ଇରାନ ରାଷ୍ଟ୍ରପତି କେଉଁ କେଉଁ ଦେଶ ସହ ମୁହାଁମୁହିଁ ଲଢ଼େଇ ପାଇଁ ପ୍ରସ୍ତୁତ, କ’ଣ ପାଇଁ ଦେଲେ ଚେତାବନୀ ?

NEWS7
indonesia-tsunamicaused-by-collapse-of-volcano-death-toll-rises-to-281

ତେହେରାନ: ଇରାନକୁ ଘେରିବାକୁ ପ୍ରସ୍ତୁତି କରୁଛି ଇସ୍ରାଏଲ । ଆମେରିକାକୁ ନିଜର ଯୁଦ୍ଧ ପ୍ଲାନ ଦେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଆଉ ଏହାରି ଭିତରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ।ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ତାଙ୍କ ଦେଶ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ‘ପୂର୍ଣ୍ଣକାଳୀନ ଯୁଦ୍ଧ’ରେ ଛି।

ଶନିବାର ଇରାନର ସର୍ବୋଚ୍ଚ ନେତାଙ୍କ ସରକାରୀ ୱେବସାଇଟରେ ପ୍ରକାଶିତ ଏକ ସାକ୍ଷାତକାରରେ ପେଜେସ୍କିଆନ କହିଛନ୍ତି ଯେ, ‘ପଶ୍ଚିମ ଦେଶମାନେ ଚାହାଁନ୍ତି ନାହିଁ ଯେ, ଇସଲାମିକ ଗଣରାଜ୍ୟ ନିଜ ଗୋଡରେ ଛିଡ଼ା ହେଉ।’ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଇରାନ ଉପରେ ଆକ୍ରମଣ କରିବାର ଯୋଜନା ଉପସ୍ଥାପନ କରିବାକୁ ଯାଉଛନ୍ତି । ଆଉ ଏହାରି ମଧ୍ୟରେ ଇରାନ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଆସିଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ, ଇରାନ ଯୁଦ୍ଧରେ ଆମେରିକାକୁ ଟାଣିବାକୁ ଚାହୁଁଛି ଇସ୍ରାଏଲ ।

ଇରାନ ରାଷ୍ଟ୍ରପତି ପେଜେସ୍କିଆନ କହିଛନ୍ତି, ‘ସେମାନେ ଚାହାଁନ୍ତି ନାହିଁ ଯେ, ଆମ ଦେଶ ନିଜ ଗୋଡରେ ଛିଡ଼ା ହେଉ। ଏହି ଯୁଦ୍ଧ ଆମ ବିରୁଦ୍ଧରେ ଇରାକର ଯୁଦ୍ଧ ଅପେକ୍ଷା ଆହୁରି ଖରାପ।’ ସେ ୧୯୮୦ ଦଶକରେ ସଦାମ ହୁସେନଙ୍କ ନେତୃତ୍ୱରେ ଇରାନ ଉପରେ ଇରାକର ଆକ୍ରମଣକୁ ମନେ ପକାଇଛନ୍ତି ପେଜେସ୍କିଆନ । ଇରାନ ରାଷ୍ଟ୍ରପତି କହିଛନ୍ତି, ‘ଯଦି କେହି ଏହାକୁ ଭଲ ଭାବରେ ବୁଝିନ୍ତି, ତେବେ ଏହି ଯୁଦ୍ଧ ସେହି ଯୁଦ୍ଧ ଅପେକ୍ଷା ବହୁତ ଜଟିଳ ଏବଂ କଷ୍ଟକର। ଇରାକ ସହିତ ଯୁଦ୍ଧରେ, ପରିସ୍ଥିତି ସ୍ପଷ୍ଟ ଥିଲା । ସେମାନେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ ଏବଂ ଆମେ ଜାଣିଥିଲୁ ଯେ, କେଉଁଠାରେ ଆକ୍ରମଣ କରିବାକୁ ହେବ। କିନ୍ତୁ ଏବେ ସେମାନେ ଆମକୁ ସବୁ ପାର୍ଶ୍ୱରୁ ଘେରି ରହିଛନ୍ତି । ସେମାନେ ଆମ ପାଇଁ ଜୀବନଜୀବିକା, ସଂସ୍କୃତି, ରାଜନୀତି ଏବଂ ସୁରକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛନ୍ତି।’

ସାକ୍ଷାତକାର ସମୟରେ ଇରାନୀ ଅଧିକାରୀମାନେ ଆମେରିକା ଏବଂ ଇସ୍ରାଏଲ ସହିତ ସମ୍ଭାବ୍ୟ ସଂଘର୍ଷ ବିଷୟରେ କହିଛନ୍ତି ଯେ, ‘ଆମେ ପୂର୍ବ ଆକ୍ରମଣ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛୁ । ଯଦି ସେମାନେ ଆକ୍ରମଣ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେମାନେ ସ୍ୱାଭାବିକ ଭାବରେ କଡ଼ା ଜବାବ ପାଇବେ।’

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର ଶୋଶ ବେଡ୍ରୋସିଆନ ଏହି ମାସର ଆରମ୍ଭରେ କହିଥିଲେ ଯେ, ଭବିଷ୍ୟତର ପଦକ୍ଷେପ ଏବଂ ଯୁଦ୍ଧବିରତି ଯୋଜନା ଆଲୋଚନା କରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ପେଜେସ୍କିଆନଙ୍କ ସାକ୍ଷାତକାରର କିଛି ଦିନ ପୂର୍ବରୁ, ଆମେରିକାର ଜଣେ ବୈଦେଶିକ ବିଭାଗର ଅଧିକାରୀ କହିଥିଲେ, ୱାଶିଂଟନ ଏବେ ବି ପଶ୍ଚିମ ଏସିଆ ଏବଂ ସାରା ବିଶ୍ୱରେ ଇରାନର ଆଚରଣକୁ ଏକ ଅସ୍ଥିର କାରକ ଭାବରେ ଦେଖୁଛି । ଆମେରିକାର ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଜୁନ୍ ଯୁଦ୍ଧ ପରି ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରତିବନ୍ଧକ, ଅନ୍ତର୍ଜାତୀୟ ବାସନ୍ଦ ଏବଂ କୂଟନୈତିକ ଚାପ ମାଧ୍ୟମରେ ଇରାନ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛି।