ଲଣ୍ଡନରେ ପାଠପଢା,ଭାରତରେ ଲଢୁଛନ୍ତି ଭୋଟ୍,ଚର୍ଚ୍ଚାରେ କାଇରାନା ଲୋକସଭା ପ୍ରାର୍ଥୀ ଇକ୍ରା ହାସାନ

Published By : Prameya-News7 Bureau | April 19, 2024 IST

iqra

 ଲଣ୍ଡନରେ ପାଠପଢା,ଭାରତରେ ଲଢୁଛନ୍ତି ଭୋଟ୍ । ଉତ୍ତରପ୍ରଦେଶର କାଇରାନାର ଲୋକସଭା ପ୍ରାର୍ଥୀ  ଇକ୍ରା ହାସାନ ଏବେ ଚର୍ଚ୍ଚାରେ । ଇଣ୍ଡିମେଣ୍ଟରୁ ସମାଜବାଦୀ ପାର୍ଟି ଟିକଟରେ ଲଢୁଛନ୍ତି ୨୭ ବର୍ଷୀୟା ଇକ୍ରା  । ସେ ତାଙ୍କ ନିଜ ବ୍ୟକ୍ତିତ୍ବ ସହ ପାରିବାରିକ ପ୍ରତିଷ୍ଠା ପାଇଁ ହି ଆଲୋଚିତ । ପ୍ରତିପକ୍ଷ ହେଉଛନ୍ତି ବିଜେପିର ବର୍ତ୍ତମାନର ସାଂସଦ । କିନ୍ତୁ ପାରିବାରିକ ପ୍ରତିଷ୍ଠା ସହ ୨୦୨୨ ନିର୍ବାଚନ ପ୍ରଚାର ଅଭିଗ୍ୟଂତାରେ କାଇରାନାରୁ ଜିତିବାର ଯୋଶ୍‌ରେ ଅଛନ୍ତି ଇକରା ହାସାନ । ସୋସିଆଲ ମିଡିଆରେ ଛାଇ ଯାଇଥିବା ଏହି ଇକ୍ରା ହାସାନଙ୍କ ଏହି ଯୋଶ୍‌ର କ’ଣ ରହସ୍ୟ  ।

ଲଣ୍ଡନରୁ ସିଧା ଉତ୍ତରପ୍ରଦେଶର ଏ ନିର୍ବାଚନୀ ମଇଦାନକୁ କେମିତି ହେଲା ଏଣ୍ଟ୍ରି ?ଇକ୍ରାଙ୍କୁ ବିଜେପି ବିରୋଧରେ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛି ସମାଜବାଦୀ ପାର୍ଟି । ଭୋଟ  ମଇଦାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ଚୌଧୁରୀଙ୍କୁ ଟକ୍କର ଦେବାକୁ ରେଡ୍ଡି ଇକ୍ରା । କାରଣ ଇକରା ହାସନଙ୍କ ପ୍ରଚାର ତରିକା,ଭୋଟରଙ୍କ ରେସପନ୍ସ ରୁ ତାଙ୍କ ପ୍ରଭାବ ବାରିହେଉଛି ।  ଲଣ୍ଡନର ଏସ୍ଓଏଏସ୍ ବିଶ୍ବବିଦ୍ୟାଳୟରୁ ଆଇନ୍‌ ଓ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି ସେ । ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ବି ପଢିଛନ୍ତି ପାଠ । ଲକ୍ଷ୍ୟ ଥିଲା ଅଧ୍ୟାପନାରେ କରିବେ କ୍ୟାରିୟର । କିନ୍ତୁ ପରିସ୍ଥିତି ତାଙ୍କୁ ଉତ୍ତାରିଲା ପଲିଟିକ୍ସକୁ । ରାଜନୈତୀକ ପରିବାରର ଦାୟାଦ ଭାବେ ଏବେ ସେ ରାଜନୀତିରେ । ଇକ୍ରା ଲୋକଙ୍କ ପାଇଁ ନୂଆ ଚେହେରା ହୋଇପାରନ୍ତି ।ହେଲେ ତାଙ୍କ ପରିବାର ଉତ୍ତର ପ୍ରଦେଶ ବାସୀଙ୍କ ପାଇଁ ନୁଆ ନୁହେଁ । ଇକ୍ରାଙ୍କ ବାପା ଦାଦା ଓ ମାଆ  ସାଂସଦ ଥିଲେ ।କାଇରାନାରେ ୪ଥର ସାଂସଦ ଥିବା  ମୁନାୱାର ହାସାନଙ୍କ ଝିଅ ଇକ୍ରା । ସ୍ବର୍ଗତ ମୁନାୱାର ଉତ୍ତରପ୍ରଦେଶ ରାଜନୀତିର ଜଣେ ବଡ ଚେହେରା ।  ଇକ୍ରାଙ୍କ ବଡ ଭାଇ ନାହିଦ ହୁସେନ ୩ଥର ଲଗାତାର ବିଧାୟକ । ୨୦୨୨ରେ ବିଧାନସଭା ନିର୍ବାଚନ ବେଳେ ନାହିଦଙ୍କୁ  ଏକ ମିଛ କେଶ୍‌ରେ ଜେଲ ଯିବାକୁ ପଡିଥିଲା । ଆଉ ସେହି ସମୟରେ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ଇକ୍ରା ।ତାଙ୍କ ପ୍ରଚାରରେ ଏତେ ଦମ ଥିଲା ଯେ ଜେଲରେ ଥିବା ଭାଇକୁ ସେ ଜିତାଇଥିଲେ । ଆଉ କୁହାଗଲା ଭାଇର ଜିଦ ଓ ଭଉଣୀର ପରିଶ୍ରମର ହି ଜିତାପଟ ହେଲା ।ସେହି ୨ବର୍ଷର ପରିଶ୍ରମ ଏବେ ତାଙ୍କୁ ରାଜନୀତି ଆଡକୁ ବାଟ କଢାଇନେଉଥିବା କହିଛନ୍ତି ଇକ୍ରା । 

