ଚଳନ୍ତା କାରରେ ଲ୍ୟାଣ୍ଡ୍ କଲା ବିମାନ, ରାସ୍ତା ମଝିକୁ ଚାଲିଆସିଲା ଉଡାଜାହାଜ, ଦେଖନ୍ତୁ ଭିଡିଓ

NEWS7
jaipur-130-yrs-old-crocodiles-are-in-worst-condition-due-to-heavy-rain

ନୂଆଦିଲ୍ଲୀ, ୧୦/୧୨:ଅନେକ ସମୟରେ ବିମାନ ସମୁଦ୍ର କିମ୍ବା ଜଙ୍ଗଲରେ ଲ୍ୟାଣ୍ଡ୍ କରୁଥିବା ଫିଲ୍ମରେ ଦେଖିବାକୁ ମିଳେ । କିଛି କିଛି ଆକ୍ସନ ମୁଭିରେ କାର୍, ଟ୍ରକ୍ ସାହାଯ୍ୟରେ ବିମାନକୁ ଲ୍ୟାଣ୍ଡିଂ କରାଯାଇଛି । କିନ୍ତୁ ବାସ୍ତବରେ ଏପରି କିଛି ଘଟିଛି ପ୍ଲୋରିଡାରେ । ଏଠାରେ ଏକ ଚଳନ୍ତା କାରରେ ଏକ ଉଡାଜାହାଜ କ୍ରାସ୍ ଲ୍ୟାଣ୍ଡିଂ କରିଛି ।

ଫ୍ଲୋରିଡା ହାଇଓ୍ୱେ ପାଟ୍ରୋଲିଂ ଟିମ୍ ର କହିବାନୁସାରେ, ବିମାନରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେଣୁ ଏହାକୁ ଲ୍ୟାଣ୍ଡିଂ କରିବାରେ ବିମାନର ପାଇଲଟ୍ ଅସମର୍ଥ ଥିଲେ । ତେଣୁ ସେ କ୍ରାସ୍ ଲ୍ୟାଣ୍ଡିଂ ପାଇଁ ପରାମର୍ଶ ମାଗିଥିଲେ । ଜରୁରୀ ଅବତରଣ ଥିବାରୁ ଫ୍ଲୋରିଡାର ବ୍ରିଭାର୍ଡ ଦେଇ ଯାଇଥିବା ଏକ ବ୍ୟସ୍ତ ବହୁଳ ରାସ୍ତାରେ ଅବତରଣ ପାଇଁ ଅନୁମତି ମିଳିଥିଲା ।

ରାସ୍ତାରେ ୨୦୨୩ ମସିହାର ଏକ ଟୋୟୋଟା କାରରେ ଉଡାଜାହାଜଟି କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଏଥିରେ ୨୭ ବର୍ଷୀୟ ପାଇଲଟ୍ ଏବଂ ଅନ୍ୟ ଜଣେ ପାସେଞ୍ଜର କ୍ରାସ୍ ଲ୍ୟାଣ୍ଡ ସମୟରେ ବାହାରକୁ ଆସିଯାଇଥିଲେ । ସେମାନଙ୍କର କୌଣସି ଅଘଟଣ ଘଟିନାହିଁ । ଉଭୟେ ସୁସ୍ଥ ଅଛନ୍ତି । କିନ୍ତୁ କାର୍ ଚଲାଉଥିବା ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି । ତେବେ କେହି ପ୍ରାଣ ହରାଇନାହାଁନ୍ତି ।

ସ୍ଥାନୀୟ ଦମକଳ ବାହିନୀ କହିଛି ଯେ, ହଠାତ ବିମାନର ଅବତରଣ ବାବଦରେ ସୂଚନା ମିଳିଥିଲା । ଏହାପରେ ରାସ୍ତାରେ ଏହାକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଥିଲା । ତେବେ କେଉଁ କାରଣରୁ ଏମରେଜେନ୍ସିଂ ଅବତରଣ ହୋଇଛି ସେନେଇ ତଦନ୍ତ ଚାଲିଛି । ତେବେ ରାସ୍ତାରେ କାର୍ ଉପରେ ବିମାନର ଲ୍ୟାଣ୍ଡିଂକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ।