ବାଂଲାଦେଶର ୧୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ତାରିକ ରହମାନ, ୨୫ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ହିନ୍ଦୁ

NEWS7
indonesia-transport-minister-confirm-syj-182-flight-crashed

ଢାକା: ବାଂଲାଦେଶରେ ମଙ୍ଗଳବାର ଏକ ଐତିହାସିକ ପରିବର୍ତ୍ତନ ଘଟିଛି । ତାରିକ ରହମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନ ନେଇଛନ୍ତି।

ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି । ତାରିକଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟ୍ ଶପଥ ନେଇଛି । ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ସାମିଲ ।

ଏହି ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ଅତିଥି ଆସିଛନ୍ତି । ଭାରତରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଶପଥ ସମାରୋହରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହା ବ୍ୟତୀତ, ମାଲେସିଆର ପ୍ରଧାନମନ୍ତ୍ରୀ, ପାକିସ୍ତାନ, ମାଳଦ୍ୱୀପ, ତୁର୍କୀ ଏବଂ ଶ୍ରୀଲଙ୍କାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଚୀନ୍, ସାଉଦି ଆରବ, ୟୁଏଇ ଏବଂ ବ୍ରୁନେଇକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିଲା।

Nitai Roy Chowdhury confident BNP will form next govt

(ନିତାଇ ରୟ ଚୌଧୁରୀ

ମିର୍ଜା ଫଖରୁଲ ଇସଲାମ ଆଲାମଗିର, ଅମିର ଖୋଶରୁ ମହମୁଦ ଚୌଧୁରୀ, ସାଲାହୁଦ୍ଦିନ ଅହମ୍ମଦ, ଇକବାଲ ହାସନ ମହମୁଦ, ମେଜର (ଅବସରପ୍ରାପ୍ତ) ହାଫିଜ ଉଦିନ ଅହମ୍ମଦ ବୀର ବିକ୍ରମ, ଅବୁ ଜାଫର ମହମ୍ମଦ ଜାହିଦ ହୋସେନ, ଖଲିଲୁର ରହମାନ, ଅବଦୁଲ ଅହଜଲ ମୁହୁ, ରହମାନ ମିନୁ, ନିତାଇ ରୟ (ହିନ୍ଦୁ ନେତା), ଖଣ୍ଡକର ଅବଦୁଲ ମୁକଟାଡିର, ଆରିଫୁଲ ହକ ଚୌଧୁରୀ, ଜାହିର ଉଦ୍ଦିନ ସ୍ବପପନ, ମହମ୍ମଦ ଅମିନ ଉର ରସିଦ, ଆଫ୍ରୋଜା ଖାନମ ରୀତା, ସାହିଦ ଉଦ୍ଦିନ ଅନି, ଅସଦୁଲ ହବିବ ଦୁଲୁ, ମହମ୍ମଦ ଅସଦୁଜାନ ଏହସାନୁଲ ହକ ମିଲାନ, ସର୍ଦ୍ଦାର ମହମ୍ମଦ ହୋସେନ, ଫକିର ମହବବ ଅନାମ ଏବଂ ଶେଖ ରବିଉଲ ଆଲାମ ମ ଭାବରେ ଶପଥ ଗ୍ରହଣ କରିଛନ୍ତି ।