The Hundred: ପାକିସ୍ତାନୀ ଖେଳାଳିଙ୍କୁ କିଣିଲା ସନରାଇଜର୍ସ ଲିଡ୍ସ, ବିରୋଧ କଲେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ 

NEWS7
is-powers-came-to-human-body-knwo-all-about-it

ନୂଆଦିଲ୍ଲୀ: ‘ଦ ହଣ୍ଡ୍ରେଡ୍‌’ ଲିଗ୍‌ରେ କାବ୍ୟା ମାରନଙ୍କ ଦଳ ପାକିସ୍ତାନୀ ଖେଳାଳିଙ୍କୁ କିଣିଛି । ସନରାଇଜର୍ସ ଲିଡ୍ସ ପାକିସ୍ତାନୀ ସ୍ପିନର ଅବରାର୍‌ ଅହମ୍ମଦଙ୍କୁ ସାମିଲ କରିଛି । ଏହାକୁ ନେଇ ଭାରତରେ ବିରୋଧ ତୀବ୍ର ହୋଇଛି । ସନରାଇଜର୍ସକୁ ବୟକଟ୍‌ କରିବାକୁ ମଧ୍ୟ ଦାବି ହୋଇଛି । ଏହାରି ମଧ୍ୟରେ, ଭାରତର ଲୋକପ୍ରିୟ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ସନରାଇଜର୍ସ ଲିଡ୍ସର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ 
କଥାବାଚକ କହିଛନ୍ତି, ଭାରତୀୟ ଖେଳାଳିଙ୍କୁ ଦଳରେ ସାମିଲ କରିବା ଦରକାର । ଫଳରେ ଦେଶର ଟଙ୍କା ଦେଶରେ ରହିବ । ଏବେ ଏହି ଟଙ୍କାରେ ପାକିସ୍ତାନ, ଭାରତ ଉପରେ ମିସାଇଲ୍‌ ମାଡ଼ କରିବ । ଇନ୍ଦୋରରେ ସନାତନ ପ୍ରିମିୟର ଲିଗରେ ଯୋଗ ଦେଇ ଅନିରୁଦ୍ଧାଚାର୍ଯ୍ୟ ଏହି ନିଷ୍ପତ୍ତିର ଦୃଢ଼ ବିରୋଧ କରିଛନ୍ତି । ସନାତନ ପ୍ରିମିୟର ଲିଗ୍‌ ବିଷୟରେ ଖୋଲାଖୋଲି କହିଛନ୍ତି। ସେ କହିଛନ୍ତି, ‘ଏହିପରି କ୍ରୀଡା ଆୟୋଜନ ଜାରି ରହିବା ଉଚିତ ।  ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅନେକ କ୍ରୀଡା ଖେଳିଥିଲେ ଏବଂ ଏହା ଯୁବକମାନଙ୍କୁ ଫିଟ୍ ରଖିବାରେ ସାହାଯ୍ୟ କରେ। ସନାତନ ପ୍ରିମିୟର ଲିଗ କେବଳ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ସେମାନଙ୍କ ଭବିଷ୍ୟତକୁ ଉନ୍ନତ କରିବ।’

ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳୁ
ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କୁ କିଣିବା ପ୍ରଶ୍ନରେ ସେ କହିଛନ୍ତି, ‘ଭାରତୀୟ କ୍ରିକେଟରମାନଙ୍କୁ କିଣିବା ଉଚିତ। ଏହା ଭାରତୀୟ ଟଙ୍କାକୁ ମଧ୍ୟ ମଜଭୁତ କରିବ। ଭାରତକୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ଏବଂ ଭାରତରେ କିଛି ଲୋକ ପାକିସ୍ତାନକୁ ଏତେ ଭଲ ପାଆନ୍ତି କାହିଁକି ?’ ସେମାନେ ଭାରତୀୟ ଖେଳାଳିମାନଙ୍କୁ ଖେଳିବାର ସୁଯୋଗ କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

କ’ଣ କହିଲେ ଦେବକୀନନ୍ଦନ ମହାରାଜ ?
 କଥାବାଚକ ଦେବକୀନନ୍ଦନ ମହାରାଜ ଯୁବପିଢ଼ି ଏବଂ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସନାତନ ପ୍ରିମିୟର ଲିଗରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ପିଲାମାନଙ୍କୁ ଦେଖିଲେ ମନେ ହେଉନାହିଁ ଯେ, ସେମାନେ ପ୍ରଥମ ଥର ପାଇଁ ଖେଳୁଛନ୍ତି। ସେମାନଙ୍କ ପାଖରେ ପ୍ରତିଭା ଅଛି, କିନ୍ତୁ ସେମାନେ ଖେଳିବା ପାଇଁ ସଠିକ୍ ପ୍ଲାଟଫର୍ମ ପାଉନାହାନ୍ତି। ଯଦି ପ୍ରଥମ ଇଭେଣ୍ଟକୁ ବ୍ୟାପକ ଜନସମର୍ଥନ ମିଳେ, ତେବେ ପ୍ରତିବର୍ଷ ପିଲାମାନଙ୍କ ପାଇଁ ସନାତନ ପ୍ରିମିୟର ଲିଗ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ସନାତନ ପ୍ରିମିୟର ଲିଗ୍ ୧୨ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଇନ୍ଦୋରରେ ଖେଳାଯିବ । ଏଥିରେ ଅନେକ ରାଜ୍ୟର ଦଳ ଅଂଶଗ୍ରହଣ କରୁଛନ୍ତି। ବିଜେତା ଦଳକୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପୁରସ୍କାର ମିଳିବ।