ଟି୨୦ ବିଶ୍ୱକପରୁ ବିଦା ପରେ PCBର ଆକ୍ସନ୍, ୫୦ ଲକ୍ଷ ଟଙ୍କା ଫାଇନ୍ ଦେବେ ପାକିସ୍ତାନର ସବୁ ଖେଳାଳି

NEWS7
jail-re-gosthi-sanghrsha-18-prisoners-mruta

ଲାହୋର, ୦୨ /୦୩: ଟି୨୦ବିଶ୍ୱକପ୍ ରୁ ଶୋଚନୀୟ ଭାବେ ବିଦା ହୋଇଛି ପାକିସ୍ତାନ । ଲିଗ୍ ମୁକାବିଲାରେ ଦଳ ଭାରତଠୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲା । ପରେ ସୁପରରୁ ବିଦା ହୋଇଛି ଟିମ୍ । ଖେଳିପାରିନି ସେମି ପାଇନାଲ । ଯାହାକୁ ନେଇ ଖପ୍ପା ପ୍ରଶଂସକ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏପରିକି ଖେଳାଳିଙ୍କ ଉପରେ ଜରିମନା ଲାଗିଥିବା ନେଇ ଖବର ଆସିଛି ।

ରିପୋର୍ଟ ଅନୁସାରେ, ଏଥର ପାକିସ୍ତାନ ପାଇଁ ଟି୨୦ବିଶ୍ୱକପ୍ ଖାସ୍ ରହିନି । ଦଳ ଦୁର୍ବଳ ପ୍ରଦର୍ଶନ କରିଛି । ଭାରତଠୁ ହାରିବା ପର ଆତ୍ମ ବିଶ୍ୱାସ କମିଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅନେକ ନାଟକବାଜି କରୁଥିଲା ପାକ୍ । ଖେଳିବନି ବୋଲିମକ ଦେଉଥିଲା । ପରେ ଭାରତ ସହ ଖେଳିବାକୁ ରାଜି ହୋଇଥିଲା । ଏସବୁ ନାଟକ ସତ୍ତ୍ୱେ ଭାରତ ବିରୋଧରେ ସବୁଥର ଭଳି ହାରିଥିଲା ପାକ୍ । ସୁପରରେ ମଧ୍ୟ ଦଳର ଫ୍ଲପ୍ ଶୋ ଜାରି ରହିଥିଲା । ଖେଳାଳି ନିଜର ବିଶ୍ୱକପ୍ ଯାତ୍ରା ଅଧାରୁ ଅଟକି ସ୍ୱଦେଶ ଫେରିଛନ୍ତି

ଦଳର ଏପରି ପ୍ରଦର୍ଶନକୁ ନେଇ ରାଗିଯାଇଛି ବୋର୍ଡ୍ । ପିସିବି ସମସ୍ତ ଖେଳାଳିଙ୍କ ଉପରେ ଫାଇନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । ଟି୨୦ବିଶ୍ୱକପ୍ ସୁପର-୮ରୁ ବିଦା ହେବା ସହ ଭାରତଠୁ ହାରିଥିବା କାରଣରୁ ଏହି ଫାଇନ୍ ଦେବେ ଖେଳାଳି । ମିଡିଆ ରିପୋର୍ଟ ଅନୁସାରେ, ଟି୨୦ବିଶ୍ୱକପ୍ ଖେଳିଥିବା ସମସ୍ତ ଖେଳାଳି୫୦ଲକ୍ଷ ଟଙ୍କାର ପାକିସ୍ତାନୀ ଅର୍ଥ ଫାଇନ୍ ଦେବେ । ଏହି ଅର୍ଥ ଖେଳାଳିଙ୍କ ଦରମାରୁ କଟିଯିବ । ଅର୍ଥାତ ପିସିବି ନିଜେ ଏହିଫାଇନ ଅର୍ଥ ଅସୁଲ କରିବ ।

ଏହି ଖବରଟି ପଢନ୍ତୁ... ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

ଲଗାତାର ଚାରୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସେମି ଫାଇନାଲରେ ପହଁଚି ପାରି ନାହିଁ । ଏହାକୁ ନେଇ ବୋର୍ଡ ସ୍ପଷ୍ଟ ଭାବେ କହିଛି ଯେ, ଦଳ ଖରାପ ପ୍ରଦର୍ଶନ କରୁଛି । ଏହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଦଳର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏବେ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ପଡିବ । ଫାଇନ୍ ଦେବାକୁ ହେବ । ଯାହା କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । କିନ୍ତୁ ଫାଇଦା ଉଠାଇପାରିନଥିଲା ଟିମ୍ । ଦଳ ଦୁର୍ବଳ ଟିମ୍ ବିପକ୍ଷରେ କଷ୍ଟକର ବିଜୟ ହାସଲ କରିଥିଲା । ଭାରତ ବିରୋଧରେ ଲଜ୍ଜାଜନକ ପରାଜୟବରଣ କରିଥିଲା । ସୁପରରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ରବ୍ଦ ହୋଇଥିବା ବେଳେ ଶ୍ରୀଲଙ୍କା ବିରୋଧରେ ବିଜୟୀ ହୋଇଥିଲା । କିନ୍ତୁ ଖରାପ ରନ୍ ରେଟ୍ କାରଣରୁ ଦଳକୁ ବିଦା ହେବାକୁ ପଡିଛି ।