ବାଲିଯାତ୍ରା ୨୦୨୫
LIVE TV

ପ୍ଲେସମେଣ୍ଟରେ IIT BHUର ରେକର୍ଡ, ବେଷ୍ଟ ପ୍ୟାକେଜ୍ ୨.୨୦ କୋଟି ଟଙ୍କା

NEWS7
indian-actor-suraj-pancholi-dating-with-brazilian-model-larrisa-bonesi-in-london

ବନାରସ ୧୩।୧୧: ଆଇଆଇଟି ବିଏଚୟୁ ଛାତ୍ରଙ୍କୁ ୨୦୨୪-୨୫ ବର୍ଷରେ ୧୪୧୬ ପ୍ଲେସମେଣ୍ଟ ଅଫର ମିଳିଛି। ଇନଷ୍ଟିଚ୍ୟୁଟର ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ ପ୍ରକୋଷ୍ଠ ପକ୍ଷରୁ ଜାରି ୧ ଡିସେମ୍ବର ୨୦୨୪ରୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ତଥ୍ୟରେ ଆହ୍ୱାନପୂର୍ଣ୍ଣ ବୈଶ୍ୱିକ ରୋଜଗାର ପରିଦୃଶ୍ୟରେ ମଧ୍ୟ ଉଦ୍ୟୋଗ ଓ କମ୍ପାନୀମାନେ ଆଇଆଇଟି ବିଏଚୟୁ ଉପରେ ସେମାନଙ୍କ ବିଶ୍ୱାସ ପ୍ରକଟ କରିଥିବା ଜଣାପଡିଛି।

ଡାଟା ଅନୁସାରେ ବିଟେକ୍ ରେ ମୋଟ ୯୫୨ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ଅଫର ମିଳିଛି। ତେବେ ଅନ୍ୟ ଅଫର୍ସ ଆଇଡିଡି ଓ ଏମଟେକ୍ ଛାତ୍ରଛାତ୍ରୀ ହାତେଇ ନେଇଛନ୍ତି। ଛାତ୍ରଙ୍କୁ ୨୯୭ ପ୍ରି-ପ୍ଲେସମେଣ୍ଟ ଅଫର ମିଳିଥିବା ବେଳେ ବର୍ଷର ସର୍ବୋଚ୍ଚ ପ୍ୟାକେଜ୍ ବାର୍ଷିକ ୨.୨୦ କୋଟି ଟଙ୍କା ରହିଛି। ଏଥିରେ ହାରାହାରି ପ୍ୟାକେଜ କଥା କହିଲେ ବାର୍ଷିକ ୨୪.୪୯ଲକ୍ଷ ଟଙ୍କାରେ ରହିଛି। ପ୍ଲେସମେଣ୍ଟ ସେଲ ଅନୁସାରେ ଆଇଆଇଟିରୁ ବିଟେକ୍ କରି ବାହାରିଥିବା ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ହାର ସର୍ବାଧିକ ରହିଛି।

ବିଟେକ୍ କରିଥିବା ୯୨.୩୩% ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ମିଳିଛି। ବିଟେକ୍ ଛାତ୍ରଙ୍କ ହାରାହାରି ବାର୍ଷିକ ପ୍ୟାକେଜ୍ ୨୩.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିବା ବେଳେ ସର୍ବୋଚ୍ଚ ପ୍ୟାକେଜ୍ ୧.୬୮ କୋଟି ଟଙ୍କା ରହିଛି। ଏହା ଛଡା ଇନଷ୍ଟିଚ୍ୟୁଟ ଛାତ୍ରଛାତ୍ରୀଙ୍କୁ ୫୦୨ ଇଣ୍ଟର୍ଣ୍ଣସିପ୍ ଅଫର ମଧ୍ୟ ଦେଇଛି। ଚଳିତ ବର୍ଷ କମ୍ପାନୀକୁ ଆସିଥିବା ପ୍ରମୁଖ କମ୍ପାନୀରେ ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ, ସିସ୍କୋ, ଉବର, ଜେଡଏସ୍ ଆସୋସିଏଟସ୍, ଜେପି ମର୍ଗାନ ଚେସ୍, ଡିଇ ସ, ଗୋଲ୍ଡମ୍ୟାନ ସାକ୍ସ, ଏନଭିଡିଆ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ମାଷ୍ଟରକାର୍ଡ, ଡାଟା ବ୍ରିକ୍ସ, ମ୍ୟାକନଜୀ ଆଣ୍ଡ କମ୍ପାନୀ, ଡ୍ୟୁସ୍ ବ୍ୟାଙ୍କ, ୱେଲସ୍ ଫାର୍ଗୋ, ଫ୍ଲିପକାର୍ଟ, ଗ୍ରୋ, ବଜାଜ, ମେସୋ, ପିରାମଲ ଫାଇନାନ୍ସ, ସ୍କୋୟାର ପଏଣ୍ଟ, ପେସ୍ ଷ୍ଟକ, ରୁବ୍ରିକ୍, କମନୱେଲଥ୍ ବ୍ୟାଙ୍କ ଅଫ ଅଷ୍ଟ୍ରେଲିୟା ଓ ସାମସଙ୍ଗ ଆଦି ଥିଲେ।

