କଂସ ଦରବାରକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖିବେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

NEWS7
indian-soldiers-detained-chinese-soldiers-after-thwarting-the-infiltration-of-the-dragon-in-arunachal-pradesh

ବରଗଡ଼ ୩୦।୧୨: ବରଗଡ଼ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧନୁଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ସନ୍ଧ୍ୟା ୪ଟା ସମୟରେ ମୁଖ୍ୟମନ୍ତ୍ରୀ ବିକାଶ ସ୍କୁଲର ଅସ୍ଥାୟୀ ହେଲିପ୍ୟାଡ୍‌ରେ ହେଲିକପ୍ଟର ଯୋଗେ ପହଞ୍ଚିବେ । ସନ୍ଧ୍ୟା ୬ଟାରେ ମହାରାଜା କଂସଙ୍କ ରଙ୍ଗମହଲକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ପୁରା ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ପ୍ରତ୍ୟେକ ଛକରେ CCTV ଲଗା ଯାଇଛି, ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି ।

ଲୋକମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ଧନୁଯାତ୍ରା ଦେଖିବେ ସେଥିପାଇଁ ପୋଲିସ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ଓ ବରଗଡ଼ ଏସପି କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି ଯେ ଏହା ଆମ ପାଇଁ ଗର୍ବର କଥା, ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିଥିଲେ ଓ ଆଜି ମଧ୍ୟ ଆସୁଛନ୍ତି । ଧନୁଯାତ୍ରା ମାଧ୍ୟମରେ ବରଗଡ଼ର ବିକାଶ ହେଉଛି ବୋଲି ବିଧାୟକ କହିଛନ୍ତି ।