ରାଗିଗଲେ ଟ୍ରମ୍ପ୍ : କହିଲେ -'ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ ଠିକ୍ ନୁହେଁ'

NEWS7
jdu-leader-and-his-wife-arrested-in-patna-gym-trainer-attempt-to-murder-case

ନୂଆଦିଲ୍ଲୀ, ୩୦/୧୨: ରାଗିଗଲେ ଡୋନାଲ୍ଡ ଟ୍ରମ୍ପ୍ । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ମାଡ ଘଟଣାକୁ ନେଇ ଜୋରଦାର କ୍ରୋଧ ପ୍ରକାଶ କରିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏହା ଭଲ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ପୁଟିନଙ୍କ ବାସଭବନ ନିକଟରେ ୯୧ରୁ ଅଧିକ ଡ୍ରୋନ୍ ଆଟାକ୍ ହୋଇଥିଲା । ଏନେଇ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ୟୁକ୍ରେନ ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା। ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ଡ୍ରୋନକୁ ମଝି ଆକାଶରେ ଖସାଇ ଦେଇଥିଲା।

ସେ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ । ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉପସ୍ଥିତ ଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି।

ତେବେ ଘଟଣାକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ତାଙ୍କୁ ପୁଟିନ ନିଜେ ଫୋନ୍ କରିଥିଲେ । ଆକ୍ରମଣ ବାବଦରେ ସୂଚନା ଦେଇଥିଲା । ଏହା ଠିକ୍ ନୁହେଁ । ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ ଘଟଣା ତାଙ୍କୁ କ୍ରୋଧିତ କରିଛି । ଶାନ୍ତି ଆଲୋଚନା ସମୟରେ ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି ।