ସବୁଠି ମତାନ୍ତର ମନାନ୍ତର ରହିବ ; ମେଳି କିଛି ନୁହେଁ, ଦଳ ଏକଜୁଟ ଅଛି

NEWS7
is-powers-came-to-human-body-knwo-all-about-it

ଭୁବନେଶ୍ବର ୨୧।୧୨: ବୃହତ ଆଞ୍ଚଳିକ ଦଳ ହିସାବରେ ବିଜେଡି ପ୍ରତିଷ୍ଠିତ । ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ହେବ । ଏ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ ଏବେ କିନ୍ତୁ ଭୁଆଁ ବୁଲାଉଛନ୍ତି । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆନ୍ଦୋଳନ ଓ ପ୍ରତିବାଦ ଚାଲିବ ବୋଲି ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା କହିଛନ୍ତି ।

ସେ ଆହୁରି କହିଛନ୍ତି, ପରସ୍ପର ବିରୋଧୀ ମତ ମତାନ୍ତର ରହିବ । ବିଜେପି ଓ କଂଗ୍ରେସରେ ଯେଭଳି କନ୍ଦଳ ହୋଇଥିଲା ସେଭଳି କନ୍ଦଳ ବିଜେଡିରେ ହେବ ନାହିଁ । ସମ୍ବଲପୁରରେ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ କରାଯାଇଛି । ସବୁଠି ମତାନ୍ତର ମନାନ୍ତର ରହିବା ସ୍ୱାଭାବିକ । କିନ୍ତୁ ସମସ୍ତଙ୍କୁ ନେଇ ଚାଲିବ ଦଳ । ଭୋଜି ଭାତ ଚାଲିବ । କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି । କିନ୍ତୁ ମେଳି କିଛି ନୁହେଁ । ଦଳ ଏକଜୁଟ ଅଛି ବୋଲି ଅଶୋକ ପଣ୍ଡା କହିଛନ୍ତି ।