୫ ଟଙ୍କିଆ ଚିପ୍ସ ପାଇଁ ନଷ୍ଟ ହୋଇଗଲା ନାବାଳକଙ୍କ ଆଖି, ପ୍ୟାକେଟ୍‌ରେ ଥିବା ଖେଳଣାକୁ ନିଆଁରେ ପକାଉ ପକାଉ ହେଲା ବିସ୍ଫୋରଣ

NEWS7
isro-launch-first-space-mission-of-2021

ବଲାଙ୍ଗିର ୧୩।୧: ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ । ପ୍ୟାକେଟ୍ ଭିତରେ ଥିଲା ଛୋଟ ଜରି ଖେଳଣା । ଖୋଲିବା ମାତ୍ରେ ଫାଟିଲା ।  ନଷ୍ଟ ହୋଇଗଲା ନାବାଳକଙ୍କ ଆଖି । ଏଭଳି ଖେଳଣା ନିଆଁରେ ପଡ଼ିବା ମାତ୍ରେ ହେଉଛି ବିସ୍ଫୋରଣ ।  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରେ ଏଭଳି ଅଭାବନୀୟ ଘଚଣା ଘଟିଛି । ଏହି ଘଟଣାକୁ ନେଇ ବାପା-ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେଲେଙ୍ଗାନା ରାଜ୍ୟର ମେଡାକ ଜିଲ୍ଲା ଏବଂ ଓଡ଼ିଶାର ବରଗଡ଼-ସମ୍ବଲପୁର ଜିଲ୍ଲାରୁ ଏକ ସାଙ୍ଗରେ ତିଆରି ହେଉଥିବା ଏହି ଚିପ୍ସ ପ୍ୟାକେଟ୍‌ର ମୂଲ୍ୟ ରହିଛି ୫ ଟଙ୍କା ।  

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁର ଲବ ହରପାଳଙ୍କ ୮ ବର୍ଷର ପୁଅ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ୍ କିଣି ଖାଇଥିଲେ । ଜରି ପ୍ୟାକେଟ୍‌ରେ ଥିବା ଖେଳଣାକୁ ନିଆଁରେ ପକାଇବା ମାତ୍ରେ ଜୋରରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ନାବାଳକଙ୍କ  ଆଖି ଉପରେ ମାଡ଼ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ନାବାଳକଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଖିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏବେ ଆହତ ନାବାଳକଙ୍କ ବାପା-ମା’ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସଂପୃକ୍ତ ଚିପ୍ସ ବିକ୍ରିକୁ ବନ୍ଦ କରିବା, କମ୍ପାନୀ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ନାବାଳକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।