ECIଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ମମତା, SIRରେ ଅମାନବୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କଲେ

NEWS7
indo-china-border-dispute-as-tension-simmer-india-to-deploy-additional-35000-troops-along-lac

କୋଲକାତା ୧୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ଶନିବାର ନିନ୍ଦା କରିବା ସହ କହିଛନ୍ତି ଯେ ରଚନାତ୍ମକ ହେବ ବୋଲି ଆଶା କରାଯାଉଥିବା ଏହି ପ୍ରକ୍ରିୟା କାରଣରୁ ୭୭ ଜଣଙ୍କ ମୃତ୍ୟୁ ହେଲାଣି ଓ ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ଏ ନେଇ ମମତା ମୁଖ୍ୟ ନିର୍ବାଚନ କମିଶନଙ୍କୁ ୩ ପୃଷ୍ଠାର ପତ୍ର ଲେଖିଛନ୍ତି। ମମତା କହିଛନ୍ତି ଯେ ‘ଆଶ୍ଚର୍ଯ୍ୟକର କଥା ଏହା ଏପରି ନିର୍ବାଚନ ଅଭ୍ୟାସ ଯାହା ରଚନାତ୍ମକ ଓ ଉତ୍ପାଦକ ହେବା କଥା ଏହା ଯୋଗୁ ଏ ପର୍ଯ୍ୟନ୍ତ ୭୭ ଜଣଙ୍କ ମୃତ୍ୟୁ ହେଲାଣି, ଏଥିରେ ୪ଟି ଆତ୍ମହତ୍ୟା ଉଦ୍ୟମ ଓ ୧୭ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି’।

ମମତା କହିଛନ୍ତି ଯେ ‘ଏହି ପ୍ରକ୍ରିୟା ସାଧାରଣ ଲୋକଙ୍କୁ ହଇରାଣରେ ପକାଇଛି ଓ ଭୋଟର ଲିଷ୍ଟ ସଂଶୋଧନ ବିନା ମାନବୀୟ ନିଷ୍ପତ୍ତିରେ ସମ୍ପୂର୍ଣ୍ଣ ରୂପେ ଟେକ୍ନୋଲଜି ଡାଟା ଆଧାରରେ କରାଯାଉଛି’। ମମତା ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଉଚିତ ଯୋଜନା ବିନା ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଏଣୁ ଭୟ ଓ ଚାପର ପରିସ୍ଥିତି ଉପୁଜିଛି। ମମତା ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସଂଶୋଧନ କାରଣରୁ ନାଗରିକଙ୍କ ଉପରେ ଅନୁଚିତ ଚାପ ସୃଷ୍ଟି କରାଯାଉଥିବା ବେଳେ ସେମାନଙ୍କ ବିରୋଧରେ ପ୍ରଶାସନିକ ଯାଞ୍ଚ ହେଉଛି।

ମମତା କହିଛନ୍ତି ଯେ ମୁଁ ଏହି କଥାରେ ଆହତ ଯେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଏସଆଇଆର କାଳରେ ସାଧାରଣ ନାଗରିକ ହଇରାଣ ହେଉଛନ୍ତି। ଏହି ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପ ଓ ବିବେକର ମହତ୍ୱ ଉପରେ ଆଲୋକପାତ କରି ମମତା କହିଛନ୍ତି ଯେ ଏହି ସଂଶୋଧନ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଢାଞ୍ଚାର ନିଅଁ। ତେବେ ଏହାର ଶୁଣାଣି ଅନେକାଂଶରେ ଯାନ୍ତ୍ରିକ, ଯାହା ସମ୍ପୂର୍ଣ୍ଣ ଟେକନିକ୍ ଡାଟା ଦ୍ୱାରା ସଞ୍ଚାଳିତ। ଏଥିରେ ବୃଦ୍ଧି, ସମ୍ବେଦନଶୀଳତା ଓ ମାନବୀୟ ସ୍ପର୍ଶର ସମ୍ପୂର୍ଣ୍ଣ ଅଭାବ ରହିଛି, ଯାହା ଏପରି ପ୍ରକ୍ରିୟା ଲାଗି ଅପରିହାର୍ଯ୍ୟ।

