ବର୍ଷ ସରିଲା, ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ.. ପାଣ୍ଠି ପାଇଁ ପୁଣି ଚିଠି ଲେଖିଲା ଓସେପା

NEWS7
israeli-people-are-chanting-om-namah-shivaay-and-praying-for-india-during-corona-disaster

ଭୁବନେଶ୍ୱର ୧୭।୧୨ : ବର୍ଷ ସରିଲା, ହେଲେ ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ । ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଣ୍ଠି ମିଳିନି । ଏପଟେ ନୂଆ କରି ନାମ ଲେଖାଇଥିବା ୩ ଲକ୍ଷ ୧୦ହଜାର ୮୩୯ ଶିଶୁ ବାଟିକା ପିଲା ପୁରୁଣା ଚିରା ଫଟା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି। କେବଳ ଶିଶୁ ବାଟିକା ପିଲା ନୁହଁନ୍ତି, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଆସିନି ଅର୍ଥ। ଉଭୟ ଶିଶୁ ବାଟିକା ଓ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପାଇଁ ପାଣ୍ଠି ମାଗିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖିଛି ଓସେପା । କୁହାଯାଇଥିଲା, ପ୍ରଥମ ଶ୍ରେଣୀ ପିଲାଙ୍କ ପରି ଶିଶୁ ବାଟିକା ପିଲାଙ୍କୁ ମଧ୍ୟ ସ୍କୁଲ ପୋଷାକ, ଜୋତା, ମୌଜା, ଟି-ସାର୍ଟ, ଟ୍ରାକ୍-ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ଜଣଙ୍କ ପିଛା ୧୦୦୦ଟଙ୍କା । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୩ ଲକ୍ଷ ୧୦ ହଜାର ୮୩୯ଜଣ ଶିଶୁ ବାଟିକା ପିଲାଙ୍କୁ ଏହି ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ଏଥିପାଇଁ ମୋଟ ୩୧ କୋଟି ୮ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହେବ । ଏବାବଦରେ ଓସେପା ଗତ ଅଗଷ୍ଟ ୧୮ ତାରିଖରେ ପାଣ୍ଠି ଅନୁମୋଦନ ଦେବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲା । ଡିସେମ୍ବର ମାସ ଆସି ଅଧା ହେଲାଣି ଶିଶୁ ବାଟିକା ପିଲାଙ୍କ ପାଇଁ ୟୁନିଫର୍ମ ବାବଦକୁ ପାଣ୍ଠି ମିଳିନି । ଫଳରେ ପୁଣି ଥରେ ଗତକାଲି (ସୋମବାର) ଗଣଶିକ୍ଷା ବିଭାଗକୁ ପାଣ୍ଠି ଯୋଗାଇ ଦେବାକୁ ଚିଠି ଲେଖିଛି । ସେହିପରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା (ଏମ୍ସିସିପିୱାଇ)ରେ ପଢ଼ୁଥିବା ୧ଲକ୍ଷ ୮୭ ହଜାର ୮୭୮ ଜଣ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ସହ ଜୋତା, ମୌଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ପାଇଁ ବି ଅନୁଦାନ ମାଗିଛି ଓସେପା