LIVE TV

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା', ମଙ୍ଗଳବାର କରିବ ଲ୍ୟାଣ୍ଡଫଲ୍

NEWS7
iulia-vantur-will-start-her-bollywood-career-with-salman-khan-film-kabhi-eid-kabhi-diwali

ଭୁବନେଶ୍ୱର ୨୭।୧୦ : ସୃଷ୍ଟି ହେଲା ବାତ୍ୟା ମୋନ୍ଥା ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ହୋଇଛି 'ମୋନ୍ଥା' । ଏହା ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ 'ମୋନ୍ଥା' । ମଙ୍ଗଳବାର ସଂଧ୍ୟା କିମ୍ବା ରାତିରେ ଏହା ଲ୍ୟାଣ୍ଡଫଲ କରିବ । ପରେ ଏହା ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ସୂଚନା ମିଳିଛି । ​​