#US_IRAN_WAR : କ୍ରାଶ୍ କରିଗଲା ଆମେରିକା ସେନାର ରିଫୁଏଲିଂ ବିମାନ, ୫ ମୃତ !

NEWS7
iocl-seal-the-petrol-pump-in-bhubaneswar

ତେହେରାନ, ୧୩ /୦୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଇରାନ ପଛକୁ ହଟୁନି । ଆମେରିକା ଏବଂ ଏହାର ସହଯୋଗୀ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରୁଛି ତେହେରାନ । ଏହାରି ଭିତରେ ଯୁଏସକୁ ଲାଗିଛି ବଡ ଝଟକା । ଯୁଦ୍ଧ ଭିତରେ ଆମେରିକା ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ରିପୋର୍ଟ ଅନୁସାରେ, ଆମେରିକା ସେନାର ଏକ ଫୁଏଲ ରିଫୁଏଲିଂ ବିମାନ ଇରାକରେ କ୍ରାଶ୍ କରିଯାଇଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏନେଇ ସୂଚନା ଦେଇଛି । ଇରାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର କେସି-୧୩୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ସଦସ୍ୟ ରହିଥିଲେ ।

ୟୁଏସ ସେନା କହିଛି ଯେ, ଆକାଶରେ ମୋଟ୍ ଦୁଇଟି ରିଫୁଏଲିଂ ବିମାନ ଥିଲା । ଗୋଟିଏ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । ଅନ୍ୟଟି କ୍ରାଶ୍ କରିଯାଇଛି । ତେବେ ଏହା କେଉଁ ଶତ୍ରୁର ଆକ୍ରମଣରେ ହୋଇନାହିଁ । କିମ୍ବା କୌଣସି ମିତ୍ରଦେଶର ମିସାଇଲ ଆକ୍ରମଣରେ ଘଟିନାହିଁ । ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅପରେସନ ଏପିକ୍ ଫ୍ୟୁରି ସମୟରେ ରିଫୁଏଲିଂ ବିମାନ କ୍ଷତିଗ୍ରସ୍ତ ହୋଇଛି । ଆମେରିକାର କେସି-୧୩୫ ବିମାନ ବିଭିନ୍ନ ଯୁଦ୍ଧବିମାନରେ ଇନ୍ଧନ ଭରିଥାଏ । ଏବେ ଆମେରିକା ଗଲଫ୍ ଦେଶରେ ଅନେକ ଯୁଦ୍ଧ ବିମାନକୁ ମୁତୟନ କରିଛି । ଫେବ୍ରୁଆରୀ ୨୮ରୁ ୟୁଏସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଯାହାପରେ ମଧ୍ୟପ୍ରାଚ୍ୟ ଭୟଙ୍କର ଯୁଦ୍ଧର ସାମ୍ନା କରୁଛି ।