LIVE TV

ବିଜେପିଠୁ ଅଧିକ ଭୋଟ୍ ପାଇଛି ଆରଜେଡି, କିନ୍ତୁ ସିଟ୍ ଗଣିତରେ ରହିଗଲା ପଛରେ

NEWS7
jaipur-lawyer-association-cease-work-demanding-hc-bench

ପାଟନା, ୧୫|୧୧: ସରିଛି ଭୋଟ୍ ଗଣତି । ବଡ ବିଜୟ ହାସଲ କରିଛି ଏନଡିଏ । ବିହାରରେ ଏଥର ଏନଡିଏର ସୁନାମି ଦେଖିବାକୁ ମିଳିଛି । ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି ମେଣ୍ଚ । ପଛରେ ପଡିଯାଇଛନ୍ତି ବିରୋଧୀ କଂଗ୍ରେସ ଏବଂ ଆରଜେଡି । ଶକ୍ତ ଝଟକା ଲାଗିଛି ବିରୋଧୀଙ୍କୁ । ତେବେ ଭୋଟ୍ ସେୟାରକୁ ଦେଖିଲେ କିଛି ଭିନ୍ନ କଥା କହୁଛି ଗଣିତ ।

ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଏଥର ନିର୍ବାଚନ ଲଢୁଥିଲା ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି । ଦଳକୁ ୨୩ ପ୍ରତିଶତ ଭୋଟ୍ ମିଳିଛି । ଯାହା ଭାରତୀୟ ଜନତା ପାର୍ଟିକୁ ମିଳିଥିବା ଭୋଟରୁ ୨.୯୨ ପ୍ରତିଶତ ଅଧିକ । ଏହାସହ ଜେଡିୟୁକୁ ମିଳିଥିବା ଭୋଟରୁ ୩.୭୫ ପ୍ରତିଶତ ବେଶି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୨୦୨୦ ନିର୍ବାଚନରେ ଆଜେଡି ୨୩.୧୧ ପ୍ରତିଶତ ଭୋଟ୍ ପାଇଥିଲା । ୧୪୪ଟି ଆସନରେ ଦଳର ପ୍ରାର୍ଥୀ ଲଢିଥିଲେ । ସେମାନଙ୍କ ମଧ୍ୟରୁ ୭୫ ଜଣ ବିଜୟ ଲାଭ କରିଥିଲେ । ଚଳିତ ଥର ଦଳ ୧୪୧ଟି ଆସନରେ ଲଢିଥିଲା । କିନ୍ତୁ ମାତ୍ର ୨୫ଟି ସିଟରେ ଜଳର ପ୍ରାର୍ଥୀ ଜିତିଛନ୍ତି । ଯାହା ଦଳର ଦ୍ୱିତୀୟ ସବୁଠୁ ଖରାପ ପ୍ରଦର୍ଶନ । ୨୦୧୦ରେ ଦଳ ମାତ୍ର ୨୨ଟି ସିଟରେ ବିଜୟ ହାସଲ କରଥିଲା ।

ଆରଜେଡି ସହଯୋଗୀ କଂଗ୍ରେସ ଏଥର ଗୁରୁତର ଭାବେ ଫେଲ୍ ହୋଇଛି । ଦଳ ମାତ୍ର ୬ ଆସନ ହାତେଇଛି । ସିପିଆଇ ଏମଏଲ୍ ୨ଟି ଆସନ ଜିତି ମହାଗଠବନ୍ଧନର ମୋଟ୍ ଆସନକୁ ୩୫ ଛୁଆଇଁଛନ୍ତି ।

ଅନ୍ୟ ଦିଗରେ ଏନଡିଏ ୨୦୨ଟି ଆସନରେ ଜିତିଛି । ଏହା ମଧ୍ୟରୁ ବିଜେପି ୮୯, ଜେଡିୟୁ ୮୫ ଏବଂ ଏଲଜେପି ୧୯, ଆଓ୍ୱାମ ମୋର୍ଚ୍ଚା ୫ଟି, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ଟି ସିଟ୍ ହାତେଇଛନ୍ତି । ବିଜେପିର ଭୋଟ୍ ସେୟାର ମଧ୍ୟ ୧୯.୪୬ରୁ ବଢି ୨୦.୦୮ରେ ପହଁଚିଛି । ପୂର୍ବ ବର୍ଷ ତୁଳନାରେ କମ୍ ସିଟରେ ଲଢିଥିଲେ ବି ଭୋଟ୍ ସେୟାର ବଢିଛି ।

ସେହିପରି ଜେଡିୟୁର ଭୋଟ୍ ସେୟାର ୧୫.୩୯ ପ୍ରତିଶଥରୁ ୧୯.୨୫କୁ ବୃଦ୍ଧି ପାଇଛି । ୨୦୨୦ରେ ଦଳ ୧୧୫ ଆସନରେ ଲଢିଥିବା ବେଳେ ଏଥର ୧୦୧ ଆସନରେ ମଇଦାନକୁ ଓହ୍ଲାଇଥିଲା ।