ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲାଗିଲା ବଡ଼ ଝଟକା, PSL ନିଲାମରୁ ହଟିଲେ ଆଫଗାନିସ୍ତାନ ଖେଳାଳି

NEWS7
jharsuguda-district-farmers-union-opposes-central-governments-new-agriculture-bill

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬ ଚାଲିଥିବା ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)କୁ ବଡ଼ ଝଟକା ଦେଇଛନ୍ତି ଆଫଗାନିସ୍ତାନ ଖେଳାଳି। ପାକିସ୍ତାନ ସୁପର ଲିଗ୍(ପିଏସଏଲ)ର ୧୧ତମ ସଂସ୍କରଣ ପୂର୍ବରୁ ହୋଇଥିବା ଖେଳାଳିଙ୍କ ନିଲାମରୁ ଆଫଗାନ ଖେଳାଳି ନିଜର ନାଁ ପ୍ରତ୍ୟାହାର କରିଛନ୍ତି। ପିଏସଏଲରେ ପ୍ରଥମ ଥର ଏହି ନିଲାମ କରାଯାଇଥିଲା।

ଏକ ଫ୍ରାଞ୍ଚାଇଜର ମାଲିକ ଏହାର ସୂଚନା ଦେଇଥିଲେ ଯେ, ମୁଜୀବୁର ରେହମାନ, ସେଦ୍ଦିକୁଲ୍ଲା ଅଟଲ, ମହମ୍ମଦ ନବି, ଓ୍ଵାକର ସଲାମଖେଲ, ଫଜଲ ହକ ଫାରୁକିଙ୍କ ପରି ଖେଳାଳି ବୁଧବାର ଲାହୋରରେ ହୋଇଥିବା ନିଲାମ ପାଇଁ ନିଜର ନାଁ ପଞ୍ଜିକରଣ କରାଇଥିଲେ। ମାତ୍ର ପେଶାଓ୍ଵର ଜାଲମୀ ଦ୍ଵାରା ଆଫଗାନିସ୍ତାନର ଓପନିଂ ବ୍ୟାଟର ରହମାନତୁଲ୍ଲା ଗୁରୁବାଜଙ୍କ ସହ ସିଧାସଳଖ ଡିଲ୍ କରାଯିବା ନେଇ ବିରୋଧ ପରେ ଖେଳାଳିମାନେ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି।

ପିଏସଏଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଲମାନ ନସୀର କହିଛନ୍ତି, ଆଫଗାନିସ୍ତାନର କିଛି ଖେଲାଳି ନିଲାମୀ ତାଲିକାରେ ତିଲେ। ମାତ୍ର କୌଣସି ଫ୍ରାଞ୍ଚାଇଜ ସେମାନଙ୍କୁ କିଣି ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି, ଦୁଇ ଦେଶ ମଧ୍ୟରେ ତିକ୍ତ ସଂପର୍କର ପ୍ରଭାବ ନିଲାମ ଉପରେ ପଡ଼ିଛି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖରାପ ସଂପର୍କ କାରଣରୁ ଜାଲମୀ ଟିମ୍ ଗୁରବାଜଙ୍କୁ ସାମିଲ୍ କରିବା ନେଇ ପାକିସ୍ତାନରେ ଖୁବ ବିରୋଧ ହୋଇଥିଲା। ଏହା ପରେ ଗୁରବାଜ ପିଏସଏଲରୁ ହଟିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଏବେ ବାକି ଆଫଗାନିସ୍ତାନ ଖେଳାଳି ସମାଲୋଚନାରୁ ବର୍ତ୍ତିବା ପାଇଁ ପିଏସଏଲରୁ ହଟିବା ନେଇ ନିଷ୍ପତ୍ତି ନେଇଛନ୍ତି।

ଗତ ବର୍ଷ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିବା ବାହାନାରେ ଆଫଗାନିସ୍ତାନର କିଛି ସ୍ଵତନ୍ତ୍ର ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାକୁ ନେଇ ଦୁଇ ଦେଶର ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଆଫଗାନିସ୍ତାନର ଅନେକ ଖେଳାଳି ସୋସିଆଲ ମିଡିଆରେ ପାକିସ୍ତାନ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଉ ଏବେ ଦୁଇ ଦେଶର ଖରାପ ଦ୍ଵିପାକ୍ଷିକ ସଂପର୍କର ପ୍ରଭାବ ପିଏସଏଲ ଉପରେ ପଡ଼ିଛି।