ଛେଣ୍ଡିପଦାରେ ଅଜବ ଘଟଣା, କୂଅରୁ ପାଣି ବଦଳରେ ବାହାରୁଛି ପେଟ୍ରୋଲ

NEWS7
innaguration-of-rsd-center-on-august-4

ଛେଣ୍ଡିପଦା: କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରୁଛି । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଘଟଣା ପୂରା ସତ । କୂଅରେ ପାଣି କାଢ଼ିଲେ ଆସୁଛି ପେଟ୍ରୋଲ । ଆଉ ଏହି ପେଟ୍ରୋଲ ମିଶା ପାଣିକୁ ନେଇ ଭୟରେ ପରିବାର l ଯେଉଥିପାଇଁ ପରିବାର ଲୋକ ଭୟରେ ଘରେ ରୋଷେଇ କରିବା ବନ୍ଦ କରିଦେଇଛନ୍ତିl ଏପରି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାପାଳ ବାଗଡିଆ ଥାନା ଧର୍ମଶାଳା ନିକଟରେ।

ସୂଚନା ଅନୁଯାୟୀ, ବାଗଡିଆ ଧର୍ମଶାଳା ନିକଟରେ ରହୁଥିବା ପ୍ରଫୁଲ ସ୍ୱାଇଁଙ୍କ କୂଅରୁ ପାଣି ଦୁଇଦିନ ତଳେ ବ୍ୟବହାର କଲା ବେଳେ ପ୍ରଥମେ ପେଟ୍ରୋଲ ବାସ୍ନା ହୋଇଥିଲା l ଆଜି ଅଧିକ ବାସ୍ନା ହେବାରୁ କୂଅରୁ ପାଣି କାଢିଲା ପରେ କୂଅ ପାଣିରେ ପେଟ୍ରୋଲ ମିଶି ଥିବା ଜାଣିବାକୁ ପାଇଥିଲେ l ଏହି କୂଅ ଉପରେ ପରିବାର ଲୋକ ରୋଷଇ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏବେ କୂଅରୁ ପେଟ୍ରୋଲ ବାହାରୁ ଥିବାରୁ କୂଅ ପାଣି ବ୍ୟବହାର ହୋଇପାରୁନଥିବା ଯୋଗୁଁ ହୋଟେଲରୁ ଖାଇବା ଆଣି ଖାଉଛନ୍ତି।

ତେବେ ଘରକୁ ଲାଗି ଏକ ଇଣ୍ଡିଆନ ଅଏଲର ପେଟ୍ରୋଲ ପମ୍ପ ଅଛି । ସେଠାର ଟାଙ୍କିରୁ ପେଟ୍ରୋଲ ଲିକ୍ ହୋଇ କୂଅକୁ ଆସୁଥିବା ପରିବାର ଲୋକ ସନ୍ଦେହ କରିଛନ୍ତି । ପେଟ୍ରୋଲ ଟ୍ୟାଙ୍କକକୁ ତୁରନ୍ତ ଯାଞ୍ଚ କାରି ପରିବାର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।