କୀଟନାଶକ ଖାଇ ଜୀବନ ହାରିଲେ ଦମ୍ପତ୍ତି, ପାଖରେ ବସିଥିଲା ଶିଶୁପୁତ୍ର

NEWS7
indian-army-to-pay-tribute-to-kargil-war-hero-captain-vikram-batra

ଦେବଗଡ଼: ପାରିବାରିକ କଳହର କରୁଣ ପରିଣତି। ଜଙ୍ଗଲରେ ବିଷପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଜିନ୍ତପାଲି ଗ୍ରାମର ଦୁଷ୍ମନ୍ତ ମାଝୀ (୩୪) ଓ ତାଙ୍କ ପତ୍ନୀ ରିଙ୍କି ମାଝୀ (୨୮) ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଶ୍ବଶୁର ଘରୁ ନିଜ ଗାଁ ଝରାବେର୍ଣ୍ଣୀ ଫେରୁଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଦମ୍ପତି ଦଲକ ଛକ ରାସ୍ତାକଡ଼ରେ ମଟରସାଇକେଲ ରଖି ଜଙ୍ଗଲ ଭିତରକୁ ଯାଇ କୀଟନାଶକ ଖାଇ ଦେଇଥିଲେ। ଉଭୟ ଜଙ୍ଗଲରେ ପଡ଼ିଥିବା ବେଳେ ପାଖରେ ଥିବା ଶିଶୁପୁତ୍ର ସାରା ରାତି ବାପା ମାଆଙ୍କ ପାଖରେ ରହିଥିଲା।

ପରେ ରାସ୍ତା ଉପରକୁ ଆସି ଶିଶୁ ପୁତ୍ର ଲୋକଙ୍କୁ ଅଟକାଇ ଘଟଣା ବିଷୟରେ କହିବାରୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ପ୍ରଥମେ ସେମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନା ନେଇଥିଲେ। ସେଠାରେ ସ୍ବାମୀ ଦୁଷ୍ମନ୍ତ ମାଝୀକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ସ୍ତ୍ରୀ ରିଙ୍କି ମାଝୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଅଧାରାସ୍ତାରେ ମୃତ୍ୟୁ ହୋଇଛି। ତେବେ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛନ୍ତି।