LIVE TV

ଆରମ୍ଭ ହେଲା ଭାରତର ସବୁଠୁ ମହଙ୍ଗା ‘ପୁଷ୍କର ମେଳା’, ଲାଗିଲା ପଶୁ ପ୍ରଦର୍ଶନୀ

NEWS7
ipl-2020-srh-vs-mi-last-league-match

ପୁଷ୍କର ୩୦।୧୦: ରାଜସ୍ଥାନର ପୁଷ୍କରରେ ୩୦ ଅକ୍ଟୋବର ଗୁରୁବାରଠାରୁ ଆରମ୍ଭ ହୋଇଛି ପଶୁ ମେଳା। ଏଥି ପାଇଁ ପୁଷ୍କରକୁ ଏବେ ବ୍ୟବସାୟୀ, ପଶୁ ପ୍ରଜନନକାରୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ନା କେବଳ କୋଟି କୋଟି ଟଙ୍କାର ପଶୁଙ୍କ କାରବାର ହେବ ବରଂ ରାଜସ୍ଥାନର ସମୃଦ୍ଧ ପରମ୍ପରା ଓ ଜୀବନ୍ତ ସଂସ୍କୃତିର ମଧ୍ୟ ଭବ୍ୟ ପ୍ରଦର୍ଶନ ହେବ। ଏଥର ମେଳାରେ ଏପରି ପଶୁଙ୍କ ଚର୍ଚ୍ଚା ହେଉଛି ଯେଉଁମାନଙ୍କ ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ରିପୋର୍ଟ ଅନୁସାରେ ମେଳାକୁ ଆସିଥିବା ଏକ ମଇଁଷିର ମୂଲ୍ୟ ୨୩ କୋଟି ଟଙ୍କା କୁହାଯାଉଥିବା ବେଳେ ଏକ ଘୋଡ଼ାର ମୂଲ୍ୟ ୧୫କୋଟି ଟଙ୍କା ରଖାଯାଇଛି। ଏ ବର୍ଷ ମେଳାରେ ୪ ହଜାରରୁ ଅଧିକ ଗାଈ, ମଇଁଷି ଏବଂ ଓଟଙ୍କ ରେଜିଷ୍ଟ୍ରେସନ ହୋଇଛି।  ଏହି ମେଳାକୁ ଆସିଥିବା ପଶୁଙ୍କ ରେକର୍ଡ ମୂଲ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମେଳାକୁ ଆଧୁନିକତାର ସ୍ପର୍ଶ ମଧ୍ୟ ମିଳିଲାଣି। କାରବାରରେ ପାରଦର୍ଶିତା ଓ ଚିହ୍ନଟ କରିବାର କ୍ଷମତା ଉନ୍ନତ କରିବା ଲାଗି ରାଜ୍ୟ ପଶୁ ପାଳନ ବିଭାଗ ପଶୁଙ୍କ ରେକର୍ଡକୁ ଡିଜିଟାଇଜେସନ କରିବା ଆରମ୍ଭ କରିଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମାରେ ପୁଷ୍କର ସରୋବରରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ମନେ କରାଯାଏ। ଏଣୁ ଭକ୍ତଙ୍କ ଭିଡ ଜମେ। ଧାର୍ମିକ ତୀର୍ଥ ଯାତ୍ରା ନିମନ୍ତେ ଏକତ୍ରିତ ହେଉଥିବା ବିଶାଳ ଭିଡ  ଧିରେ ଧିରେ ଏହାକୁ ଏକ ପଶୁ ବାଣିଜ୍ୟ କେନ୍ଦ୍ର ରୂପେ ବିକଶିତ କରିଛି। ଏଥି  ପାଇଁ ଏହି ମେଳା କେବଳ ପଶୁ କିଣାବିକାର ବଜାର ନୁହେଁ ବରଂ ଧର୍ମ, ବେପାର ଓ ସଂସ୍କୃତିର ଏକ ପ୍ରାଚୀନ ସଙ୍ଗମର ପ୍ରତୀକ, ଯାହା ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କୁ ଆକର୍ଷିତ କରୁଛି।