ଇରାନୀ ଯୁଦ୍ଧଜାହାଜ ଉପରେ ଆମେରିକାର ଆଟାକ୍, ଚେତାଇଲେ ଶ୍ରୀଲଙ୍କା ସାଂସଦ

NEWS7
indonesia-tsunamicaused-by-collapse-of-volcano-death-toll-rises-to-281

ନୂଆଦିଲ୍ଲୀ ୦୫/୦୩: ହିନ୍ଦ୍ ମହାସାଗରରେ ବଢ଼ିବାରେ ଲାଗିଛି ସାମରିକ ଉତ୍ତେଜନା । ଏହାରି ଭିତରେ ଚିନ୍ତା ବଢାଇଛି ଆମେରିକା ଦ୍ୱାରା ଇରାନୀ ଯୁଦ୍ଧଜାହାଜ ବୁଡ଼ାଇ ଦେବା ଭାରତର ସୁରକ୍ଷା ଓ ଆଞ୍ଚଳିକ ସ୍ଥିରତା । ଶ୍ରୀଲଙ୍କାର ଦକ୍ଷିଣ ଉପକୂଳର ଅନ୍ତର୍ଜାତୀୟ ଜଳସୀମାରେ ଏହି ଆକ୍ରମଣ ହୋଇଛି । ଯାହା ଶ୍ରୀଲଙ୍କାର ସନ୍ଧାନ ଓ ଉଦ୍ଧାର କ୍ଷେତ୍ର ମଧ୍ୟରେ ପଡ଼ିଥାଏ।

ଶ୍ରୀଲଙ୍କା ନୌସେନା ନିଶ୍ଚିତ କରିଛି ଯେ ଏହା ବୁଡ଼ି ଯାଉଥିବା ଜାହାଜରୁ ୩୨ ଜଣ ଇରାନୀ ନାବିକଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଅନେକ ସଂଖ୍ୟକ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଲଙ୍କା ସାଂସଦ ନମଲ ରାଜପକ୍ଷେ । ସେ କହିଛନ୍ତି, ଏହା ଶ୍ରୀଲଙ୍କା ଓ ଭାରତ ମହାସାଗର ପାଇଁ ଗମ୍ଭୀର ଚିନ୍ତାର ବିଷୟ । ମୁଁ ନିଶ୍ଚିତ ଯେ ଭାରତ ପାଇଁ ନିହାତି ଗମ୍ଭୀର ଆଲୋଚନା । ଘଟଣା ଭାରତ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ ମହାସାଗର ଏହାର ସାମୁଦ୍ରିକ ସୁରକ୍ଷାବାଣିଜ୍ୟ ମାର୍ଗ ଓ ଶକ୍ତି ଯୋଗାଣ ପାଇଁ ଏକ ପ୍ରମୁଖ ମାର୍ଗ ।

ଭାରତ ତୈଳ ଆବଶ୍ୟକତାର ଏକ ବଡ଼ ଅଂଶ ସମୁଦ୍ର ମାର୍ଗ ଦେଇ ଆମଦାନୀ କରେ । ତେଣୁ, ଏହି ଅଞ୍ଚଳରେ ଯେକୌଣସି ସାମରିକ ସଂଘର୍ଷ ସାମୁଦ୍ରିକ ପରିବହନ ଓ ଶକ୍ତି ଯୋଗାଣକୁ ପ୍ରଭାବିତ କରିପାରେ। ଏକ ସାକ୍ଷାତକାରରେ ନମଲ ରାଜପକ୍ଷେ ଶ୍ରୀଲଙ୍କା ସରକାର ସ୍ପଷ୍ଟ କରିବାକୁ ଦାବି କରିଥିଲେ ଯେ ତାଙ୍କର ଏହି ଆମେରିକାର କାର୍ଯ୍ୟାନୁଷ୍ଠାନ ବିଷୟରେ ପୂର୍ବରୁ ଜାଣିଥିଲେ କି ନାହିଁ । ସେ କହିଛନ୍ତି ଶ୍ରୀଲଙ୍କା ସରକାର ତାଙ୍କର ନାଗରିକ ତଥା ବିଶ୍ୱକୁ କହିଦେବା ଉଚିତ ଯେ ସେମାନେ ଏହି ଆକ୍ରମଣ ବିଷୟରେ ଅବଗତ ଥିଲେ ନା ତାଙ୍କୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଥିଲା।

ଶ୍ରୀଲଙ୍କା ସାଂସଦ ଆହୁରି କହିଛନ୍ତି, ଯଦି ସରକାରଙ୍କ ପୂର୍ବରୁ ଜାଣିଥିଲେ ଏ ସଂପର୍କରେ, ତେବେ ଏହା ଜନସାଧାରଣ ଓ ସଂସଦଠାରୁ କାହିଁକି ଲୁଚାଇ ରଖାଯାଇଥିଲା ତାହା ବ୍ୟାଖ୍ୟା କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଅବଗତ ନଥିଲେ, ତେବେ ଏହା ଆହୁରି ଗମ୍ଭୀର ପ୍ରଶ୍ନ । କାରଣ ଆମ ଅଜାଣତରେ ଆମ ଜଳସୀମା ନିକଟରେ ଏତେ ବଡ଼ ସାମରିକ ଅଭିଯାନ କିପରି ହେଲା। ନମଲ ରାଜପକ୍ଷେ ମଧ୍ୟ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଭାରତ ସରକାର ଓ ଦକ୍ଷିଣ ଏସିଆର ଦେଶମାନେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେବା ଉଚିତ । ଆଞ୍ଚଳିକ ସ୍ତରରେ ଏହାକୁ ଏକାଠି ବିଚାର କରିବା ଉଚିତ।

ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ନିଶ୍ଚିତ କରିଛନ୍ତି ଯେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀ ଯୁଦ୍ଧଜାହାଜକୁ ଟର୍ପେଡୋକୁ ଟାର୍ଗେଟ କରିଥିଲା । ବରିଷ୍ଠ ଆମେରିକୀୟ ସାମରିକ ଅଧିକାରୀ ଜେନେରାଲ ଡାନ୍ କେନ୍ କହିଛନ୍ତି ଯେ ଏହି କାର୍ଯ୍ୟ ଐତିହାସିକ।ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ୍ କହିଛନ୍ତି ଯେ ସକାଳେ ଜାହାଜ ଏକ ଜରୁରୀକାଳୀନ ବାର୍ତ୍ତା ପଠାଇଥିଲା । ଉଦ୍ଧାରକାରୀ ଦଳ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା।

ଭାରତର ଦୃଷ୍ଟିକୋଣରୁ, ଏହି ଘଟଣା କେବଳ ଏକ ସାମରିକ କାର୍ଯ୍ୟ ନୁହେଁ । ବରଂ ଭାରତ ମହାସାଗରରେ ଶକ୍ତି ସନ୍ତୁଳନ ଓ ସାମୁଦ୍ରିକ ସୁରକ୍ଷାର ପରିବର୍ତ୍ତିତ ସଙ୍କେତ। ଯଦି ଏପରି କାର୍ଯ୍ୟ ଜାରି ରହେ, ତେବେ ଭାରତକୁ ଏହାର ସାମୁଦ୍ରିକ ନିରୀକ୍ଷଣ, କୂଟନୈତିକ ରଣନୀତି ଏବଂ ଶକ୍ତି ସୁରକ୍ଷା ଉପରେ ପୁନର୍ବିଚାର କରିବାକୁ ପଡ଼ିପାରେ।