ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ, ଆନନ୍ଦବଜାରକୁ କେମତି ଗଲା ମୋବାଇଲ୍

NEWS7
indian-crossed-china-in-corona-cases

ପୁରୀ ୧୫/୦୧: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ତାକୁ ନେଇ ଉଠିଛି ପ୍ରଶ୍ନ ।

​​​​​​​ଗତ ବର୍ଷ ଅକ୍ଟୋବରରେ ମନ୍ଦିର ଭିତରୁ ମିଳିଥିଲା ମୋବାଇଲ୍‌ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ ହୋଇଥିଲା । ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଧରିଥିଲା ପୋଲିସ । ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରିଥିଲା ପୋଲିସ । 

ଏହା ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଚ୍ୟାଲେଞ୍ଜ ଦେଇଥିଲେ ଅମାନିଆ । ମନ୍ଦିର ଭିତରେ ପୁଣି ପଶିଥିଲା ହିଡେନ କ୍ୟାମେରା । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ସୁଟିଂ କରୁଥିବା ବେଳେ ଧରାପଡିଥିଲେ ଯୁବକ । ଘଣ୍ଟିଦ୍ୱାର ନିକଟରେ ଅଭିଯୁକ୍ତଙ୍କୁ ଧରିଥିଲା ଜେଟିପି । ଘଟଣାକୁ ନେଇ ପୋଲିସ ପ୍ରଶାସନ ବି ତାଗିଦ୍ କରିଥିଲା ।