 ଲୋକସଭା ନିର୍ବାଚନ ମଇଦାନରେ ଇକ୍ରାଙ୍କ ପ୍ରତିଦ୍ବନ୍ଦୀ ବି ବଡ ଚେହେରା ।ବିଜେପିର ସାଂସଦ ପ୍ରଦୀପ ଚୌଧୁରୀ ।  ୨୦୧୯ ନିର୍ବାଚନରେ ବିଜେପି  ପ୍ରାର୍ଥୀ ବି ଥିଲେ ସେ । ଆଉ ଇକ୍ରାଙ୍କ ମାଆ ବେଗମ ତବସୁମ୍‌ ବେଗମ୍‌ଙ୍କୁ ହରାଇଥିଲେ । ତବସୁମ୍‌ ବି କାଇରାନାର ପୂର୍ବତନ ସାଂସଦ । ଏଥର  ମାଆଙ୍କ   ପ୍ରତିପକ୍ଷଙ୍କୁ ଟକ୍କର ଦେଉଛନ୍ତି ଇକ୍ରା । କାଇରାନାରେ ୩୩ ପ୍ରତିଶତ ମୁସଲିମ୍‌ ,ଅବଶିଷ୍ଟ ୬୭ ପ୍ରତିଶତ ହିନ୍ଦୁ ଓ ଅନ୍ୟ ଧର୍ମର । ତଥାପି ଇକ୍ରା ପଜିଟିଭ୍‌ । ଲଣ୍ଡନରେ ପାଠ ପଢୁଥିବା ବେଳେ ସିଏଏ ବିରୋଧରେ ବିକ୍ଷୋଭ କର୍ ଚର୍ଚ୍ଚାକୁ ଆସିଥିଲେ ଇକ୍ରା ।ସେ କୁହନ୍ତି କାଇରାନାରେ ଧର୍ମ କିମ୍ବା ଜାତୀୟ ପ୍ରସଙ୍ଗର ପ୍ରଭାବ ପକାଇବାରେ ବିରୋଧି ବିଫଳ । ସ୍ଥାନୀୟ ପ୍ରସଙ୍ଗକୁ ଲୋକେ ଦିଅନ୍ତି ଗୁରୁତ୍ବ ।ସେଥିଲାଗି ଜନ ସଂପର୍କ ଲାଗି ପ୍ରଚାରରେ ଇକ୍ରା ଆଗରେ । ମହିଳାହଅକ ପ୍ରସଙ୍ଗରେ ଇକ୍ରାଙ୍କ ସ୍ବର ବି ତାଙ୍କୁ ଭୋଟରଙ୍କ ନିକଟତର କରାଇଛି ।କୃଷକଙ୍କ ସମସ୍ୟା, ଡାକ୍ତରଖାନା ଅଭାବ, ବିଶ୍ବ ବିଦ୍ୟାଳୟ ଓଯୋଗାଯୋଗ ଆଦି  ଇକ୍ରାଇଙ୍କ ମୁଦ୍ଦା । 

ନିଜ ବ୍ୟକ୍ତିତ୍ବ , ହିନ୍ଦୁ ମାନଙ୍କ ଭିତରେ ଗ୍ରହଣୀୟତା ପାଇଁ ଇକ୍ରାଙ୍କ ପ୍ରଚାର ଶୋଭାଯାତ୍ରାରେ ଭୀଡ । ସବୁଠୁ ବଡ କଥା ହେଲା ୟୁପି ରାଜନୀତିରେ ଇକ୍ରାଙ୍କ ବାପା ଓ ପରିବାରର ପରିଚିତି । ଇକ୍ରାଙ୍କ ପିତା  ମୁନାୱାର ଲୋକସଭା ସହ ରାଜ୍ୟସଭା, ବିଧାନସଭା ଓ ବିଧାନ ପରି,ଦର ସଦସ୍ୟ ଭାବେ ଲିମ୍‌କା ବୁକ୍ସ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ମାଆ, ଦାଦା ଓ ଭାଇ ବି ଜନପ୍ରତିନିଧି ଭାବେ ରଖିଚନ୍ତି ରେକର୍ଡ । ଏବା ଇକ୍ରାଙ୍କ ଲାଗି ପ୍ଲସ ପଏଣ୍ଟ ହୋଇଥିବା ବେଳେ ନିଜ ଭିଜନ ବି ତାଙ୍କ ପ୍ରାର୍ଥୀତ୍ବକୁ ଓଜନିଆ କରିଛି । ଜିତିଲେ ପାର୍ଲାମେଣ୍ଟରେ ମହିଳାଙ୍କ ସ୍ବାର୍ଥ ଜଡିତ ପ୍ରସଙ୍ଗ ଉଠାଇବେ ଇକ୍ରା । ତେବେ ରାଜନୀତି ସହ ଅଧ୍ୟାପନା ପ୍ରତି ତାହ୍କର ଦୁର୍ବଳତା ଥିବା କହିବା ବେଳେ ଭବିଷ୍ୟତରେ ସେ ପିଏଚଡି କରିବାର ଲକ୍ଷ୍ୟ ବି ରଖିଚନ୍ତି । ଏପ୍ରିଲ ୧୯ ତାରିଖ କରିବ ଇକ୍ରାଙ୍କ ଭାଗ୍ୟର ଫଇସଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.