ଭାରତର ନାମ ନେଇ ବାଂଲାଦେଶକୁ ସତର୍କ କଲେ ଋଷିଆ ରାଜଦୂତ, ଧମକରେ ଆମେରିକା ବି ଚିନ୍ତିତ

NEWS7
indian-army-neutralized-three-infiltrators-in-uri-sector-recovered-ak-47-and-other-ewupiments

ଢାକା ୨୪।୧୨: ବାଂଲାଦେଶରେ ଉପୁଜିଥିବା ପରିସ୍ଥିତିରେ ଋଷିଆର ଏଣ୍ଟ୍ରି ହୋଇଛି। ଏହି ଭୟଙ୍କର ପରିସ୍ଥିତିରେ ଋଷିଆ ଯେଉଁ ପରାମର୍ଶ, ଉପଦେଶ ଓ ଚେତାବନୀ ଦେଇଛି ତାହା ବାଂଲାଦେଶର ପ୍ରତ୍ୟେକ ମୌଳବାଦୀଙ୍କୁ ପୁଣି ଥରେ ନୂଆ କରି ଚିନ୍ତା କରିବାକୁ ବାଧ୍ୟ କରିଛି। ବାଂଲାଦେଶରେ ଆମେରିକା ଓ ଋଷିଆର ଲଢେଇ ଆଜିର ନୁହେଁ, ୧୯୭୧ରୁ ଏହା ଆରମ୍ଭ ହୋଇଥିଲା, ଯାହା ଏବେ ନିଜର ଚରମ ପରିସ୍ଥିତିକୁ ପହଞ୍ଚି ଯାଇଛି। ଏଣୁ ଋଷିଆ ବାଂଲାଦେଶକୁ ଯେଉଁ ଧମକ ଦେଇଛି ତାହା ନା କେବଳ ବାଂଲାଦେଶକୁ ବରଂ ଆମେରିକାକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି।

ବାଂଲାଦେଶରେ ଋଷିଆ ରାଜଦୂତ ଆଲେଗଜେଣ୍ଡର ଗ୍ରେଗୋରୀ ଭାରତର ନାମ ନେଇ ବାଂଲାଦେଶକୁ ସତର୍କ କରିଦେଇଛନ୍ତି। ଢାକାରେ ବସି ଋଷିଆ ରାଜଦୂତ ବାଂଲାଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଭାରତ ସହ ଉତ୍ତେଜନା ସମାପ୍ତ କର, ଏହା ତୁମ ଲାଗି ଭଲ ହେବ। ଆଲେକଜାଣ୍ଡାର କହିଛନ୍ତି ଯେ ବାଂଲାଦେଶକୁ ସ୍ୱାଧୀନ କରିବାରେ ସବୁଠୁ ବଡ଼ ଭୂମିକା ଭାରତ ନିର୍ବାହ କରିଥିଲା। ଆମେ ବି ୧୯୭୧ରେ ସାମାନ୍ୟ ସହାୟତା କରିଥିଲୁ। ଏଣୁ ବାଂଲାଦେଶକୁ ଭାରତ ଓ ଋଷିଆ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବା ଦରକାର।

୧୯୭୧ ଯୁଦ୍ଧରେ ଆମେରିକା ଖୋଲାଖୋଲି ପାକିସ୍ତାନ ସହିତ ଯୁଦ୍ଧକୁ ଓହ୍ଲାଇ ଆସିଥିଲା ଓ ଭାରତ ଉପରେ ଆକ୍ରମଣ ଲାଗି ପୁରା ପ୍ରସ୍ତୁତି କରିସାରିଥିଲା। ସାରା ବିଶ୍ୱ ଦେଖୁଥିଲା ଓ ଯୁଦ୍ଧରେ ଭାରତ ଏକାକୀ ହୋଇଯାଇଥିଲା। ତେବେ ଭାରତର ମିତ୍ର ତତ୍କାଳୀନ ସୋଭିଏତ ଋଷ ଏଥିରେ ସାମାନ୍ୟତମ ବିଳମ୍ବ କରିନଥିଲା। ଋଷିଆ ତାର ୪୦ତମ ନୌଭେଳାକୁ ଭାରତ ସମୁଦ୍ର ସୀମାକୁ ପଠାଇ ଦେଇଥିଲା ଓ ବାର୍ତ୍ତା ଦେଇଥିଲା ଯଦି ଭାରତ ଉପରେ ଆକ୍ରମଣ ହୁଏ ତେବେ ଏହାକୁ ଋଷିଆ ଉପରେ ଆକ୍ରମଣ ବୁଝାଯିବ। ଏହି ସବୁ କଥା ମନେ ପକାଇ ଋଷିଆ ବାଂଲାଦେଶକୁ ଅକୃତଜ୍ଞ କହି ଧିକ୍କାର କରିଛି।