LIVE TV

ମିଳିଲାନି ଆମେରିକା ଭିସା, ଜୀବନ ହାରିଲେ ଡାକ୍ତରାଣୀ

NEWS7
its-highly-unlikely-to-happen-sunil-gavaskar-on-ms-dhoni-comeback-into-the-indian-team

ନୂଆଦିଲ୍ଲୀ, ୨୪/୧୧ : ମିଳିଲାନି ଆମେରିକାର ଭିସା । ଦୁଃଖରେ ଭାଙ୍ଗି ପଡିଲେ ମହିଳା ଡାକ୍ତର । ଶେଷରେ ହାରିଲେ ଜୀବନ । ଏପରି କିଛି ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରେ । ମହିଳାଜଣଙ୍କ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ପୋଲିସର କହିବାନୁସାରେ, ୩୮ ବର୍ଷୀୟ ମହିଳା ଡାକ୍ତର ରୋହିଣୀ ଦୀର୍ଘଦିନ ହେବ ହାଇଦ୍ରାବାଦରେ ରହୁଥିଲେ । ତାଙ୍କ ପରିବାର ଲୋକେ ମଧ୍ୟ ସେ ପାଖରେ ଅନ୍ୟ ଏକ ଘରେ ରହୁଥିଲେ । ତେବେ ଶନିବାର ମହିଳା ଡାକ୍ତରଙ୍କ ମନ ଭଲ ନଥିଲା । ସେ ଫ୍ଲାଟକୁ ଆସିବା ପରେ ନିଦ ବଟିକା ଖାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ରିସିଭ୍ କରିନଥିଲେ । ଶେଷରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା ।

ତେବେ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଏଥିରେ ଲେଖାହୋଇଛି ଯେ, ସେ ଦୀର୍ଘ ଦିନ ଧରି ଚାପରେ ରହୁଥିଲେ । ତାଙ୍କୁ ଆମେରିକା ଭିସା ମିଳିନଥିଲା । ତେଣୁ ,ସେ ସେ ଅବସାଦଗ୍ରସ୍ତ ରହିଥିଲେ । ରୋହିଣୀଙ୍କ ମାଆ କହିଛନ୍ତି ଯେ, ଝିଅର ଆମେରିକା ଯିବା ପାଇଁ ଇଚ୍ଛା ଥିଲା । କିନ୍ତୁ ତାକୁ ଭିସା ମିଳିନଥିଲା । କିରଗିଜସ୍ତାନରୁ ମେଡିକାଲ ପାଠ ପଢିବା ପରେ ୨୦୧୦ରେ ସେ ଡାକ୍ତର ଭାବେ ଯୋଗ ଦେଇଥିଲେ ।

ମାଆ ଆହୁରି କହିଛନ୍ତି ଯେ, ଆମେରିକା ନଯାଇ ଭାରତରେ କାମ କରିବାକୁ ସେ ଅନେକ ଥର ରୋହିଣୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ଆମେରିକାର ରୋଗୀଙ୍କ ସଂଖ୍ୟା କମ୍ ଏବଂ ଟଙ୍କା ଅଧିକ ବୋଲି ଝିଅ ବାରମ୍ବାର କହୁଥିଲା । ଝିଅ ବିବାହ ନକରି ରୋଗୀସେବାକୁ ଗୁରୁତ୍ୱ ଦେଉଥିଲା । କିନ୍ତୁ ଏବେ ସବୁ ସରିଗଲା ବୋଲି ମାଆ କୋହଭରା କଣ୍ଠରେ ପ୍ରକାଶ କରିଥିଲେ ।