ଅଢେଇ ବର୍ଷ ତଳେ ବି ଛତିଶଗଡ଼ ଓ ଓଡ଼ିଶା ଗସ୍ତରେ ଟିମ୍ ଆସିଥିଲେ, ହେଲେ ଓଡ଼ିଶା କ’ଣ ପାଇଲା ?

NEWS7
isro-launch-first-space-mission-of-2021

ସମ୍ବଲପୁର ୨୬।୨: ମହାନଦୀ ଟ୍ରିବ୍ୟୁନାଲକୁ କଟାକ୍ଷ କଲେ ପୂର୍ବତନ ବିଧାୟକ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ । ଏହି ଟ୍ରିବ୍ୟୁନାଲ ଟିମ୍ ଫ୍ୟାମିଲି ପିକନିକରେ ଆସୁଥିବା ସେ କହିଛନ୍ତି । ଅଢେଇ ବର୍ଷ ତଳେ ବି ଛତିଶଗଡ ଓ ଓଡ଼ିଶା ଗସ୍ତରେ ଟିମ୍ ଆସିଥିଲେ ହେଲେ ଓଡ଼ିଶା କ’ଣ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆମର ସମସ୍ୟାର ସମାଧାନ କରିବା ପାଇଁ ଆନ୍ତରିକତା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ କିମ୍ବା ପ୍ରଶାସନିକ ଆଲୋଚନା କଲେ କିଛି ଲାଭ ନାହିଁ । ଯଦି ପ୍ରକୃତରେ ସମାଧାନ ଚାହୁଁଛ ତେବେ ବିବାଦୀୟ ବ୍ୟାରେଜ ଭାଙ୍ଗ ବୋଲି ରୋହିତ କହିଛନ୍ତି ।

ସୂଚନା ଅନୁସାରେ ଗୁରୁବାର ସମ୍ବଲପୁର ପହଞ୍ଚିବ ଟ୍ରିବ୍ୟୁନାଲ ଟିମ୍ । ଶୁକ୍ରବାର ଠାରୁ ଟିମ୍ ବିଭିନ୍ନ ସ୍ଥାନ ପରିଦର୍ଶନ କରିବ ।