LIVE TV

ନେପାଳ ପରେ ଏହି ଦେଶରେ Gen-Z ପ୍ରତିବାଦ, ସରକାର ଭାଙ୍ଗିବା ଭୟରେ ଦେଶ ଛାଡିଲେ ରାଷ୍ଟ୍ରପତି

NEWS7
iran-upholds-death-sentence-against-journalist

ନୂଆଦିଲ୍ଲୀ ୧୪/୧୦: ନେପାଳ ପରେ ଆଫ୍ରିକା ମହାଦେଶର ମାଡାଗାସ୍କରରେ ସ୍ଥିତି ସଂଗୀନ । ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଜେନ-ଜିଙ୍କ ତୀବ୍ର ପ୍ରତିବାଦ । ସେପ୍ଟେମ୍ବର ୨୫ରେ ଆରମ୍ଭ ହୋଇଥିବା  ସରକାର ବିରୋଧୀ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ସ୍ଥିତି ଏପରି ହୋଇଛି ଯେ, ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ।

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଏକ ସ୍ୱତନ୍ତ୍ର ସାମରିକ ୟୁନିଟ୍ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛି । ଏହି ବିଦ୍ରୋହ, ଯାହାକୁ ଏକ ସମ୍ଭାବ୍ୟ ବିପ୍ଳବ ବୋଲି ବିବେଚନା କରାଯାଉଛି । ଜେନ-ଜି ଆନ୍ଦୋଳନର ତିନି ସପ୍ତାହର ପ୍ରତିବାଦ ପରେ ଏପରି ଘଟିଛି। ମାଡାଗାସ୍କରରେ ୨୦ ବର୍ଷରୁ କମ୍ ଓ ଏହାର ପ୍ରାୟ 30 ନିୟୁତ ଜନସଂଖ୍ୟାର ତିନି-ଚତୁର୍ଥାଂଶ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୧୯୬୦ ମସିହାରେ ସ୍ୱାଧୀନତା ପରଠାରୁ ଦେଶର ମୁଣ୍ଡପିଛା GDP ୪୫ ପ୍ରତିଶତ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ଦେଶର GDP ୪୫ ପ୍ରତିଶତ ହ୍ରାସ ପାଇଛି।

ରାଷ୍ଟ୍ରପତି କାର୍ଯ୍ୟାଳୟ ସୋମବାର ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଏକ ସମ୍ବୋଧନ ସ୍ଥିର କରିଥିଲା । କିନ୍ତୁ ସୈନିକମାନେ ରାଜ୍ୟ ପ୍ରସାରକ ଉପରେ ଆକ୍ରମଣ କରିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ବିରୋଧୀ ଦଳ ନେତା ସିଟିଏନ୍ ରାଣ୍ଡ୍ରିଆନାସୋଲୋନିଆକୋ କହିଛନ୍ତି ଯେ ରାଜୋଏଲିନା ରବିବାର ଫରାସୀ ସାମରିକ ବିମାନ ମାଧ୍ୟମରେ ଦେଶ ଛାଡି ପଳାଇଥିବା ଜଣାପଡ଼ିଛି । ତଥାପି, ରାଷ୍ଟ୍ରପତିଙ୍କ ବର୍ତ୍ତମାନର ଅବସ୍ଥା ତାଙ୍କ କାର୍ଯ୍ୟାଳୟ ଦ୍ୱାରା ନିଶ୍ଚିତ କରାଯାଇ ନାହିଁ।

୨୦୦୯ରେ ରାଜୋଏଲିନାକୁ କ୍ଷମତାକୁ ଆଣିବାରେ ସାହାଯ୍ୟ କରିଥିବା CAPSAT ନାମକ ସ୍ୱତନ୍ତ୍ର ସାମରିକ ୟୁନିଟ୍ ସମସ୍ତ ସଶସ୍ତ୍ର ବାହିନୀର ନିୟନ୍ତ୍ରଣ ଗ୍ରହଣ କରିଥିବା ଦାବି କରିଛି। CAPSAT କମାଣ୍ଡର କର୍ଣ୍ଣେଲ ମାଇକେଲ ରାଣ୍ଡ୍ରିଆନିରିନା କହିଛନ୍ତି ଯେ ସଂଘର୍ଷ ସମୟରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ବିପ୍ଳବ ଘଟାଇବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, "ସେନା ଲୋକଙ୍କ ସ୍ୱରରେ ତୀବ୍ର ପ୍ରତିକ୍ରିୟା ସ୍ପଷ୍ଟ କରିଥିଲା ।  

କହିବାକୁ ଗଲେ ପାଣି ଓ ବିଦ୍ୟୁତ୍ ଅଭାବକୁ ନେଇ ସେପ୍ଟେମ୍ବର ୨୫ ତାରିଖରେ ପ୍ରତିବାଦ ଆରମ୍ଭ ହୋଇଥିଲା । "ଜେନ୍ ଜି ଏହି ଆନ୍ଦୋଳନକୁ ଜେନେରାଲ ଜେନ୍ ଜି ମାଡାଗାସ୍କର" ନାମ ଦେଇଥିଲା । ଧୀରେ ଧୀରେ, ଏହି ଆନ୍ଦୋଳନ ଦୁର୍ନୀତି ଓ ଅସମାନତା ବିରୋଧରେ ଏକ ଦେଶବ୍ୟାପୀ ପ୍ରଦର୍ଶନରେ ପରିଣତ ହୋଇଥିଲା । ଜାତିସଂଘ ଅନୁଯାୟୀ, ଏପର୍ଯ୍ୟନ୍ତ ଅତି କମରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଯଦିଓ ସରକାରୀ ସ୍ତରରେ ଏହାକୁ ଅସ୍ୱୀକାର କରାଯାଇଛି ।