ସ୍ମାର୍ଟଫୋନର ବ୍ୟବହାର ଶିଶୁଙ୍କ କରୁଛି ପ୍ରଭାବିତ, ବହିକୁ ସ୍ମାର୍ଟଫୋନ୍ ଭଳି ବ୍ୟବହାର କରୁଛନ୍ତି: ସର୍ଭେ ରିପୋର୍ଟ

NEWS7
jaga-akhada-will-be-renovated-soon

ନୂଆଦିଲ୍ଲୀ: ଆଜିର ସମୟରେ ପିଲାମାନେ ମୋବାଇଲ ସହ ବେଶ୍ ଅଭ୍ୟସ୍ତ ହୋଇଗଲେଣି। ବଡ଼ ପିଲା ନୁହେଁ କୁନି କୁନି ଶିଶୁ ମଧ୍ୟ ମୋବାଇଲ ଚଳାଇବାରେ ବେଶ୍ ପାରଙ୍ଗମ। ହେଲେ ଏହା କେତେ ମାରାତ୍ମକ ? ତାହା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଉଥିବା ଛୋଟ ପିଲାମାନେ ପାଠ ପଢ଼ା ବହି ବ୍ୟବହାର ଜାଣିପାରୁନାହାଁନି। ସେମାନଙ୍କୁ ଶୌଚାଳୟର ପ୍ରଶିକ୍ଷଣ ମିଳିନାହିଁ। ଏମିତିକି ନିଜେ ହାତରେ ଖାଇବା ମଧ୍ୟ ସେମାନେ ଜାଣିନାହାଁନ୍ତି।

ପ୍ରାଥମିକ ଶିକ୍ଷା ସଂସ୍ଥା କିଣ୍ଡ୍ରେଡ ସ୍କ୍ବୋୟର୍ଡ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ମୋବାଇଲ ଏଭଳି ଭାବରେ ଛୋଟ ପିଲାଙ୍କୁ ଗ୍ରାସ କରିଛି ଯେ, ପ୍ରାଥମିକ ଶ୍ରେଣୀରେ ନାମ ଲେଖାଉଥିବାବେଳେ ପିଲାମାନେ ପୁସ୍ତକର ଫର୍ଦ୍ଦ ଓଲଟାଇବା ଜାଣିନଥିଲେ। ସେମାନଙ୍କ ମଧ୍ୟରୁ କିଛି ପିଲା ବହିକୁ ଫୋନ୍ ଭଳି ସ୍ବାଇପ୍ କରୁଥିଲେ। ସେମାନଙ୍କୁ ଶୌଚାଳୟର ପ୍ରଶିକ୍ଷଣ ମିଳିନଥିଲା ଏବଂ ନିଜେ ଖାଇବା ସେ ସ୍ବତନ୍ତ୍ର ଭାବରେ ଖାଇବା ପିଇବା ମଧ୍ୟ ଜାଣିନଥିଲେ। ଏମିତିରେ ବିଶେଷଜ୍ଞମାନେ ଏହା ଉପରେ ଚିନ୍ତା ପ୍ରକାଶ କରିବା ସହ ଏହା ଉପରେ ତୁରନ୍ତ କିଛି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଯାହାଦ୍ବାରା ପିଲାମାନେ ମୌଳିକ ଜୀବନ କୌଶଳରେ ପଛରେ ନପଡ଼ିଯିବେ।

ସର୍ଭେରେ ଭାଗ ନେଇଥିବା ପ୍ରାଥମିକ ଶ୍ରେଣୀର ପ୍ରାୟ ୨୬ ପ୍ରତିଶତ ପିଲାଙ୍କୁ ଶୌଚାଳୟ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ହେଉଥିଲା। ଏଥିରେ ଉତ୍ତର ପୂର୍ବ ଅଞ୍ଚଳର ଏକ ତୃତୀୟାଂଶରୁ ଅଧିକ (୩୬ ପ୍ରତିଶତ) ପିଲା ରହିଥିଲେ। ଶିକ୍ଷକଙ୍କ ଅନୁମାନ ଅନୁସାରେ, ପ୍ରାୟ ୨୮ ପ୍ରତିଶତ ପିଲାମାନେ ନିଜର ଖାଦ୍ୟ ପାନୀୟ ଶିଖିପାରୁନଥିଲେ। ଅଧିକାଂଶ ଶିକ୍ଷକ ଏହି ସମସ୍ୟା ପାଇଁ ପିଲାଙ୍କ ସହ ସେମାନଙ୍କ ମାତା- ପିତାଙ୍କୁ ମଧ୍ୟ ଅତ୍ୟଧିକ ସ୍କ୍ରିନ ଟାଇମ ପାଇଁ ଦାୟୀ କରିଛନ୍ତି।

