ଟି-୨୦ ସିରିଜ୍ ପାଇଁ ଶୁଭମନ ଗିଲ୍ ଫିଟ୍ ନା ନାହିଁ. ବଡ଼ ଅପଡେଟ୍ ଦେଲା ବିସିସିଆଇ

NEWS7
indias-1st-space-mission-being-led-by-two-women-scientists

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ୍। ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ଦଳର ଉପଅଧିନାୟକ ଶୁଭମନ ଗିଲଙ୍କୁ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସ(ସିଓଇ)ର କ୍ରୀଡ଼ା ବିଜ୍ଞାନ ଟିମ ଟି-୨୦ ସିରିଜ୍ ଖେଳିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ ହୋଇଥିଲେ। ଫଳରେ ସେ ଦ୍ଵିତୀୟ ଟେଷ୍ଟ ସହ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିଲେ। ତାଙ୍କ ବେକରେ ଆଘାତ ଲାଗିଥିଲା। ଏବେ ସେ ସଫଳତାପୂର୍ବରକ ନିଜର ପୁନଃଥଇଥାନ ପ୍ରକ୍ରିୟା ପୂରା କରିଛନ୍ତି।

ଗିଲଙ୍କ ଫିଟନେସ୍ ଆଧାରରେ ତାଙ୍କୁ ଟି-୨୦ ସିରିଜ୍ ପାଇଁ ଦଳରେ ଚୟନ କରାଯାଇଛି। ସିଓଇ ପକ୍ଷରୁ ଟିମ୍ ମ୍ୟାନେଜମେଣ୍ଟକୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ଯେ, ଶୁଭମନ ଗିଲ୍ ସିଓଇରେ ନିଜର ରିହାବିଲିଟେସନ ସଫଳତାପୂର୍ବରକ ପୂରା କରିଛନ୍ତି। କ୍ରୀଡ଼ାର ସମସ୍ତ ଫର୍ମାଟ୍ ପାଇଁ ସେ ଫିଟ୍ ଘୋଷିତ ପାଇଁ ଆବଶ୍ୟକ ମାନଦଣ୍ଡ ପୂରା କରିଛନ୍ତି।

ଏହି ଟିମରେ ଫିଜିଓ କମଲେଶ ଜୈନ, ଷ୍ଟ୍ରେଙ୍ଗଥ ଏବଂ କଣ୍ଡିସନିଂ କୋଚ୍ ଏଡ୍ରିୟନ ଲି ରା ଓ କ୍ରୀଡ଼ା ଚିକିତ୍ସକ ଡ. ଚାଲର୍ସ ସାମିଲ୍। ସିଇଓରୁ ମଞ୍ଜୁରୀ ମିଳିବା ପରେ ଗିଲ୍ ଏବେ ଟି-୨୦ ସିରିଜ ଖେଳିବାକୁ ସଂପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଟି-୨୦ ସିରିଜ୍ ପାଇଁ ଦଳରେ ସାମିଲ୍ ଅଧିକାଂଶ ଖେଳାଳି ରବିବାର କଟକରେ ଅଭ୍ୟାସ କରିବେ। କଟକରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ।