LIVE TV

ଶୀତ ଋତୁରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

NEWS7
indian-american-gitanjali-rao-first-ever-selected-as-time-kid-of-the-year

ନୂଆଦିଲ୍ଲୀ ୨୨।୧୧; ଶୀତ ଦିନ ଆରମ୍ଭ ହେବା ମାତ୍ରେ ଖାଦ୍ୟପେୟ ସହ ଆପଣଙ୍କର ସ୍ନାନ କରିବାର ଅଭ୍ୟାସରେ ପରିବର୍ତ୍ତନ ଆସିଥାଏ। ଗରମ ଦିନରେ ଥଣ୍ଡା ପାଣି ଶରୀରରେ ପଡ଼ିବା ମାତ୍ରେ ଖୁବ୍ ଶାନ୍ତି ଲାଗେ । ଅଧିକାଂଶ ଲୋକ ଥଣ୍ଡା ବଢିବା ମାତ୍ରେ ଗରମ ପାଣିରେ ଗାଧୋଇବା ଆରମ୍ଭ କରିଦେଇଥାନ୍ତି। ଥଣ୍ଡାରେ ଗରମ ପାଣିରେ ସ୍ନାନ କରିବାର ଅନେକ ଫାଇଦା କୁହାଯାଏ। ଗରମ ପାଣି ଶରୀରର ଥକ୍କାପଣ ଦୂର କରିଥାଏ। ଫିଟନେସ୍ ଫ୍ରିକ୍ ଅଧିକାଶ ଲୋକ ଅନେକ ସମୟରେ ୱାର୍କଆଉଟ୍ କିମ୍ୱା ଥକା ଲାଗିବା ପରେ ଗରମ ପାଣିରେ ସ୍ନାନକରି ରିଲାକ୍ସ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଗରମ ପାଣିରେ ସ୍ନାନ କରି ଯଦି ସାବଧାନତା ଅବଲମ୍ୱନ କରାନଯାଏ ତ ଏହାର ବଡ଼ କ୍ଷତି ହୋଇପାରେ।

ଅଧିକ ଗରମ ପାଣିରେ ସ୍ନାନ କରିବାରେ କ୍ଷତି -

ଚର୍ମ ଶୁଷ୍କତାବିଶେଷଜ୍ଞଙ୍କ ଅନୁସାରେ , ଅଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମର ପ୍ରାକୃତିକ ଆର୍ଦ୍ରତା ହ୍ରାସ ପାଏ, ଯେଉଁଥିରେ ଚର୍ମ ଶୁଷ୍କତା , କୁଣ୍ଡେଇ ହୋଇପାରେ। ଗରମ ପାଣି କିରାଟିନ ସ୍କିନ୍ ସେଲ୍ସକୁ ଡ୍ୟାମେଜ୍ କରିଥାଏ, ଯାହା କାରଣରୁ ତ୍ୱଚାରେ କୁଞ୍ଚନ, ଶୁଖିଲା ପଣ ଓ ଦାଗର ସମସ୍ୟା ସୃଷ୍ଟି ହୋଇପାରେ। ଏହି କାରଣ ଯେ, ସର୍ଦ୍ଦିରେ କେବେ ବି ଖୁବ୍ ଗରମ ପାଣିରେ ସ୍ନାନର ପରାମର୍ଶ ଦିଆଯାଇ ନଥାଏ।

କେଶର କ୍ଷତିବିଶେଷଜ୍ଞଙ୍କ ଅନୁସାରେ , ଗରମା ପାଣିରେ ସ୍ନାର ଅଭ୍ୟାସ କେବଳ ଚର୍ମକୁ ହିଁ ନୁହେଁ ବରଂ କେଶର ମଧ୍ୟ କ୍ଷତି ହୋଇଥାଏ। ଅଧିକ ଗରମ ପାଣି ଆପଣଙ୍କ କେଶକୁ ଡ୍ୟାମେଜ୍ କରି ଏହାର କୋମଳତାକୁ ହ୍ରାସ କରିଦିଏ, ଯେଉଁଥିରେ କେଶ ଶୁଖିଲା ଓ ନିର୍ଜୀବ ଦେଖାଯାଏ। ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଡ୍ୟାଣ୍ଡ୍ରଫ ସମସ୍ୟା ବଢିପାରେ।

ଚର୍ମରେ ଜ୍ୱଳନ-ଅତ୍ୟଧିକ ଗରମ ପାଣିରେ ସ୍ନାନରେ ଚର୍ମର ଉପର ପରସ୍ତ ପ୍ରଭାବିତ ହୋଇଥାଏ, ଯେଉଁଥିରେ ଜ୍ୱଳନ , ଲାଲ୍ ପଡ଼ିବା କିମ୍ୱା ଏକଜିମା ଭଳି ସମସ୍ୟା ହୋଇପାରେ।