ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲା: ମଙ୍ଗଳବାର ସକାଳେ ଥାଇଲାଣ୍ଡରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ ଲୁଥ୍ରା ବ୍ରଦର୍ସ

NEWS7
iraqs-intelligence-head-al-kadhimi-named-new-prime-minister-designate

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ଭାଇମାନଙ୍କୁ ଆସନ୍ତାକାଲି (ମଙ୍ଗଳବାର) ସକାଳେ ଦିଲ୍ଲୀ ଅଣାଯିବ। ଘଟଣା ପରେ ସେମାନେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗୋଆ ପୋଲିସ ସେମାନଙ୍କୁ ହେପାଜତକୁ ନେବ। ଆସନ୍ତାକାଲି ସେମାନଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ ଏବଂ ସେମାନଙ୍କର ଟ୍ରାଞ୍ଜିଟ୍ ରିମାଣ୍ଡ ନିଆଯିବ। ତା'ପରେ ସେମାନଙ୍କୁ ଗୋଆ ନିଆଯିବ।

ଡିସେମ୍ବର ୬ , ୨୦୨୫ ରାତିରେ ଗୋଆର ଆରପୋରାରେ ଥିବା ବିର୍ଚ ବାଇ ରୋମିଓ ଲେନ୍ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇବା ପରେ, ରାତି ୧୧:୪୫ ରୁ ମଧ୍ୟରାତ୍ରିରେ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସ ତୁରନ୍ତ ଦିଲ୍ଲୀ ଛାଡି ଥାଇଲାଣ୍ଡ ଯିବାକୁ ଯୋଜନା କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ସେ ଡିସେମ୍ବର ୭ ତାରିଖ ରାତି ୧:୧୭ ରେ MakeMyTrip ଆପ୍ ମାଧ୍ୟମରେ ଫୁକେଟ୍ ପାଇଁ ଟିକେଟ୍ ବୁକ୍ କରିଥିଲେ।

ଗୋଟିଏ ପଟେ ଲୁଥ୍ରା ବ୍ରଦର୍ସ ଦେଶ ଛାଡ଼ି ଚାଲିଯିବାକୁ ପ୍ଲାନ କରୁଥିଲେ, ସେପଟେ ଅଗ୍ନିଶମ ବାହିନୀ କ୍ଲବରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଲୁଥ୍ରା ବ୍ରଦର୍ସ ସକାଳ ଡିସେମ୍ବର ୭ ଭୋର ୩ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସକାଳ ୫:୩୦ ରେ ଇଣ୍ଡିଗୋ ବିମାନ 6E-1073 ରେ ଫୁକେଟ୍ ପାଇଁ ପ୍ରସ୍ଥାନ କରିଥିଲେ। ଅଗ୍ନିକାଣ୍ଡ ଘଟିବାର ୬ରୁ ୮ ଘଣ୍ଟା ମଧ୍ୟରେ ସେମାଦେ ଦେଶ ଛାଡ଼ି ପଳାଇଥିଲେ।

ସୂଚନା ଅନୁଯାୟୀ, ଲୁଥ୍ରା ଭାଇମାନଙ୍କ ମଧ୍ୟରୁ ଜଣଙ୍କର ୟୁକେ ପାଇଁ ଦୀର୍ଘକାଳୀନ ଭିସା ଥିଲା । କିନ୍ତୁ ଉଭୟ ଏକାଠି ଭାରତ ଛାଡି ଥାଇଲାଣ୍ଡ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଅଗ୍ନିକାଣ୍ଡର ଚାରି ଦିନ ପୂର୍ବରୁ, ଲୁଥ୍ରା ବ୍ରଦର୍ସ ପରିବାର ସଦସ୍ୟଙ୍କ ସହିତ ଦୁବାଇରୁ ଫେରିଥିଲେ। ଡିସେମ୍ବର ୬, ୨୦୨୫ ବିଳମ୍ବିତ ରାତିରେ ଉତ୍ତର ଗୋଆ ଜିଲ୍ଲା ଆରପୋରା ଗ୍ରାମର ରୋମିଓ ଲେନ୍ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୫୦ ଜଣ ଆହତ ହୋଇଥିଲେ। ବଲିଉଡ୍ ଥିମ୍ ପାର୍ଟିର ଆୟୋଜନ କରୁଥିବା କ୍ଲବରେ ଶତାଧିକ ଲୋକ ଉପସ୍ଥିତ ଥିଲେ।