LIVE TV

ଅଶୋଧିତ ତେଲ ବ୍ୟାନ୍ ପରେ ଋଷ ଠାରୁ ରେକର୍ଡ ସଂଖ୍ୟକ ପାମ ତେଲ ଆମଦାନୀ କଲା ଭାରତ  

NEWS7
jharasuguda-police-arrenged-blood-donation-camp

ନୂଆଦିଲ୍ଲୀ: ଋଷ ଠାରୁ ଆଶୋଧିତ ତୈଳ ଆମଦାନୀ ବନ୍ଦ କରିବାକୁ ନେଇ ଆମେରିକା ସହିତ ଅନ୍ୟମାନେ ଭାରତଉ ଉପରେ ଚାପ ପକାଉଥିଲେ ବି ଭାରତ କିନ୍ତୁ ଅନ୍ୟ ମାଧ୍ୟମରେ ଋଷ ଠାରୁ ସାମଗ୍ରୀ କିଣି ଚାଲିଛି। ପେଟ୍ରୋଲ ଓ ଡିଜେଲ ବନ୍ଦ ହେଲେ କଣ ହେବ ଋଷ ଠାରୁ ବହୁଳ ମାତ୍ରାରେ ପାମ ଅଏଲ କିଣିବା ଆରମ୍ଭ କରିଦେଇଛି ଇଣ୍ଡିଆ। ଭାରତକୁ ପାମ ତେଲ ରପ୍ତାନୀ କରିବାରେ ଋ। ୟୁକ୍ରେନକୁ ପଛରେ ପକାଇ ନମ୍ବର ୱାନ ଯୋଗଣକାରୀ ରାଷ୍ଟ୍ର ହୋଇଛି।

୨୦୨୧ ମସିହା ପରଠାରୁ ରୁଷରୁ ପାମ ତେଲ ଆମଦାନୀ ୧୨ ଗୁଣ ବୃଦ୍ଧି ପାଇଛି। କ୍ରୁଡ ଅଏଲ ଭଳି ରୁଷୀୟ ପାମ ତେଲ ମଧ୍ୟ ଅନ୍ୟ ମାର୍କେଟ ଅପେକ୍ଷା ଶସ୍ତା ଓ ଖୋଲା ସମୁଦ୍ର ବନ୍ଦର ଦେଇ ସହଜରେ ପହଞ୍ଚିପାରୁଥିବାରୁ ଭାରତ ଋଷ ଠାର ପାମ ତେଲ ଆମଦାନୀ ବଢ଼ାଇ ଦେଇଛି। ଏହି ସମୟରେ, ୟୁକ୍ରେନର ରପ୍ତାନି ବର୍ତ୍ତମାନ ମୁଖ୍ୟତଃ ୟୁରୋପକୁ ଯାଉଛି। କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ବନ୍ଦରୁଗଡ଼ିକ ବନ୍ଦ ପଡ଼ିଛି। ଫଳରେ ଭାରତକୁ ପରିବହନ ମହଙ୍ଗା ଏବଂ କଷ୍ଟକର ହୋଇପଡ଼ୁଛି।

୦୨୪ ସୁଦ୍ଧା, ଭାରତର ସୂର୍ଯ୍ୟମୁଖୀ ତେଲ ଆମଦାନୀର ଅଧାରୁ ଅଧିକ -ପ୍ରାୟ ୫୬% - ରୁଷରୁ ଆସିଥିଲା। ଯେତେବେଳେ କି ​୨୦୨୧ ରେ ମାତ୍ର ୧୦% ଆମଦାନୀ ହୋଇଥିଲା। ଯଦିଓ ପାମ ତେଲ ମୂଲ୍ୟ ବୃଦ୍ଧି ପାଇଛି ଏବଂ ମୋଟ ଆମଦାନୀ ପ୍ରାୟ ୧୩% ହ୍ରାସ ପାଇବାର ଆକଳନ କରାଯାଉଛି, ତଥାପି ରୁଷ ଭାରତକୁ ପାମ ତେଲ ରପ୍ତାନୀରେ ୫୫-୬୦% ସହିତ ଆଗରେ ରହିବ ବୋଲି ଜଣାପଡ଼ିଛି।

ଅଶୌଧିତ ତୈଳ ଆମଦାନୀ ପାଇଁ ଆମେରିକା ଭାରତ ଉପରେ ଦଣ୍ଡାତ୍ମକ ଭାବେ ଅତିରିକ୍ତ ୨୫% ଶୁଳ୍କ ଲଗାଇଛି। ତେଣୁ ଭାରତ ଏବେ ଋଷ ଠାରୁ କ୍ରୁଡ ଅଏଲ ନ କିଣିବାକୁ ବିଚାର କରୁଛି। ହେଲେ ପାମ ଅଏଲ ଆମଦାନୀ ବଢ଼ାଇ ମିତ୍ର ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ଦୃଢ଼ ରଖିବାକୁ ଚେଷ୍ଟା ଜାରି ରଖିଛି।