ଆଇଆଇଟି ବିଏଚୟୁ ନିର୍ଦ୍ଦେଶକ ପ୍ର.ଅମିତ ପାତ୍ର କହିଛନ୍ତି ଯେ ଉତ୍କୃଷ୍ଟ ପ୍ଲେସମେଣ୍ଟ ପରିଣାମ ଆମ ଛାତ୍ରଛାତ୍ରୀଙ୍କ ନବାଚାର କ୍ଷମତା,ବିଶ୍ଲେଷଣାତ୍ମକ ବିଚାର ଓ ନେତୃତ୍ୱ ଗୁଣର ପ୍ରମାଣ। ଆମ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ଓ ବିଶ୍ୱାସନୀୟତା ବୈଶ୍ୱିକ ଶୀର୍ଷ ସଂସ୍ଥାଙ୍କ ବିଶ୍ୱାସ ଅର୍ଜନ କରିପାରିଛି। ତେବେ ଆଇଆଇଟିର ଏହି ପ୍ଲେସମେଣ୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଓ ଅଟୋମେସନର ଖରାପ ପ୍ରଭାବ ଦେଖାଯାଇଛି। ଏଣୁ ଦେଶର ୨୩ ସଂସ୍ଥାଙ୍କ ବି ଟେକ୍ ପ୍ଲେସମେଣ୍ଟ ହାର ହ୍ରାସ ହୋଇଛି। ଏଣୁ ଆଇଆଇଟି ପ୍ଲେସମେଣ୍ଟ ହାର ୨୦୨୧-୨୨ର ୯୦% ତୁଳନାରେ ୨୦୨୩-୨୪ରେ ହ୍ରାସ ହୋଇ ୮୦% ହୋଇଯାଇଛି।

କେବଳ ଏତିକି ନୁହେଁ ଆଇଆଇଟି ବେତନ ପ୍ୟାକେଜ୍ ରେ ମଧ୍ୟ ହ୍ରାସ ଦେଖାଯାଇଛି। ହାରାହାରି ବାର୍ଷିକ ବେତନ ୨୩.୪୫ ଲକ୍ଷରୁ ହ୍ରାସ ହୋଇ ୨୨.୭ ଲକ୍ଷ ହୋଇଯାଇଛି। ଆଇଆଇଟି ଫାକଲ୍ଟି ସଦସ୍ୟ ଓ ଅଧିକାରୀଙ୍କ କହିବା କଥା ହେଉଛି ଅନିଶ୍ଚିତ ନିଯୁକ୍ତି ବଜାର ଓ ଛାତ୍ରଛାତ୍ରୀଙ୍କ ଅଧିକ ଆଶା ଯୋଗୁ ଏପରି ହୋଇଛି। ୧୯୫୧ରୁ ୨୦୦୧ ମସିହା ମଧ୍ୟରେ ସ୍ଥାପିତ ୭ (ଫାଷ୍ଟଜେନେରେସନ) ଆଇଆଇଟି ସଂସ୍ଥାନ ପ୍ଲେସମେଣ୍ଟ ହାର ହ୍ରାସ ମାମଲାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ସଂସ୍ଥାନମାନଙ୍କ ପ୍ଲେସମେଣ୍ଟ ହାର ୧୧%ରୁ ମଧ୍ୟ କମ ରହିଛି।