ଶ୍ରେଣୀକୁ ଆସୁଥିବା ସମସ୍ୟା ବିଷୟରେ କହି, ଜଣେ ଶିକ୍ଷକ କହିଛନ୍ତି ପ୍ରାୟ ୨.୪ ଘଣ୍ଟାର ଶୈକ୍ଷିକ ସମୟ ସେହି ଜିନିଷରେ ଖର୍ଚ୍ଚ ହେଉଛି, ଯାହାକୁ ଛାତ୍ର ନିଜେ ନିଜେ କରିପାରିଥାନ୍ତେ। କିନ୍ତୁ ସେମାନେ ମୌଳିକ କୌଶଳର ଅଭାବ କାରଣରୁ କରିପାରୁନାହାଁନ୍ତି। ସେମାନଙ୍କୁ ଶୌଚାଳୟର ବ୍ୟବହାର କରିବା ଶିଖାଇବା କିମ୍ବା ଡାଇପର ବଦଳାଇବାରେ ପ୍ରତିଦିନ ୧.୪ ଘଣ୍ଟା ଲାଗୁଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଦେଶରେ ଏକ ଗୁରୁତର ସଙ୍କଟ। ଯାହାର ତୁରନ୍ତ ସମାଧାନ କରିବା ଆବଶ୍ୟକ। ସରକାର ଏବେ ପିଲାଙ୍କୁ ‘‘ସ୍କୁଲ ପାଇଁ ପ୍ରସ୍ତୁତ’’ କରିବା ଉପରେ ଜୋର ଦେଉଛନ୍ତି। ଏହା ଅନୁସାରେ ପିଲାଙ୍କୁ ନିଜେ ଭୋଜନ କରିବା, ମୌଳିକ ଭାଷା କୌଶଳ, ଶୌଚାଳୟର ବ୍ୟବହାର କରିବା ଏବଂ ନିଜେ ପୋଷାକ ପିନ୍ଧିବା ଆଦି ଶିଖାଯାଉଛି। ଏକ ସଂସ୍ଥା ସହ ଜଡ଼ିତ ୧ ହଜାର ପ୍ରାଥମିକ ବିଦ୍ୟାଳୟର କର୍ମଚାରୀ ଏହା ଜାଣିବାକୁ ପାଇଛନ୍ତି ଯେ, ତିନିରୁ ଗୋଟିଏ ଶିଶୁ ଅର୍ଥାତ ୩୭ ପ୍ରତିଶତ ପିଲା ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ସମୟରେ ସ୍କୁଲ ପାଇଁ ପ୍ରସ୍ତୁତ ନଥାନ୍ତି। ଏହି ତଥ୍ୟ ୨୦୨୪ରେ ଏଭଳି ଛାତ୍ରଙ୍କ ୩୩ ପ୍ରତିଶତରୁ ବେଶ୍ ଅଧିକ।

କିଣ୍ଡ୍ରେଡ ସ୍କ୍ବୋୟର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଫେଲିସିଟି ଗିଲେସ୍ପି ଏହି ‘ପ୍ରଣାଳୀଗତ ସଙ୍କଟ’ କହିଛନ୍ତି। ସ୍କୁଲରେ ପର୍ଯ୍ୟାପ୍ତ ସମ୍ବଳର ଅଭାବ, କମ୍ ଆଶା ଏବଂ ବଢ଼ୁଥିବା ଦରବୃଦ୍ଧି ଭଳି ସମସ୍ୟା ଏହି ସମସ୍ୟାକୁ ଆହୁରି ବଢ଼ାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ, ମାତା- ପିତା ଏହା ଜାଣିପାରୁନାହାଁନ୍ତି ଯେ, ନିଜ ପିଲାଙ୍କ ବିକାଶରେ କେବେ ଏବଂ କେଉଁ ଭଳି ସହଯୋଗ ଦେବା ଆରମ୍ଭ କରିବେ।

କିନ୍ତୁ ସର୍ଭେରେ ସାମିଲ ୧ ହଜାର ଅଭିଭାବକଙ୍କ ମଧ୍ୟରୁ ୮୮ ପ୍ରତିଶତ କହିଛନ୍ତି ତାଙ୍କ ପିଲା ଏବର୍ଷ ସ୍କୁଲ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଏବଂ ୩୫ ପ୍ରତିଶତଙ୍କ କହିବା କଥା ତାଙ୍କ ଶିଶୁ ଅନ୍ୟଙ୍କ ତୁଳନାରେ ଅଧିକ ପ୍ରସ୍ତତ। ୯୪ ପ୍ରତିଶତରୁ ଅଧିକ ଅଭିଭାବକ ଚାହୁଛନ୍ତି ଯେ, ସରକାର ସେମାନଙ୍କ ପିଲାଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା ପାଇଁ କିଛି ମାର୍ଗଦର୍ଶିକା ଜାରି କରନ୍ତୁ।