ବୋମା ଖାଇ ହାତୀ ମୁତ୍ୟୁ ଘଟଣା ପରେ ସଜାଗ ବନ ବିଭାଗ, ସ୍ବତନ୍ତ୍ର ଅପରେସନ ଅନୁଯାୟୀ ଚାଲିଛି ଚଢ଼ାଉ

NEWS7
interpols-red-notice-issued-against-guptas-brother-looting-crores-of-rupees-in-south-africa

ଅନୁଗୁଳ: ବୋମା ଖାଇ ହାତୀ ମୁତ୍ୟୁ ଘଟଣା ପରେ ସଜାଗ ହୋଇଛି ଅନୁଗୁଳ ବନ ବିଭାଗ। ଆରମ୍ଭ ହୋଇଛି ସ୍ବତନ୍ତ୍ର ଅପରେସନ "ଜିବେଦୟା ଅଭିଯାନ" । ଏହି ଅଭିଯାନରେ ବନ ବିଭାଗ ସନ୍ଦେହ ହେଉଥିବା ଶିକାରୀଙ୍କ ଉପରେ କଡ଼ା ନଜର ରଖିଛି। ଏମିତିକି ଅଭିଯାନ ଆରମ୍ଭର କିଛି ଘଣ୍ଟା ମଧ୍ୟରେ ଚଢ଼ାଉ କରି ବନ ବିଭାଗ ହରିଣ ସିଙ୍ଗ, ମୁଣ୍ଡ ଖପୁରୀ ଥିବା ହରିଣ ସିଙ୍ଗ, ଦୁଇ ଦେଶୀ ବନ୍ଧୁକ, ୧୦ ଦେଶୀ ବୋମା ଏବଂ ଅନେକ ଫାଶ ଜବତ କରିଛି।

ସୂଚନାଥାଉକି, ଜିବେଦୟା ଅଭିଯାନ ମାଧ୍ୟମରେ ବନାଞ୍ଚଳ ଗୁଡ଼ିକରେ ଜନ୍ତୁ ଶିକାର କରୁଥିବା ଲୋକଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଘର ଉପରେ ରେଡ଼ କରିବ ଅନୁଗୋଳ ଫରେଷ୍ଟ ଡିଭିଜନ। ମଙ୍ଗଳବାର ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ଅନ୍ତୁଳିଆ ସେକ୍ସନ ଦେଉଳ ବେହେରା ସାହିରେ ବନ ବିଭାଗ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ,୧୦ଟି ବୋମା,ସୀସା,ଯନ୍ତା,ଫାସ, ବାଇଣ୍ଡିଙ୍ଗ ତାର,କଟର ମେସିନ ଜବତ କରିଛି। ଏହା ସହ ହରିଣ ସିଙ୍ଗ, ଏବଂ ମୁଣ୍ଡ ମଧ୍ୟ ଜବତ କରିଛି। କିଛି ଲୋକଙ୍କୁ ମଧ୍ୟ ସନ୍ଦେହରେ ଅଟକ ରଖି ପଚାରା ଉଚୁରା କରୁଛି ବନ ବିଭାଗ।

ତେବେ ଆଗକୁ ଏହି ଅଭିଯାନ ଜାରି ରହିବ। ଅନୁଗୋଳ RCCFଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ ହୋଇଛି। କିଛି ଦିନ ତଳେ ବୋମା ଖାଇ ହାତୀ ମୁତ୍ୟୁ ଘଟଣା ପରେ ବନ ବିଭାଗ ଏହି ଯିବେ ଦୟା ଅଭିଯାନ ଆରମ୍ଭ କରିଛି ଏବଂ ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି ଅନୁଗୁଳ ACF ସିଦ୍ଧାର୍ଥ ଜୈନ।