ମାଡ଼ିବସିଥିଲେ ସରକାରୀ ଜାଗା, ପ୍ରଶାସନ ଆରମ୍ଭ କଲା ଉଚ୍ଛେଦ

NEWS7
isro-cartosat-2f-comes-close-to-russian-satellite-kanopus-v-k-shivan-reacts

କୋଣାର୍କ ୦୫।୧୨ : ଉଚ୍ଛେଦ ହେଲା ଗୋପ ବଜାର । ଉଚ୍ଛେଦ ବେଳେ ନିମାପଡ଼ା ଡିଏସ୍‌ପି, ଗୋପ, କୋଣାର୍କ, ଚାରିଛକ ଏବଂ ନିମାପଡ଼ା ଆଇଆଇସି, ଗୋପ ତହସିଲଦାରଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ୪ଟି ଜେସିବି ବ୍ୟବହାର କରାଯାଉଛି ।

​​​​​​​

ଖବର ଅନୁସାରେ, ଗୋପ ମୁଖ୍ୟ ରାସ୍ତା ଦେଇ ଦେଶ-ବିଦେଶର ଅନେକ ପର୍ଯ୍ୟଟକ କୋଣାର୍କ, ପୁରୀ, ଭୁବନେଶ୍ୱର, ନଖରା ଆଦି ସ୍ଥାନ ଯାତ୍ରା କରିଥାନ୍ତି । କିନ୍ତୁ ସରକାରୀ ଜାଗାରେ ଜବରଦଖଲ ଲାଗି ସବୁବେଳେ ଗୋପ ବଜାରରେ ଭିଡ଼ ହେଉଛି । ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ଏପିରିକି ଅନେକ ସମୟରେ କୋଣାର୍କରୁ ଆସୁଥିବା ନେତା ମନ୍ତ୍ରୀ ଏବଂ ଆମ୍ବୁଲାନ୍ସ ବଜାର ଜାମ୍‌ ଲାଗି ଦୀର୍ଘ ସମୟ ଧରି ଫସିରହୁଥିଲେ । ସେଥିପାଇଁ ଜବର ଦଖଲ ଉଠାଇବା ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା । ଆଉ ଏବେ ଆକ୍ସନମୋଡ଼କୁ ଆସିଛି ପ୍ରଶାସନ । ଗୋପ ବଜାରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଛେଦ ପ୍ରକ୍ରିୟା ପରେ ୬୦ ଫୁଟିଆ ରାସ୍ତା ନିର୍ମାଣ କରାଯିବ ବୋଲି ସୂଚନା ରହିଛି ।