ମମତା ଏହି ପ୍ରକ୍ରିୟାକୁ ମହିଳାଙ୍କ ନିମନ୍ତେ ଘୋର ଅପମାନ ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଯେଉଁ ମହିଳା ଭୋଟର ଶାଶୂ ଘର ଛାଡି ଚାଲିଆସିଛନ୍ତି ସେମାନଙ୍କୁ ପଚରା ଉଚରା କରାଯାଉଛି ଓ ପରିଚୟ ସତ୍ୟାପନ ନିମନ୍ତେ ଡକା ଯାଉଛି। ବିବାହ ପରେ ସଂଜ୍ଞା ବଦଳି ଯାଇଥିବା ମହିଳାଙ୍କୁ ଶୁଣାଣି ନିମନ୍ତେ ଡକା ଯାଉଛି। ଏହା ନା କେବଳ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ମହିଳା ଓ ବାସ୍ତବିକ ଭୋଟରଙ୍କ ଘୋର ଅପମାନ ମଧ୍ୟ। ଏକ ସାମ୍ବିଧାନିକ ପ୍ରାଧିକରଣ ଭୋଟରଙ୍କ ଏକ ଅହଂ ଭାଗ ସହିତ ଏପରି ବ୍ୟବହାର କରିପାରେ କି ବୋଲି ମମତା ପ୍ରଶ୍ନ କରିଛନ୍ତି।

ସେ ଅମର୍ତ୍ୟ ସେନ, ଜୟ ଗୋସ୍ୱାମୀ ଓ ମହମ୍ମଦ ସାମୀଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଯୋଗ୍ୟତା ସାବ୍ୟସ୍ତ କରିବାକୁ କୁହାଯାଉଥିବା କହିଛନ୍ତି, ଯାହା ବାସ୍ତବିକ ଲଜ୍ଜାଜନକ ବୋଲି ମମତା ବାନାର୍ଜୀ କହିଛନ୍ତି। ପତ୍ର ଶେଷରେ ମୁଖ୍ୟମନ୍ତ୍ରୀ ହାତରେ ଲେଖିଥିବା ଏକ ବାର୍ତ୍ତା ରହିଛି ଯେଉଁଥିରେ ଲେଖିଛନ୍ତି ‘ମୁଁ ଜାଣେ ଆପଣ ଉତ୍ତର ବା ସ୍ପଷ୍ଟିକରଣ ଦେବେନି, ତେବେ ବିବରଣୀର ସୂଚନା ଦେବା ମୋର କର୍ତ୍ତବ୍ୟ ଥିଲା’। ମମତା ବାନାର୍ଜୀ ରାଜ୍ୟରେ ଏସଆଇଆର କାଳରେ ହେଉଥିବା ‘ଅମାନବୀୟ ବ୍ୟବହାର’କୁ ନେଇ ସୁପ୍ରିମକୋର୍ଟକୁ ଯିବା ପାଇଁ ତାଙ୍କ ଯୋଜନା ଘୋଷଣା କରିଥିଲେ।

ପଶ୍ଚିମବଙ୍ଗରେ ୨ ମାସରୁ ଅଧିକକାଳ ହେଲା ଏସଆଇଆର ଜାରି ରହିଛି, ଯାହା ନାଗରିକଙ୍କ ମଧ୍ୟରେ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରିଛି ଓ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଖବର ଅନୁସାରେ ଅନେକ ବିଏଲଓ ସ୍ୱାସ୍ଥ୍ୟ ସମସ୍ୟା, ଅତ୍ୟାଧିକ କାର୍ଯ୍ୟଭାର ଯୋଗୁ ଆତ୍ମହତ୍ୟା କରି ନିଜ ଜୀବନ ହରାଇଛନ୍ତି।