ଭୁଶୁଡୁଛି ଲାଲ୍ଗଡ଼, ୧୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

NEWS7
indian-captain-kohali-said-these-things-regarding-playing-cricket-with-pakistan-in-world-cup

ନୂଆପଡ଼ା ୦୧।୦୩ : ୧୫ ଜଣ ମାଓବାଦୀଙ୍କ ଆତ୍ମ ସମର୍ପଣ। ବଲାଙ୍ଗିର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ୧୫ ମାଓବାଦୀ ସରେଣ୍ଡର କରିଛନ୍ତି । ପଡ଼ୋଶୀ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଏମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଓଡ଼ିଶାର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ସଚିବ ବିକାଶ ସହ ୧୫ ଜଣ ଆତ୍ମ ସମର୍ପଣ କରିଥିବା ଦେଖିବାକୁ ମିଳିଛି। ବିକାଶର ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ର ପୁରସ୍କାର ରାଶି। ଆତ୍ମସମର୍ପଣ କରିଥିବା ନକ୍ସଲ ଭିତରେ ୯ଜଣ ମହିଳା ଓ ୬ ପୁରୁଷ ଅଛନ୍ତି। ଏନେଇ ମହାସମୁନ୍ଦ ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି ।