ଟାଇଟନ୍ସର କ୍ୟାପ୍ଟେନସିପ୍ ଛାଡିବେ କି ଗିଲ୍ ? ଖରାପ୍ ଫର୍ମକୁ ନେଇ ମୁହଁ ଖୋଲିଲେ ଗୁଜରାଟ ମାଲିକ

NEWS7
ipac-agency-head-prasanta-kishore-now-work-with-arvind-kejriwal-for-delhi-assembly-election

ନୂଆଦିଲ୍ଲୀ, ୧୯/୧୨: ଫର୍ମରେ ନାହାଁନ୍ତି ଶୁଭମନ୍ ଗିଲ୍ । ଟି୨୦ ଫର୍ମାଟରେ ବାରମ୍ବାର ହେଉଛନ୍ତି ଫେଲ୍ । ତଥାପି ପ୍ରିନ୍ସଙ୍କ ଉପରେ ଗୁଜୁରାଟ ଟାଇଟନ୍ସର ଭରସା । କୌଣସି ପରିସ୍ଥିତିରେ କପ୍ତାନୀରୁ ହଟାଇବାକୁ ନାରାଜ୍ ଟାଇଟନ୍ସ । ନିଜେ ଟାଇଟନ୍ସର ମୁଖ୍ୟ ଜିନଲ ମେହେଟା ଏବଂ ନିର୍ଦ୍ଦେଶକ ସାନ୍ ମେହେଟା ଏନେଇ ମୁହଁ ଖୋଲିଛନ୍ତି । ଗିଲ୍ କେତେଦିନ ଟାଇଟନ୍ସ ଟିମର କ୍ୟାପ୍ଟେନ୍ ରହିବେ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଜିନଲ ମେହେଟା ।

ଦେଖିବାକୁ ଗଲେ ଗିଲଙ୍କ ସମୟ ଖରାପ ଚାଲିଛି । ସେ ବାରମ୍ବାର ବିଫଳ ହେଉଛନ୍ତି । କ୍ରିକେଟର ଫଟାଫଟ୍ ଫର୍ମାଟରେ ତାଙ୍କ ବ୍ୟାଟ୍ ପୁରା ନିରବ । ବାହାରୁନି ରନ୍ । ଖେଳି ପାରୁ ନାହାଁନ୍ତି ବଡ ସଟ୍ । କ୍ରିଜରେ ୫ ମିନିଟରୁ ଅଧିକ ସମୟ ଚିଷ୍ଠି ପାରୁ ନାହାଁନ୍ତି ଶୁଭମନ୍ । ଗୋଟିଏ କି ଦୁଇଟି ନୁହେଁ ବରଂ ଲଗାତାର ୨୦ଟି ମ୍ୟାଚରେ ସେ ବିଫଳ ହୋଇଛନ୍ତି । ଏଥିପାଇଁ ତାଙ୍କୁ ଟି୨୦ ବିଶ୍ୱକପ୍ କ୍ରିକେଟ୍ ଟିମରେ ଜାଗା ମିଳିବ ନା ନାହିଁ ସେନେଇ ଚର୍ଚ୍ଚା ଲାଗିରହିଛି । ହେଲେ ଗୁଜୁରାଟ ଟାଇଟନ୍ସ ପାଇଁ ସେ ବର୍ଷ ବର୍ଷ ଧରି ଅଧିନାୟକ ରହିବେ ବୋଲି ଦଳର ମାଲିକ କହିଛନ୍ତି ।

ଜିନଲ୍ କହିଛନ୍ତି ଯେ, ଗିଲଙ୍କ ପାଖରେ ଭରପୁର ପ୍ରତିଭା ଅଛି । ତାଙ୍କର ନେତୃତ୍ୱ ନେବାର ଶୈଳୀ ବି ଖୁବ୍ ଭଲ । ସେ ଜଣେ ଦକ୍ଷ ଅଧିନାୟକ । ଟିମ୍ ଇଣ୍ଡିଆ ଏବଂ ଗୁଜୁରାଟ ଟାଇଟନ୍ସ ପାଇଁ ସେ ବହୁତ କିଛି କରିଛନ୍ତି । ଗତ କିଛି ବର୍ଷ ହେଲା ଗିଲଙ୍କ ସହ ଗୁଜୁରାଟ ଭଲ ପ୍ରଦର୍ଶନ କରି ଆସିଛି । ଯାହା ଆଗକୁ ମଧ୍ୟ ଜାରି ରହିବ ।

ସେ ଆହୁରି କହିଛନ୍ତି ଯେ, ମିନି ଅକ୍ସନରେ ସେମାନେ କୋଟି କୋଟି ଟଙ୍କା ଧରି ସାମିଲ ହୋଇଥିଲେ । ଦଳରେ କିନ୍ତୁ ଅଧିକ ପରିବର୍ତ୍ତନ ହେବ ନାହିଁ ।କେବଳ ୫ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି । ଆବଶ୍ୟକତାକୁ ନଜରରେ ରଖି ନୂଆ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି ।

ଦଳରେ କିଛି ଦ୍ରୁତ ବୋଲରଙ୍କ ଆବଶ୍ୟକତା ରହିଥିଲା । ଏହାସହ ଜଣେ ଅଲରାଉଣ୍ଡର ଆବଶ୍ୟକ ଥିଲେ । ମିଡିଲ୍ ଅର୍ଡରରେ ଜଣେ ନୂଆ ବ୍ୟାଟରଙ୍କ ଦରକାର ରହିଥିଲା । ଯାହା ପୁରା ହୋଇଛି । ଏହା ଆଗାମୀ ସିଜିନରେ ଦଳକୁ ଶକ୍ତିଶାଳୀ କରିବ ବୋଲି ଜିନଲ୍ କହିଛନ୍ତି । ସେହିପରି ସାନ୍ ମଧ୍ୟ ଜିନଲଙ୍କ କଥାକୁ ସମର୍ଥନ କରି ଆଗାମୀ କିଛି ବର୍ଷ ଯାଏଁ ନେତୃତ୍ୱ ପରିବର୍ତ୍ତନର କଥା ଉଠୁ ନଥିବା ପ୍ରକାଶ କରିଛନ୍ତି ।