ସାଉଥ ସୁପରଷ୍ଟାର ବିଜୟଙ୍କ ପାର୍ଟିକୁ ମିଳିଲା ନିର୍ବାଚନ ଚିହ୍ନ, TVK ଲଢିବ ତାମିଲନାଡୁ ବିଧାନସଭା ଇଲେକ୍ସନ

NEWS7
jeep-truck-accident-5-labour-died-12-injured

ନୂଆଦିଲ୍ଲୀ ୨୨।୧: ନିର୍ବାଚନ ଆୟୋଗ ଗୁରୁବାର ଦକ୍ଷିଣୀ ସୁପରଷ୍ଟାର ବିଜୟଙ୍କ ପାର୍ଟି ତମିଲଗା ୱେଟ୍ରି କଜଗମ (ଟିଭିକେ)କୁ ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି। ଆୟୋଗ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପାର୍ଟି ଏହି ନିର୍ବାଚନ ଚିହ୍ନକୁ ବ୍ୟବହାର କରି ଲଢି ପାରିବ ବୋଲି କହିଛନ୍ତି । ଟିଭିକେ ନେତା ସି.ଟି.ଆର. ନିର୍ମଳ କୁମାର କହିଛନ୍ତି ଯେ ୧୦ ପ୍ରସ୍ତାବିତ ଚିହ୍ନ ମଧ୍ୟରୁ ବିଜୟ ‘ହ୍ୱିସିଲ’କୁ ତାଙ୍କର ପ୍ରଥମ ପସନ୍ଦ ବାଛିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଅଭିନେତା ବିଜୟଙ୍କ ଟପ ହିଟ୍ ଗୀତ ମଧ୍ୟରେ ଗୋଟିଏ ‘ହ୍ୱିସିଲ ପୋଡୁ’ ୨୦୨୪ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗୋଟ’ର ଲୋକପ୍ରିୟ ଗୀତଥିଲା। ଏଥିରେ ସଂଯୋଗ ବସତଃ ସେ ସମୟରେ ବିଜୟଙ୍କ ରାଜନୈତିକ ଏଣ୍ଟ୍ରିର ପ୍ଲାନ କରାଯାଇଥିଲା। ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିବା ଟିଭିକେର ଚେନ୍ନାଇରେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନ ପ୍ରଚାର ସମିତି ବୈଠକର ୨ ଦିନ ପରେ ମିଳିଛି। ଏହି ବୈଠକରେ ସେଦିନ ସାମାଜିକ ନ୍ୟାୟ ଓ ପାରଦର୍ଶିତା ଆଧାରିତ ଘୋଷଣାପତ୍ରର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ତେବେ ଏହା ପୂର୍ବରୁ ଜାନୁୟାରୀ ୧୬ ତାରିଖ ଦିନ ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ପାର୍ଟିର ବିଧାନସଭା ନିର୍ବାଚନ ଗତିବିଦ୍ଧିକୁ ଜିଲ୍ଲା ଓ ନିର୍ବାଚନମଣ୍ଡଳି ସ୍ତରରେ କୋ-ଅର୍ଡିନେଟ କରିବା ପାଇଁ ୧୨ ସଦସୀୟ କମିଟି ଗଠନ କରିଥିଲେ।

ଜନୈକ ବରିଷ୍ଠ ପାର୍ଟି ନେତା କହିଛନ୍ତି ଯେ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟି ନିଜ ମୁଖିଆ ବିଜୟଙ୍କ ନିର୍ବାଚନ ପ୍ରଚାର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରୁଛି। ପାର୍ଟିର ମୁଖ୍ୟ ସମନ୍ୱୟକ କେ.ଏ.ସେଙ୍ଗୋତୈୟାଁ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସ୍ଥାନର ନାମ ସମ୍ପର୍କରେ ଅଧିକାରୀଙ୍କ ସୂଚନା ମିଳିବା ପରେ ଘୋଷଣା କରାଯିବ। ସେଙ୍ଗୋତୈୟାଁ କହିଛନ୍ତି ଯେ କମିଟି ଜାନୁୟାରୀ ୨୬ରେ ସାରା ରାଜ୍ୟ ଗସ୍ତ କରିବ ଓ ତାମିଲନାଡୁର ସମସ୍ତ ୩୨୪ନିର୍ବାଚନ କ୍ଷେତ୍ରରେ ପାର୍ଟି ପଦାଧିକାରୀଙ୍କ ସହିତ ପାରମର୍ଶ ବୈଠକ କରିବ। ତେବେ ପାର୍ଟି ଆଗାମୀ ନିର୍ବାଚନକୁ ଏକାକୀ ଲଢିବ କି ମେଣ୍ଟ କରି ଲଢିବ ସେ ସମ୍ପର୍କରେ ସୂଚନା ଦେବାକୁ ଯାଇ ସେଙ୍ଗୋତୈୟାଁ କହିଛନ୍ତି ଯେ ଏ ନେଇ ପାର୍ଟି ମୁଖ୍ୟ ଦଳର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେବେ।

ତାମିଲନାଡୁ ରାଜନୀତିରେ ସିନେ କଳାକାରଙ୍କ ଦୀର୍ଘ ଇତିହାସ ରହିଛି। ତେବେ ସି.ଏନ. ଆନ୍ନାଦୂରାଇ, ଏମ.ଜି.ରାମଚନ୍ଦ୍ରନ ଓ ଜେ. ଜୟଲଳିତାଙ୍କ ଭଳି କିଛି ଦିଗ୍ଗଜ ହିଁ ରାଜନୀତିରେ ସଫଳ ହୋଇଛନ୍ତି। ଶିବାଜୀ ଗଣେଶନ, ବିଜୟ କାନ୍ତ, ଶରଥ କୁମାର ଓ କମଲ ହାସନଙ୍କ ଭଳି ଅନ୍ୟ ଲୋକଙ୍କୁ ସୀମିତ ସଫଳତା ମିଳିଛି। ତେବେ ରଜନୀ କାନ୍ତ ନିର୍ବାଚନ ଲଢିବା ପୂର୍ବରୁ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ହେଲେ ନିର୍ବାଚନ ମାମଲାରେ ବିଜୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ତାଙ୍କ ଦଳୀୟ ଲୋକେ ଦାବି କରନ୍ତି।