assam elections2026: ଆସାମ ନିର୍ବାଚନ ତାରିଖ ଘୋଷଣା; କେବେ ପଡ଼ିବ ଭୋଟ କେବେ ହେବ ଗଣନା?

NEWS7
jogi-adityanath-said-about-kejriwal

ଦିଶପୁରରବିବାର ଭାରତୀୟ ନିର୍ବାଚନ ଆାୟୋଗ ଆସାମ ସମେତ ମୋଟ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ, ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟରେ ଏପ୍ରିଲ ୯ ତାରିଖରେ ଭୋଟ ପଡ଼ିବ ଓ ମେ ମାସ ୪ ତାରିଖରେ ଭୋଟଗଣନା କରାଯିବ।

ସୂଚନା ଥାଉକି, ଆସାମ ବିଧାନସଭା କାର୍ଯ୍ୟକାଳ ମେ ୨୦ ତାରିଖରେ ସରିବାକୁ ଯାଉଛି। ତେଣୁ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ସୁରକ୍ଷା ବ୍ୟବସ୍ଥା, ଭୋଟର ତାଲିକା ପ୍ରାମାଣିକତା ଓ ଅନ୍ୟାନ୍ୟା ବ୍ୟବସ୍ଥା ଯାଞ୍ଚ କରି ସାରିଛନ୍ତି। ନିର୍ବାଚନ ତାରିଖ ଘୋଷଣା କରିବା ମାତ୍ରେ ଆସାମରେ ନିର୍ବାଚନ ଆଚାରଣ ବିଧି ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି।

ଆସାମ ସମେତ ଏହିସବୁ ରାଜ୍ୟରେ ହେବ ନିର୍ବାଚନ

ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ଲିଷ୍ଟରେ ବିଶେଷ କରି ବଡ଼ ଆକାରରେ ପରିବର୍ତ୍ତନ କାମ ପୂର୍ବରୁ ହିଁ ପୂରା ହୋଇସାରିଛି ଏବଂ ଫାଇନାଲ ଭୋଟର ତାଲିକା ପ୍ରକାଶିତ ହୋଇସାରିଛି। ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି ଯେ, ୧୭.୪ କୋଟି ଏହି ରାଜ୍ୟରେ ମତଦାତା ଅଛନ୍ତି। ଏହି ରାଜ୍ୟରେ SIRର କାମ ଖୁବ୍ ଭଲ ହୋଇଛି। ୮୨୪ ବିଧାନସଭା ସିଟ୍ ଏହି ରାଜ୍ୟରେ ରହିଛି। ମତଦାନ କେନ୍ଦ୍ର ସଂଖ୍ୟା ପାଖାପାଖି ୨.୧୯ ଲକ୍ଷ ରହିଛି। ନିର୍ବାଚନ ପ୍ରକ୍ରିୟାରେ ପାଖାପାଖି ୨୫ ଲକ୍ଷ କର୍ମଚାରୀ ସାମିଲ୍ ହେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

ପଢ଼ନ୍ତୁ- Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ

ଜ୍ଞାନେଶ କୁମାର କହିଛନ୍ତି ଯେ ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ନିକଟରେ ଆମେ ଏହିସବୁ ରାଜ୍ୟ ପରିଦର୍ଶନ କରି ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲୁ। ଭୋଟରଙ୍କ ସହ ସିଧାସଳଖ ଆଲୋଚନା ବି ହୋଇଥିଲା। ତେବେ ବୁଥ୍ ସ୍ତରରେ ଉନ୍ନତ କାମ କରିଥିବାରୁ ବିଏଲ୍ଓଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗର କମିଶନର ଜ୍ଞାନେଶ କୁମାର କହିଛନ୍ତି।

ତେବେ ବିଭିନ୍ନ ରାଜ୍ୟର ବିଧାନସଭା କାର୍ଯ୍ୟ ଅଲଗା ଅଲଗା ତିଥିରେ ସମାପ୍ତ ହେଉଛି। ପଶ୍ଚିମବଙ୍ଗ ବିଧାନସଭା କାର୍ଯ୍ୟକାଳ ମେ ୭ ତାରିଖର ସମାପ୍ତ ହେଉଥିବା ବେଳେ ତାମିଲନାଡୁରେ ମେ ୧୦ ଆସାମରେ ମେ ୨୦. କେରଳରେ ମେ ୨୩ ଓ ପୁଡୁଚେରୀରେ ୧୫ ଜୁନରେ କାର୍ଯ୍ୟକାଳ ଶେଷ ହେଉଛି ବୋଲି ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି।

