ଶାଗୁଆନ ଜଙ୍ଗଲରୁ ମିଳିଥିଲା ଅର୍ଧ ଦଗ୍ଧ ମୃତଦେହ, ଧରାପଡିଲେ ୪ ଅଭିଯୁକ୍ତ

NEWS7
indian-railway-train-new-fare-pre-covid-circular-detail-ntc

ଆସିକା୦୬/୦୨: ଜଙ୍ଗଲରୁ ମିଳିଥିଲା ଅର୍ଧ ଦଗ୍ଦ ମୃତଦେହ । ୪ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପ୍ରେସ୍‌ ମିଟ୍‌ରେ ଖୁଲାସା କରିଛନ୍ତି ଗଞ୍ଜାମ ଆଡ଼ିସନାଲ ଏସ୍ପି ସୀମା ସ୍ୱାଇଁ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ମିଳିଥିଲା ମୃତଦେହ । ଘଟଣାରେ ପୂର୍ବରୁ ପୋଲିସ ଆଗରେ ସରେଣ୍ଡର କରିଥିଲା ମୁଖ୍ୟ ଅଭିଯୁକ୍ତ ବଳରାମ ପହାନ । ଏବେ ଧରାପଡିଲେ ତାର ତିନି ସହଯୋଗୀ ।

ସୂଚନା ଥାଉକି, ଗଞ୍ଜେଇ ଚାଲାଣ କେସରେ ଫସେଇଦେଇ ଥିବା କାରଣକୁ ତେଲେଙ୍ଗାନା ହାଇଦ୍ରାବାଦର ଭଣ୍ଡାରି ଗୌରୀ ନାଥ ନାମକ ଯୁବକକୁ ହତ୍ୟା କରିଥିଲେ ଅଭିଯୁକ୍ତ । ପ୍ରଥମେ ଛୁରୀ ସାହାଯ୍ୟରେ ତଣ୍ଟି କାଟିବା ପରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ । ଏଥିପାଇଁ ମୁଖ୍ୟ ଅଭିଯୁକ୍ତ ଆସିକା ନଳବଣ୍ଟl ଗ୍ରାମର ବଳରାମ ପାହାନକୁ ତାର ଅନ୍ୟ ତିନି ସହଯୋଗୀ ନଳବଣ୍ଟା ଗ୍ରାମର ଲେମନ୍ ପରିଡ଼ା, ବନ୍ଧାଗୁଡ଼ାର ଗ୍ରାମର ସମ୍ବିତ ଗୌଡ, ଷଡ଼ଙ୍ଗୀପଲ୍ଲୀ ଗ୍ରାମର ଅଜିତ ଗୌଡ ସହଯୋଗ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l