LIVE TV

କାଲି ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ, ଓଡିଶା କଣ ଆଶା କରୁଛି ଜାଣନ୍ତୁ

NEWS7

ଭୁବନେଶ୍ବର୩୧|୧: ଆରମ୍ଭ ହୋଇଯାଇଛି ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି । ଆସନ୍ତାକାଲି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ ।ତେବେ ଏହି ବଜେଟ୍‌କୁ ନେଇ ଓଡ଼ିଶାର ରହିଛି ଅନେକ ଦାବି । …

{"id":80309,"width":598,"height":269}

ସଂସଦର ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାଲ୍ୟୁଟ। ଗୃହକୁ ପାଛୋଟି ନେଲେ ପ୍ରଧାନମନ୍ତ୍ରୀ। ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି । ନିର୍ବାଚନୀ ବର୍ଷ। ଆଉ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଖାଣିଥିଲେ ମୋ ସରକାରର ସଫଳତା। ୫ ବର୍ଷରେ ଏନଡିଏ ସରକାରର ସଫଳତାର ଗୋଟି ଗୋଟି ଫର୍ଦ୍ଦ ଲେଉଟାଇଥିଲେ। ଭାରତ ଏବେ ବିଶ୍ବର ଷଷ୍ଠ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । କଳାଧନକୁ ରୋକିବା ପାଇଁ କଠୋର ଆଇନ ହୋଇଛି । ଭ୍ରଷ୍ଟାଚାର କମିଛି ।ମୁଦ୍ରା, ଜନଧନ, ଉଜ୍ଜ୍ବଳା, ଆବାସ, ଆୟୁଷ୍ମାନ ଭାରତ, ସୌଭାଗ୍ୟ ଯୋଜନା, ବିଦ୍ୟୁତିକରଣ, ସ୍ବଚ୍ଛତା ଅଭିଯାନ କ୍ଷେତ୍ରରେ ସଫଳତା ହିଁ ସଫଳତା ଆଉ ଲୋକେ ଫାଇଦା ହିଁ ଫାଇଦାରେ ଅଛନ୍ତି ବୋଲି ବଖାଣିଥିଲେ ରାଷ୍ଟ୍ରପତି ।

କେନ୍ଦ୍ର ସରକାର ନିଜ ସଫଳତାର ବାର୍ତ୍ତା ଦେଉଥିବା ବେଳେ ଓଡ଼ିଶା ସରକାର ଏହି ବଜେଟ୍‌ରେ ରାଜ୍ୟ ପାଇଁ ରଖିଛନ୍ତି ନିଜର ସ୍ବତନ୍ତ୍ର ଦାବି ।ରେଳବାଇ ଓଡ଼ିଶାରୁ ବେଶ୍ ରାଜସ୍ବ ପାଉଛି, ସେହି ଅନୁସାରେ ରାଜ୍ୟରେ ରେଳ ପ୍ରକଳ୍ପଗୁଡ଼ିକ ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ଅର୍ଥମନ୍ତ୍ରୀ । ପଛୁଆ ରାଜ୍ୟ ହିସାବରେ ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ।ସେପଟେ ବଜେଟକୁ ନେଇ କେନ୍ଦ୍ର କିଛି ନୂଆ ଫର୍ମୁଲା କଷୁଥିବା ଚର୍ଚ୍ଚା ହେଉଛି।

{"id":80310,"width":594,"height":263}

ବଜେଟ୍‌ ଅଧିବେଶନ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ଲୋକସଭାର ଏହି ଶେଷ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ଦଳକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ଖୋଲା ମନରେ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି ।

{"id":80311,"width":595,"height":272}

କାଲି ଅର୍ଥମନ୍ତ୍ରୀ ଇନ୍‌ଚାର୍ଜ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଚଳିତ ପାର୍ଲାମେଣ୍ଟର ଏହା ଶେଷ ଅଧିବେଶନ କାଲି ଖୋଲିବ ବଜେଟ ।