ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ, ବୈଠକରେ ହେଲା ନିଷ୍ପତ୍ତି

NEWS7
indias-1st-space-mission-being-led-by-two-women-scientists

ଭୁବନେଶ୍ଵର: ଆଉ ୪ ଦିନ ପରେ ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ହେବ ଜାଗରଯାତ୍ରା। ସେଥିପାଇଁ ସେବାୟତ, ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିଛନ୍ତି। ଲୋକସେବା ଭବନ ରେ ଶୃଙ୍ଖଳିତ ଶିବରାତ୍ରି ପାଇଁ ଲିଙ୍ଗରାଜ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜଙ୍କ ବିଭିନ୍ନ ନିଯୋଗ ସଭାପତିଙ୍କ ଆଲୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ସମର୍ଥର ନିଯୋଗ, ପୂଜାପଣ୍ଡା ନିଯୋଗ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ବ୍ରାହ୍ମଣ ନିଯୋଗ ସଭାପତି ଭାଗିରଥି ମହସୁଆର ସୂଚନା ଦେଇ କହିଛନ୍ତି, ଶୃଙ୍ଖଳିତ ମହା ଶିବରାତ୍ରି ପାଇ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତି ନିଆଯାଇଛି । ସେପଟେ ବୈଠକ ପରେ ଏକର ବିଧାୟକ ବାବୁ ସିଂ ଙ୍କ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ପାସ ସଂଖ୍ୟା କମା ଯିବା ପାଇ ନିଷ୍ପତି ହୋଇଛି। ବିଗତ ବର୍ଷ ୧୭୫୦ ବଣ୍ଟନ କରାଯାଇଥିବା ବେଳେ ଏ ବର୍ଷ ୧୦୦୦ରୁ ୧୨୦୦ ପାସ ବାଣ୍ଟିବାକୁ ନିଷ୍ପତି ହୋଇଛି।

ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ବଡ଼ ଯୋଜନା ହୋଇଛି। ମହା ଦୀପ ଉଠିବା ବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଦିପାଟ ମେଣ୍ଟ ସହ କାମ କରିବେ ନିର୍ଦ୍ଧାରିତ ରାତ୍ର୧୦ଟା ରେ ଉଠିବ ମହାଦୀପ। ତାପରେ ମହାପ୍ରଭୁଙ୍କ ଇଚ୍ଛା। ଯିଏ ଯାହା ଷଡ଼ଯନ୍ତ୍ର କଲେ ବି ପ୍ରଭୁ ତାର ନିଷ୍ପତି ନେବେ ବୋଲି କହିଛନ୍ତି ବୋଲି କହିଛନ୍ତି ବିଧାୟକ ବାବୁ ସିଂ। ସବୁ ସୁରୁଖୁରୁରେ ହେବା ପାଇ ହୋଇଛି ଆଲୋଚନା।