ବାଇକ୍‌ରେ ଯାଉଥିଲେ, ହଠାତ୍ ବେକରେ ଲାଗିଗଲା ଗୁଡ଼ି ସୂତା

NEWS7
is-the-farmer-movement-going-to-end-now-farmers-withdrew-from-rail-tracks-near-amritsar-after-169-days

କଟକ ୩୧।୧୨: କଟକରେ ଗୁଡ଼ି ସୂତାରେ କଟିଲା ଦୁଇ ଜଣଙ୍କ ବେକ । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଦେବୀ କଲ୍ୟାଣ ଆଚାର୍ଯ୍ୟ, ଆଶାଲତା ଆଚାର୍ଯ୍ୟ ବାଇକ୍ ଯୋଗେ ସକାଳ ୧୦ଟା ସମୟରେ ରାସ୍ତାରେ ଯାଉଥିବା ବେଳେ ଗୁଡ଼ି ସୂତା ହଠାତ୍ ତାଙ୍କ ବେକରେ ଲାଗିଯାଇଥିଲା । ଏଥିରେ ଦୁହିଁଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲେ ।