ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ସୁଲିଆ ଯାତ୍ରା, ୩ ପ୍ଲାଟୁନ ଫୋର୍ସ ମୁତୟନ

NEWS7
jamiat-ulema-e-islam-leader-maulana-fajlur-raheman-denais-any-discussion-with-govt

ବଲାଙ୍ଗୀର ୨୩।୧୨ : ମଙ୍ଗଳବାର ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ସୁଲିଆ ଯାତ୍ରା। ଭୋର ୪ ଟାରୁ ବିଭିନ୍ନ ନୀତିକାନ୍ତି ପରେ ଆଦିବାସୀ ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ଯାତ୍ରା। ଭୋରରୁ ମୁଖ୍ୟ ପୂଜକ ବଡ଼ ଖଳାକୁ ଯାଇ ସେଠାରେ ଗାଧୋଇବା ପରେ ନୀତିକାନ୍ତି ଆରମ୍ଭ କରିଛନ୍ତି। ଆବାହନ ପରେ ବରୁଆ ମାନଙ୍କ ଦେହରେ ଦେବତାଙ୍କ ପ୍ରବେଶ ହେଉଥିବା ବିଶ୍ବାସ ରହିଛି। ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦେଇଥାନ୍ତି ମୁଖ୍ୟ ପୂଜକ। ଏହାପରେ ମାନସିକଧାରୀ ବଳି ଦେଇଥାନ୍ତି। ପ୍ରତି ବର୍ଷ ଭଳି ଦେଓଗାଁ ବ୍ଲକ କୁମୁରିଆର ବଡ଼ ଖଳା ଓ ସାନ ଖଳା ମୁଖ୍ୟ ପୀଠ ଭାବରେ ରହି ଯାତ୍ରା ହୋଇଥିବା ବେଳେ ଅନ୍ୟ ୬ ଟି ସ୍ଥାନରେ ଜିଲ୍ଲାର ଯାତ୍ରା ପାଳିତ ହେଉଛି। ବଲାଙ୍ଗୀର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଓ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟରୁ ମଧ୍ୟ ଆସିଛନ୍ତି ଶ୍ରଦ୍ଧାଳୁ। ସୁନିଆ ଯାତ୍ରା ପାଇଁ ବ୍ୟବାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ପ୍ଲାଟୁନ ଫୋର୍ସ ସହ ଟ୍ରାଫିକ ପୋଲିସ , ଡ଼ିଏସପି ଏବଂ ନିଜେ ଅତିରିକ୍ତ ଏସପି ଦାୟିତ୍ୱରେ ରହିବେ।