ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଆଜିଠୁ ୬ ଦିନ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ

NEWS7
jajpur-balasram-is-not-safe-for-children

ପୁରୀ ୩୦।୧୨: ସରକାରୀ ଅଧିକାରୀ ନେଇପାରିବେ ନାହିଁ ଛୁଟି । ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ।

୨୦୨୬ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜାରି କରିଛନ୍ତି ନିର୍ଦ୍ଦେଶନାମା । ପୁରୀରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ  ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ, ତୀର୍ଥସ୍ଥାନ ରହିଥିବାରୁ ଭିଡ଼କୁ ଦେଖି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।