ରାଜ୍ୟରେ ଦୁଇ ଦିନ ଶୀତର ଲହରୀ, ପ୍ରବଳ ଜାଡ଼ରେ ଓଡ଼ିଶା କଲବଲ

NEWS7
indonesia-locking-people-in-haunted-house-who-are-violating-luckdown-rule

ଭୁବନେଶ୍ୱର ୧୪।୦୧ : ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ରହିବ। ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କୋରାପୁଟରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବୁଧବାର ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୬ ଡିଗ୍ରୀ ରହିପାରେ । ଅନୁଗୁଳରେ ୭, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ଢେଙ୍କାନାଳ, ବାରିପଦା, ବଲାଙ୍ଗୀର ଓ ଭବାନୀପାଟଣାରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି କୁହାଯାଇଛି ।

ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୬ ଡିଗ୍ରୀ ରହିପାରେ ବୋଲି ଆକଳନ ରହିଛି। ଜି ଉଦୟଗିରିରେ ପାରଦ ୪.୬ ଡିଗ୍ରୀ ଥିଲା । ଫୁଲବାଣୀ ଓ ରାଉରକେଲାରେ ୭.୧, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ସିମିଳିଗୁଡ଼ାରେ ୮.୧, ଅନୁଗୁଳରେ ୮.୮, କେନ୍ଦୁଝରରେ ୯.୪, ସୁନ୍ଦରଗଡ଼ରେ ୯.୬, ବଲାଙ୍ଗୀରରେ ୧୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଏଠାରେ ଦୃଶ୍ୟମାନ ଦୂରତା ୫୦ମିଟରରୁ କମ୍ ରହିଥିଲା । ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।