ଏପଷ୍ଟିନ ସେକ୍ସ ସ୍କାଣ୍ଡାଲର ବଡ଼ ଖୁଲାସା: ଯୁବତୀଙ୍କ ସହ ହଟ୍-ଟବରେ ଗାଧୋଉଥିଲେ କ୍ଲିଣ୍ଟନ, ଫଟୋରେ ନଜର ଆସିଲେ ମାଇକେଲ୍ ଜ୍ୟାକସନ

NEWS7
isha-ambani-tie-knot-with-anand-piramal-at-antalia-house

ନୂଆଦିଲ୍ଲୀ: ଆମେରିକାର ଆଇନ ବିଭାଗ ଶୁକ୍ରବାର ସକାଳ ୨:୩୦ (ଭାରତୀୟ ସମୟ) ରେ ଜେଫ୍ରି ଏପଷ୍ଟିନଙ୍କ ବିରୋଧରେ ୩ ଲକ୍ଷ ଦସ୍ତାବିଜ ପ୍ରକାଶ କରିଛି। ଏହି ଦସ୍ତାବିଜ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ପପ୍ ଗାୟକ ମାଇକେଲ ଜ୍ୟାକସନ, ହଲିଉଡ୍ ଅଭିନେତା କ୍ରିସ୍ ଟକର ଏବଂ ବ୍ରିଟିଶ ରାଜକୁମାର ଆଣ୍ଡ୍ରୁଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଫଟୋଗ୍ରାଫ ଅନ୍ତର୍ଭୁକ୍ତ। କିଛି ଫଟୋରେ କ୍ଲିଣ୍ଟନ ମହିଳାଙ୍କ ସହିତ ପୁଲରେ ପହଁରୁଥିବା ଏବଂ ପାର୍ଟି କରୁଥିବାର ଦେଖାଯାଇଛି।

ଏହି ଫଟୋଗୁଡ଼ିକ ପ୍ରଥମେ ଚାରୋଟି ସେଟରେ ମୁକ୍ତିଲାଭ କରିଥିଲା। କିଛି ଘଣ୍ଟା ପରେ, ଆଉ ତିନୋଟି ପ୍ରକାଶିତ ହୋଇଥିଲା। ଏଥିରେ ମୋଟ ୩,୫୦୦ରୁ ଅଧିକ ଫାଇଲ୍ ଅଛି । ଯେଉଁଥିରେ ୨.୫ GB ରୁ ଅଧିକ ଫଟୋଗ୍ରାଫ୍ ଏବଂ ଡକ୍ୟୁମେଣ୍ଟ୍ ଅନ୍ତର୍ଭୁକ୍ତ। ଅନେକ ଫଟୋ କେଉଁଠି କ୍ୟାପ୍ଚର ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ ।

ଏପଷ୍ଟିନଙ୍କ ମାମଲା ସହ ଜଡ଼ିତ ଡକ୍ୟୁମେଣ୍ଟ ଏବଂ ଫଟୋ ପୂର୍ବରୁ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ଖୁଲାସାର ପ୍ରଭାବ କେତେ ହେବ ତାହା ପରେ ଜଣାପଡ଼ିବ । ଆଇନ ବିଭାଗ ଏହା ମଧ୍ୟ କହିଛି ଯେ, ତଦନ୍ତ ଚାଲୁଥିବା କିମ୍ବା ଜାତୀୟ ସୁରକ୍ଷା ଚିନ୍ତା ଯୋଗୁଁ କିଛି ଦସ୍ତାବିଜ ସାର୍ବଜନୀନ କରାଯାଇ ନାହିଁ ।

ଏପର୍ଯ୍ୟନ୍ତ ଏହି ସେଲିବ୍ରିଟିଙ୍କ ଫଟୋ ଆସିଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ

ପପ୍ ଷ୍ଟାର ମାଇକେଲ୍ ଜ୍ୟାକସନ

ପ୍ରିନ୍ସ ଆଣ୍ଡ୍ରୁ ଏବଂ ତାଙ୍କ ପତ୍ନୀ ସାରା ଫର୍ଗୁସନ୍

ଆମେରିକୀୟ ଉପସ୍ଥାପିକା ଓପ୍ରା ୱିନଫ୍ରେ

ଲିଉଡ୍ ଅଭିନେତା କେଭିନ୍ ସ୍ପେସି ଏବଂ କ୍ରିସ୍ ଟକର

କୋଟିପତି ରିଚାର୍ଡ ବ୍ରାସନାନ

ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଜେଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ୧୮ ତାରିଖରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦ ଦିନ ମଧ୍ୟରେ ଏପଷ୍ଟିନଙ୍କ ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇ ଆଇନରେ ସ୍ୱାକ୍ଷର କରିଥିଲେ। ଡିସେମ୍ବର ୧୯ ସୁଦ୍ଧାରେ ଦସ୍ତାବିଜ ପ୍ରକାଶ କରିଛି ଆଇନ ବିଭାଗ ।

ଆଇନ ବିଭାଗର ଡେପୁଟି ଆଟର୍ଣ୍ଣି ଜେନେରାଲ ଟଡ୍ ବ୍ଲାଞ୍ଚ କହିଛନ୍ତି ଯେ, ଆଗାମୀ ସପ୍ତାହରେ ହଜାର ହଜାର ଅଧିକ ଡକ୍ୟୁମେଣ୍ଟ ପ୍ରକାଶ କରାଯିବ । ସେପଟେ ଏପଷ୍ଟିନ ଫାଇଲ୍ସରେ ନାମ ଏବଂ ଫଟୋ ଆସିବା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ନିଜକୁ ‘ବଲି କା ବକ୍ରା’ ବୋଲି କହିଛନ୍ତି। ତାଙ୍କ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମାମଲାରେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ମୁଖପାତ୍ର କହିଛନ୍ତି ଯେ, ୨୦ ବର୍ଷ ପୁରୁଣା ମାମଲାରେ ଯେତେ ବି ଅସ୍ପଷ୍ଟ ଫଟୋଗ୍ରାଫ ପ୍ରକାଶିତ ହେଉ, ଏହି ମାମଲା ସହ ବିଲ୍ କ୍ଲିଣ୍ଟନଙ୍କ କୌଣସି ସମ୍ପର୍କ ନାହିଁ।