LIVE TV

୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲା: ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଓରିଙ୍କୁ ସମନ କଲା ମୁମ୍ବାଇ ପୁଲିସ

NEWS7
jhia-ku-hatya-kariba-pare-maa-kala-atmahatya

ମୁମ୍ବାଇ: ମୁମ୍ବାଇ ପୋଲିସର ନାର୍କୋଟିକ୍ସ ସେଲ୍ (ANC) ୨୫୨ କୋଟି ଟଙ୍କାର ମେଫେଡ୍ରୋନ୍ ଡ୍ରଗ୍ସ ମାମଲାରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓରହାନ ବା ଓରି ଆୱାତ୍ରାମଣିଙ୍କୁ ସମନ କରିଛି। ଏହି ମାମଲାରେ ଏଏନ୍ସି ତାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି। ଅଧିକାରୀମାନେ କହିଛନ୍ତି ଯେ ଓରିଙ୍କୁ ଆସନ୍ତାକାଲି ସକାଳ ୧୦ ଟାରେ ଏଏନ୍ସିର ଘାଟକୋପର ୟୁନିଟ୍ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁମ୍ବାଇ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମେଫେଡ୍ରୋନ୍ ଉତ୍ପାଦନ ଏବଂ ବଣ୍ଟନ ସହିତ ଜଡିତ ଏକ ପ୍ରମୁଖ ନିଶା ନେଟୱାର୍କ ସମ୍ପର୍କରେ ଏଏନସି ତଦନ୍ତ କରୁଛି। ତେଣୁ ଘଟଣା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତ ଭାବେ ଡକାଇ ଜେରା କରାଯାଉଛି।

ଭାରତରେ ଏଭଳି ଡ୍ରଗ୍ସ ଚୋରାଚାଲଣ ହେଉଥିବା ଅଭିଯୁକ୍ତ ଡ୍ରଗ୍ସ ଚାଲାଣକାରୀ ମହମ୍ମଦ ସଲିମ୍ ମହମ୍ମଦ ସୁହେଲ୍ ଶେଖକୁ ଗିରଫ କରିବା ପରେ ଜଣାପଡ଼ିଥିଲା। ଲଭିଶ୍ ନାମରେ ପରିଚିତ ସୁହେଲ ଶେଖ୍ ଦୁବାଇରୁ ନିର୍ବାସିତ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଗିରଫ କରି ଘାଟକୋପର ୟୁନିଟ୍ ହେପାଜତରେ ରାଖାଯାଇଛି। ତାଙ୍କ ଠାରୁ ତଥ୍ୟ ପାଇଁ ଏଏନ୍ସି ତଦନ୍ତ ଜୋରଦାର କରିଛି।

ଲାଭିସକୁ ପଚରାଉଚରା ବେଳେ ସେ ଭାରତ ଏବଂ ବିଦେଶରେ ଉଚ୍ଚମାନର ରେଭ୍-ଶୈଳୀର ପାର୍ଟି ଆୟୋଜନ କରେ ବୋଲି ସ୍ୱୀକାର କରିଥିଲା। ଏହି ପାର୍ଟିଗୁଡ଼ିକରେ ଡ୍ରଗ୍ସ ଯୋଗାଣ ଏବଂ ସେବନ କରାଯାଉଥିଲା ବୋଲି ସେ ଦାବି କରିଥିଲା। ସେ ଆୟୋଜିତ କରିଥିବା ପର୍ଟିଗୁଡ଼ିକରେ ମନୋରଞ୍ଜନ ଜଗତ ଓ ସାମାଜିକ ସେବା ଜଗତର କିଛି ଲୋକ ସାମିଲ ହୋଇଥିବା କଥା ମଧ୍ୟ ସେ କହିଛି। ଯାହାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି।