LIVE TV

ବାତ୍ୟା ପରବର୍ତ୍ତୀ ସ୍ଵାସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ : ୮୮୦୪ ଆସନ୍ନ ପ୍ରସବାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ନିରାପଦ ମାତୃତ୍ଵ ଲାଭ କଲେ ୧୦୬୧ ମହିଳା

NEWS7
jaishankar-to-visit-china-to-co-chair-2nd-hlm-meet-amid-tensions

ଭୁବନେଶ୍ୱର ୧୦: ବାତ୍ୟା ମୋନ୍ଥାସ୍ଥଳଭାଗ ଛୁଇଁବା ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ସଜାଗ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଏବଂ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକ ସଂପୂର୍ଣ୍ଣ ପ୍ରସ୍ତୁତ । ବୁଧବାର ପୂର୍ବାହ୍ନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ ଦିଆଯିବା ସହ ପରୀକ୍ଷା କରାଯାଉଛି । ସେମାନଙ୍କ ମଧ୍ୟରେ  ୧୦୬୧ ଜଣ ମହିଳା ନିରାପଦ ମାତୃତ୍ଵ ଲାଭ କରିଛନ୍ତି । ଏଥିରେ ବାଲେଶ୍ଵର, ଗଜପତି, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲାର ମହିଳା ଅଛନ୍ତି ।

ସେହିପରି କ୍ଷେତ୍ରସ୍ତରୀୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଆବଶ୍ୟକୀୟ ବଟିକା, ଓଆରଏସ ଦ୍ରବଣ, ସାପକାମୁଡ଼ା ଇଞ୍ଜେକସନ, ବ୍ଲିଚିଂ ପାଉଡର ପ୍ୟାକେଟ୍ ମହଜୁଦ ରଖାଯାଇଛି । ଏହାସହ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଓ ଜରୁରୀକାଳୀନ ଔଷଧ, ଅକ୍ସିଜେନ ସିଲିଣ୍ଡର, ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହାସହ ଏସବୁ ସମ୍ବନ୍ଧରେ ତୁରନ୍ତ ତଥ୍ୟ ସଚେତନତା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।