ଆସାମ ବିଧାନସଭା: ୧୨୬ ଆସନ,୨୦୨୩ ସୀମା ନିର୍ଦ୍ଧାରଣ ପରେ ପ୍ରଥମ ନିର୍ବାଚନ

୨୦୨୩ ମସିହାରେ ହୋଇଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସତ୍ତ୍ୱେ ଆସାମ ବିଧାନସଭାରେ ୧୨୬ ଆସନରେ ରହିଛି। ନୂଆ ଜନସଂଖ୍ୟା ଆଧାରରେ ଆସାମର ସୀମା ନିର୍ଦ୍ଧାରଣ କରାଯାଇଥିଲା। ରାଜ୍ୟର ନୂଆ ମାନଚିତ୍ରରେ ପ୍ରକାଶ ପାଇବା ପରେ ଏହା ହେବ ପ୍ରଥମ ବିଧାନସଭା ନିର୍ବାଚନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ପୂର୍ବରୁ ମୁତୟନ କରାଯାଇଛି, ଏବଂ ଏବେ ଜିଲ୍ଲା ଅଧିକାରୀଙ୍କ ସହ ସମନ୍ୱୟ ରଖି ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ସୁରକ୍ଷା ବାହିନୀ ମୁତୟନ ତଦାରଖ କରିବେ।

୨୦୨୧ ଆସାମ ବିଧାନସଭା ନିର୍ବାଚନ ଫଳାଫଳ

୨୦୨୧ ମସିହାରେ ଆସାମରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବ ବିଧାନସଭା ନିର୍ବାଚନରେ, ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହଜ ବିଜୟ ହାସଲ କରିଥିଲା। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୬୪ ଥିବା ବେଳେ ଏନଡିଏ ମେଣ୍ଟ ଆରାମରେ ୭୫ଟି ଆସନ ଜିତି ନେଇଥିଲା। ସେପଟେ କଂଗ୍ରେସ ନେତୃତ୍ୱାଧୀନ "ମହାଜୋତ" ମେଣ୍ଟ ୫୦ଟି ଆସନ ପାଇଥିଲା।

ଏହି ନିର୍ବାଚନରେ ବିଜେପି ପ୍ରାୟ ୩୩.୨ ପ୍ରତିଶତ ଭୋଟ ପାଇ ଏକାକୀ ସର୍ବବୃହତ ଦଳ ଭାବରେ ଉଭା ହୋଇଥିଲା। ଏହାର ସହଯୋଗୀ ଦଳ, ଆସମ ଗଣ ପରିଷଦ (AGP) ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ (UPPL) ଯଥାକ୍ରମେ ୭.୯ ପ୍ରତିଶତ ଏବଂ ୩.୪ ପ୍ରତିଶତ ଭୋଟ ପାଇଥିଲେ। ଫଳରେ NDAକୁ ପ୍ରାୟ ୪୪.୮ ପ୍ରତିଶତ ଭୋଟ ଶେୟାର ମିଳିଥିଲା।

ପଢ଼ନ୍ତୁ- Tamil nadu election: ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଟିଭିକେକୁ ୮୦ ଆସନ ଯାଚିଲା ବିଜେପି: ବିଶାଳ ଫ୍ୟାନ୍ ବେସ୍ ଉପରେ ଦଳର ନଜର

ଅନ୍ୟପଟେ ୨୦୨୧ ନିର୍ବାଚନରେ କଂଗ୍ରେସ ୨୯.୭ ପ୍ରତିଶତ ଏବଂ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ୯.୩ ପ୍ରତିଶତ ଭୋଟ ପାଇଥିଲା। ଫଳରେ ବିରୋଧୀ ଏନଡଏ ଠାରୁ ମହାଜୋତ ମେଣ୍ଟ ବହୁ ପଛରେ ପଡ଼ିଯାଇଥିଲା। ଆସାମ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଣ-କଂଗ୍ରେସ ସରକାର ଲଗାତାର କ୍ଷମତାକୁ ଫେରିଥିଲା। ୨୦୧୫ରେ ଦଳ ପରିବର୍ତ୍ତନ କରିବା ପୂର୍ବରୁ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ହିମନ୍ତ ବିଶ୍ୱ ଶର୍ମା ବିଜେପିର ସର୍ବାନନ୍ଦ ସୋନୋୱାଲଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

ବର୍ତ୍ତମାନ ରାଜ୍ୟରେ ଶାସକ NDA ପାଖରେ ୮୩ ଟି ଆସନ ରହିଥିବା ବେଳେ ବିଜେପି (୬୪), ଏଜିପି (୯), ୟୁପିପିଏଲ୍ (୭) ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ପାଖରେ (୩) ଆସନ ରହିଛି। ବିରୋଧୀଙ୍କ ପାଖରେ ୪୨ ଜଣ ସଦସ୍ୟ ଅଛନ୍ତି। ସେଥିମଧ୍ୟରୁ କଂଗ୍ରେସ (୨୬), ଏଆଇୟୁଡିଏଫ୍ (୧୫), ସିପିଆଇଏମ୍ (୧) - ଏବଂ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି।