'ଆନିମଲ ପାର୍କ'ର ଷ୍ଟୋରୀକୁ ନେଇ ହିଣ୍ଟ ଦେଲେ ନିର୍ମାତା ସନ୍ଦୀପ ରେଡ୍ଡି, ରଣବୀର କହିଲେ-ଖଳନାୟକ ପାଇଁ ଉତ୍ସାହିତ

NEWS7
jitan-ram-manjhi-denies-the-existence-of-lord-shri-ram-but-wants-ramayana-in-bihars-syllabus

ମୁମ୍ବାଇ ୦୫।୦୨; ରଣବୀର କପୁରଙ୍କ ବକ୍ସ ଅଫିସରେ ହିଟ୍ ହୋଇଥିବା ଆନିମଲ୍ ଫିଲ୍ମ ଏବେ ଜାପାନରେ ପ୍ରସାରିତ ହେବାକୁ ଯାଉଛି । ଫିଲ୍ମ ଆନ୍ତର୍ଜାତୀୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରଣବୀରଙ୍କୁ ଫିଲ୍ମରେ ଥିବା ନେଇ ଦର୍ଶକ ମାନେ ବେଶ୍ ଖୁସି ଅଛନ୍ତି । ଏବଂ ଏହି ଫିଲ୍ମର ସିକ୍ବେଲ ମଧ୍ୟ ଅତ୍ୟନ୍ତ ସୁନ୍ଦର ହୋଇଛି । ଏପଟେ ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା କହିଛନ୍ତି ଯେ ଆନିମଲ୍ ପାର୍କ ୨୦୨୭ରେ ସୁଟିଂ ହେବାର ଯୋଜନା ରହିଛି । ସମସ୍ତେ ଅପେକ୍ଷା କରିଥିବା ଫିଲ୍ମରେ ରଣବିଜୟ ସିଂହ ଭାବରେ ଅଭିନୟ କରିବେ ଆକ୍ଟର ରଣବୀର କପୁର । ରଣବୀର ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବା ନେଇ ସ୍ପଷ୍ଟ କରିଛନ୍ତି ସନ୍ଦୀପ ରେଡ୍ଡୀ ଭାଙ୍ଗା । ଦର୍ଶକମାନେ ଆଶା କରିଛନ୍ତି ଯେ ରଣବୀର ତାଙ୍କର ବେପରୁଆ ଅନନ୍ଦାଜରେ ପୁଣି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବେ । ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମରେ ଆହୁରି ଅନ୍ୟାନ୍ୟ ପ୍ରାଣୀ ରହିବେ । ଫିଲ୍ମଟି ବେଶ୍ ଆକର୍ଷଣୀୟ ହେବ । ଏହି ଫିଲ୍ମକୁ ନେଇ ବେଶ୍ ଉତ୍କଣ୍ଠା ବର୍ତ୍ତମାନ ଦେଖିବାକୁ ମିଳିଛି ।

୬୦ ପରେ ବି ଏହି ଅଭିନେତାଙ୍କର ଜାରି ରହିଛି ଜଲୱା, ଫିଟନେସରେ ୟଙ୍ଗ ଆକ୍ଟରଙ୍କୁ ପକାଇଛନ୍ତି ପଛରେ

ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଜୀ ଜୁମ୍ କଲ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସାରା ବିଶ୍ବରେ ଥିବା ସିନେମାପ୍ରେମୀମାନେ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସନ୍ଦୀପ ଆହୁରି କହିଛନ୍ତି ସ୍ପିରିଟ୍ ଫିଲ୍ମର ସୁଟିଂ ପରେ ଆମିମଲ୍ ପାର୍କ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ । ସେପଟେ ଆନିମଲ୍ ପାର୍କ ଫିଲ୍ମକୁ ନେଇ ରଣବୀର କପୁର ମୁହଁ ଖୋଲି କହିଛନ୍ତି ଯେ ସେ ବେଶ୍ ଖୁସି ଅଛନ୍ତି । ସେ କେବଳ ଜଣେ ଅଭିନେତା ନୁହେଁ ବରଂ ଖଳନାୟକ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ହେବ । ରଣବୀର ଆହୁରି ମଧ୍ୟ କହିଛନ୍ତି ସେ ପୁଣି ସେଟକୁ ଫେରି ଏହି ଚରିତ୍ରରେ ଅଭିନୟ କରିବା ପାଇଁ ଅପେକ୍ଷା କରିପାରୁ ନାହାନ୍ତି । କାରଣ ଏହା ଅତ୍ୟନ୍ତ ସ୍ପଷ୍ଟ ଏବଂ ନିରନ୍ତର କାହାଣୀ । ଜଣେ ଅଭିନେତା ପାଇଁ ଏହା ଅତ୍ୟନ୍ତ ପ୍ରେଣାଦାୟକ ଅଟେ।

ଏହି ଆନିମଲ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଥବା ନ୍ୟାସନାଲ୍ କ୍ରସ୍ ରଶ୍ମିକା, ଅନିଲ କପୁର, ବବି ଦେଓଲ ଓ ତୃପ୍ତି ଡିମିରି ମଧ୍ୟ ସାମିଲ ରହିବେ। ରଣବୀରଙ୍କ ଆଗକୁ ଆସୁଥିବା ଫିଲ୍ମରେ ରାମାୟଣ ସହ ଲଭ୍ ଆଣ୍ଡ୍ ଓ୍ବାର ରହିଛି । ପ୍ରଶଂସକମାନେ ଏବେ ରଣବୀରଙ୍କ ବୋଲ୍ଡ ଅନନ୍ଦାଜ ପାଇଁ ଅଧିକ ଖୁସିଥିବା ଜଣାପଡିଛି। ରଣବୀର କପୁର ତାଙ୍କ ସୁନ୍ଦର ଅଭିନୟ ଏବଂ ଅବିସ୍ମରଣୀୟ ଡ୍ୟାନ୍ସରେ ସମସ୍ତ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥାନ୍ତି । ଗଲତି ସେ ମିଷ୍ଟେକ୍ ଗୀତଠୁ ଆରମ୍ଭ କରି ଚନ୍ନା ମେରେୟା ମେରେୟା ଗୀତରେ ତାଙ୍କ ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖି ପାରିଛନ୍ତି । ଆଗକୁ ଆସୁଥିବା ଫିଲ୍ମ ଆନିମଲ୍ ପାର୍କକୁ ନେଇ ଦର୍ଶକ ଅଧିକ ଖୁସି ଥିବାବେଳେ ତାଙ୍କର ନୂଆ ଲୁକକୁ ଦେଖିବା ପାଇଁ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ଦର୍ଶକ ।

ଅଧିକ ପଢନ୍ତୁ-୬ ବର୍ଷ ପରେ ବଲିଉଡ୍‌କୁ କମବ୍ୟାକ କରୁଛନ୍ତି ଦେଶୀ ଗର୍ଲ, ଏହି ଫିଲ୍ମରେ କରିବେ ଅଭିନୟ