ସାବାସ୍ ଅଷ୍ଟିନ୍ ! ସମୁଦ୍ରରେ ୪ ଘଣ୍ଟା ପହଁରିଲା ୧୩ ବର୍ଷର ବାଳକ, ବୁଡ଼ି ଯାଉଥିବା ମାଆ ଓ ଭାଇ ଭଉଣୀକୁ ବଞ୍ଚାଇଦେଲା

NEWS7
ipl-2020-full-schedule-know-the-inaugural-day-match

କାନବେରା,୪|୦୨ :ବୟସ ମାତ୍ର ୧୩ । ଶରୀର ସେତେ ଶକ୍ତିଶାଳୀ ନୁହେଁ । କିନ୍ତୁ ମନରେ ଅସୀମ ଶକ୍ତି । ଯାହା ତାକୁ ଦେଇଛି ସୁପର୍ ହ୍ୟୁମାନର ଆଖ୍ୟା । ପରିବାର ପାଇଁ କଅଁଳ ବୟସରେ ମୃତ୍ୟୁ ସହ ଲଢିଛି ଅଷ୍ଟ୍ରେଲିଆର ଏକ ଛୋଟ ଶିଶୁ । ପାଣିରେ ୪ ଘଣ୍ଟା ପହଁରି ନିଜ ପରିବାରକୁ ରକ୍ଷା କରିଛି ଅଷ୍ଟିନ୍ ।

ରିପୋର୍ଟ ଅନୁସାରେ, ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥରେ ଜାନୁଆରୀ ୩୦ରେ ଘଟିଥିଲା ଏକ ଚକିତ କଲାଭଳି ଘଟଣା । ଏଠାରେ ଥିବା ଜିଓଗ୍ରାଫେ ସାଗରରେ ଏକ ପରିବାର ନୌକା ବିହାର କରି ଛୁଟି କଟାଉଥିଲେ । ଜଣେ ମହିଳା ନିଜ ତିନି ସନ୍ତାନଙ୍କ ସହ ସମୁଦ୍ରରେ ନୌକା ବିହାର କରୁତିଲେ। ହେଲେ ହଠାତ ଘଟିଥିଲା ଦୁର୍ଘଟଣା । ପ୍ରବଳ ପବନ ଏବଂ ଢେଉ ମହିଳାଙ୍କ ସମେତ ଦୁଇ ଶିଶୁଙ୍କୁ ପାଣି ଭିତରକୁ ଠେଲି ଦେଇଥିଲା । ମାଆ ଜୋଏନା ଏବଂ ଦୁଇ ଭାଇ ଉଉଣୀ ସିୟୁ ଏବଂ ଗ୍ରେସ୍ ସମୁଦ୍ରରେ ଖସି ପଡିଥିଲେ । ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ସେଠାରେ ସେମାନଙ୍କୁ ରକ୍ଷା କରିବାକୁ ନଥିଲେ ।

ଏହି ଖବର ପଢନ୍ତୁ

​​​​​​​ଆରବ ସାଗରରେ ଇରାନ-ଆମେରିକା ଯୁଦ୍ଧ ! ତେହେରାନ୍ ଡ୍ରୋନ୍ ଖସିବା ପରେ ହେବ କି ବଡ ଆକ୍ରମଣ ?

ତେବେ ଡଙ୍ଗାରେ ଥିବା ମହିଳାଙ୍କ ୧୩ ବର୍ଷର ପୁଅ ଅଷ୍ଟିନ୍ କିନ୍ତୁ ହାର୍ ମାନିନଥିଲା । ସେ ଏକା ସେମାନଙ୍କ ଡଙ୍ଗାକୁ ଜୋରରେ କୂଳ ଆଡକୁ ନେଇଥିଲା । ମଝିରେ ଡଙ୍ଗାଟି ବୁଡି ଯିବାରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେ ପ୍ରାୟ ୨ ଘଣ୍ଟା ଧରି ସମୁଦ୍ରରେ ପହଁରିଥିଲା । ଏହାପରେ ଆଉ ଦୁଇ ଘଣ୍ଟା ଲାଇଫ୍ ଜ୍ୟାକେଟ୍ ବିନା ସେ ପହଁରି କୂଳକୁ ଯାଇ ଅନ୍ୟମାନଙ୍କୁ ଏବାବଦରେ ଜଣାଇଥିଲା ।

ତେବେ କୂଳରେ ପହଁଚିବା ପରେ ଏକ ପ୍ରକାର ସଜ୍ଞାହୀନ ହୋଇଯାଇଥିଲା ଅଷ୍ଟିନ୍ । ତଥାପି ଦୁଇ କିଲୋମିଟର ଧାଇଁ ଏକ ଫୋନ୍ ଯୋଗେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲା ।

ବଞ୍ଚିଗଲେ ସମସ୍ତେ

ଅଷ୍ଟିନଠୁ ଖବର ପାଇବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଘଟଣାଟି ସମୂଦ୍ର କୂଳରୁ ୧୪ କିଲୋମିଟର ଦୂରରେ ଘଟିଥିଲା । ତଥାପି ଉଦ୍ଧାରକାରୀ ଦଳ ମାଆ ଏବଂ ଦୁଇ ଶିଶୁଙ୍କୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଛି ସତ କିନ୍ତୁ ବିପଦମୁକ୍ତ ଅଛନ୍ତି । ତେବେ ଅଷ୍ଟିନର ସାହସିକ କାମ ପାଇଁ ସେମାନେ ନୂଆ ଜୀବନ ପାଇଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।