ଦ୍ଧା ବିଗ୍ରହଙ୍କୁ ରତ୍ନସିଂହାସନରେ ଦର୍ଶନ କରିବା ପରେ ଉଭୟ ବେଶ୍ ଭାବ ବିହ୍ବଳ ହୋଇପଡ଼ିଥିଲେ। ଅସୁସ୍ଥ ଶରୀରକୁ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେବେ ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଉଭୟ ରାଜପ୍ରସାଦ । ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ତାଙ୍କ ଗୁହାରି ଶୁଣିବେ ବୋଲି ଆଶା ରଖିଛନ୍ତି ଦମ୍ପତି।