ଜୁନିଅର ଖାମେନି ହେଲେ ଇରାନର ସର୍ବୋଚ୍ଚ ନେତା, ନୂଆ ମୁଖ୍ୟ ଭାବେ ସମ୍ଭାଳିବେ ଦାୟିତ୍ୱ

NEWS7
israels-new-pm-eager-to-strengthen-ties-with-india-know-what-bennett-said

ତେହରାନ, ୦୧ /୦୩: ଇରାନର ନୂଆ ସୁପ୍ରିମ ଲିଡର୍ । ଇରାନର ସର୍ବୋଚ୍ଚ ନେତା ଖାମେନୀଙ୍କ ମୃତ୍ୟୁ ପରେ ଏବେ ସାରା ବିଶ୍ୱ ସ୍ତବ୍ଧ । ତାଙ୍କ ମୃତ୍ୟୁ ପରେ ବି ପଛଘୁଞ୍ଚା ଦେଇନି ତେହରାନ । ଆମେରିକା ଏବଂ ଇସ୍ରାଏଲର ମୁକାବିଲା କରୁଛି । ଏସବୁ ଭିତରେ ଖାମେନିଙ୍କ ପୁଅ ମୋଜତବା ଖାମେନିଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଦିଆଯାଇଥିଲା ବିଭିନ୍ନ ବିଦେଶୀ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।

କିଏ ମୋଜତବା ?

ମୋଜତବା ୧୯୬୯ ମସିହାରେ ମଶହଦ ସହରରେ ଜନ୍ମ ହୋଇଥିଲେ । ଧାର୍ମିକ ମାହୋଲରେ ତାଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଇରାକ ଯୁଦ୍ଧ ସମୟରେ ସେ ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନ ହେବ ତାଙ୍କୁ ପିତା ଖାମେନିଙ୍କ ଉତ୍ତରାଧିକାରୀ ଭାବେ ଅନେକ ଦେଖୁଥିଲେ । ସେ କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ।

ସବୁ ଜାଣିଛନ୍ତି ଟ୍ରମ୍ପ୍

ସିଏନଏନ ଖବର ଅନୁଯାୟୀ, ଜଣେ ସିବିଏସ ରିପୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି ଯେ କିଛି ଭଲ ନେତା ଇରାନକୁ ନେତୃତ୍ୱ ଦେବାକୁ ଅଛନ୍ତି । ମୁଁ ନିର୍ଦ୍ଦିଷ୍ଟ ଭାବରେ ଜାଣେ କିଏ ଖାମେନୀଙ୍କ ପରେ ଦାୟିତ୍ୱ ନେବ, କିନ୍ତୁ ମୁଁ ତାହା ତୁମକୁ କହିବି ନାହିଁ ବୋଲି କହିଛନ୍ତି ଟ୍ରମ୍ପ୍ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ସିହା ଧର୍ମଗୁରୁ ଏବଂ ସିହା ବିଦ୍ୱାନ ନିଶ୍ଚିତ ଭାବେ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ ହେବେ । ୮୮ ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ନେଇ ଗଠିତ ଆସେମ୍ବଲି ଅଫ୍ ଏକ୍ସପର୍ଟ୍ ତାଙ୍କୁ ଚୟନ କରିବ ।

ଆହୁରି ଅନେକ ନେତା

ଆମେରିକାର ଧମକ ଏବଂ ଆଠମାସ ତଳେ ଇସ୍ରାଏଳ-ଆମେରିକା ସହ ଇରାନର ୧୨ ଦିନ ଯୁଦ୍ଧ ସମୟରୁ ଖାମେନୀ ତାଙ୍କ ସୁରକ୍ଷା ଓ ଉତ୍ତରାଧିକାରୀ ନେଇ ସତର୍କତାର ସହ ନିଷ୍ପତ୍ତି ନେଇଥିଲେ । ଇରାନର ୬ ଜଣ ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କ ମଧ୍ୟରୁ ୩ ଜଣ ଖାମେନୀଙ୍କ ଅଧିକ ପସନ୍ଦ ଥିଲେ । କିଛିଦିନ ତଳେ ଖାମେନୀ ସେହି ୬ ଜଣ ସମ୍ଭାବ୍ୟ ଶାସକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଆଲୋଚନା ବି କରିଥିଲେ ।

ସେହି ୬ ଜଣଙ୍କ ମଧ୍ୟରେ ଅଛନ୍ତି ବିଚାର ବିଭାଗୀୟ ମୁଖ୍ୟ ଘୋଲାମ ହାସେନ୍, ମହସେନୀ ଇଜିଆର, ଖାମେନୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଅଲୀ ଅସଗର ହେଜାଜି ଓ ହାସାନ୍ ଖୋମେନୀ । ଏହି ହାସାନ ହେଉଛନ୍ତି ଆୟୋତଲ୍ଲାହ ଖାମେନୀଙ୍କର ଜଣେ ନାତି ଏବଂ ସେ ଜଣେ ଧର୍ମଗୁରୁ ତଥା ସଂସ୍କାରବାଦୀ ରାଜନେତା । ଏହା ବ୍ୟତୀତ ଖାମେନୀଙ୍କ ଦ୍ୱିତୀୟ ପୁତ୍ର ୫୬ ବର୍ଷୀୟ ମୋଜାଥାବାଙ୍କ ନାମ ବି ଚର୍ଚ୍ଚା ହୁଏ । କିନ୍ତୁ ନିଜେ ମୋଜାଆବା ଶାସନ ପ୍ରତି ଆଗ୍ରହୀ ନଥିବା ଏବଂ ସେ ସେଭଳି ଦକ୍ଷ ଧର୍ମଗୁରୁ ନଥିବା ଜଣାଯାଇଛି ।